ETV Bharat / bharat

ଉନ୍ନାଓରେ ପୁଣି ଲଜ୍ଜା: ଜନ୍ମଦିନ ପାର୍ଟିରେ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମ, 6 ଅଭିଯୁକ୍ତ ଫେରାର

author img

By

Published : Feb 17, 2023, 10:44 AM IST

ଜନ୍ମଦିନରେ ଡ୍ୟାନ୍ସ କରିବାକୁ ଭଡାରେ ଆସିଥିଲେ ଯୁବତୀ । ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କଲେ 6 ଯୁବକ । କେଉଁଠି ଘଟିଛି ଏପରି ଲଜ୍ଜାଜନକ ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

dancer gang raped after birthday party
dancer gang raped after birthday party

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଜନ୍ମଦିନ ପାର୍ଟିରେ ଡ୍ୟାନ୍ସରକୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଲଜ୍ଜା ଜନକ ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି 6 ଅଭିଯୁକ୍ତ । ଉତ୍ତରପ୍ରଦେଶର ଉନ୍ନାଓରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ବର୍ତ୍ତମାନ କୌଣସି ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବ୍ୟବସାୟୀ ତାଙ୍କ ଜନ୍ମଦିନ ପାର୍ଟି ଗତକାଲି ଆୟୋଜନ କରିଥିଲେ । ଏନେଇ ତିନି ଜଣ ମହିଳା ଡ୍ୟାନ୍ସରଙ୍କୁ 6000ଟଙ୍କା ଦେଇ ଡ୍ୟାନ୍ସ କରିବାକୁ ଡକାଇଥିଲେ । ତେବେ ବ୍ୟବସାୟୀ ଜଣଙ୍କ କିଛି ସମୟ ପାଇଁ ବାହାରକୁ ଯାଇଥିବା ବେଳେ ତିନି ଜଣ ଯୁବକ ଜଣେ ଡ୍ୟାନ୍ସରଙ୍କୁ ଏକ ଗାଡିରେ ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଉକ୍ତ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ମହିଳା ଡ୍ୟାନ୍ସର ଜଣଙ୍କ ପ୍ରଥମେ ଜଜମାଉ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ସେ ଉନ୍ନାଓ ସଦର କୋଟଓ୍ବାଲ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପେରସନ ଆରମ୍ଭ କରିଛି । ଅନ୍ୟପଟେ ପୀଡିତ ଜଣଙ୍କର ଡାକ୍ତରୀ ମାଇନା ପାଇଁ ହସ୍ପିଟାଲକୁ ପଠାଯାଇଛି ।

ମଙ୍ଗଳବାର ଜୟପୁରରୁ ଏକ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ନିଜର ଜନ୍ମକଲା ୧୫ ବର୍ଷୀୟା ଝିଅକୁ ତାର ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡିତଙ୍କ ମାଅ ତାଙ୍କ ସ୍ବାମୀଙ୍କ ଏପରି କାରନାମା ବିରୋଧରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ବାୱଲୱାଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟିଥିଲା । ସ୍ତ୍ରୀର ଅଭିଯୋଗ ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି । ତେବେ ଗତବର୍ଷ ଜୁନ ୯ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନ ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି ।

କିଛି ଦିନ ପୂର୍ବେ ବିହାରରେ ଜଣେ ମହିଳା ଫୁଟବଲ ଖେଳାଳିଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବିହାରର ସିଓ୍ବାନ ଜିଲ୍ଲାରେ ଏପରି ଲଜ୍ଜା ଜନକ ଘଟଣା ଘଟିଥିବା ବେଳେ ଖେଳାଳି ଜଣଙ୍କ ଜିଲ୍ଲାପାଳଙ୍କ ନିକଟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ତଦନ୍ତ କରାଯାଇ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.