ETV Bharat / international

New CEO of YouTube: ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ

author img

By

Published : Feb 17, 2023, 8:49 AM IST

ସୁସାନ ୱୋଜିକ୍କିଙ୍କ ଇସ୍ତଫା ପରେ ୟୁଟ୍ୟୁବର ନୂଆ ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ । ଅଧିକ ପଢନ୍ତୁ

ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ
ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ

ୱାଶିଂଟନ: ବିଶ୍ବର ସର୍ବବୃହତ ଅନଲାଇନ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବର ନୂଆ ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ । ୟୁଟ୍ୟୁବର ସିଇଓ ସୁସାନ ୱୋଜିକ୍କି(Susan Wojcicki) ନିଜ ପଦରୁ ଇସ୍ତଫା ଦେବା ପରେ ନିଲ୍ ମୋହନ ତାଙ୍କ ସ୍ଥାନ ନେବେ । ନିଲ୍‌ଙ୍କୁ କମ୍ପାନୀର ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ(CEO) ଭାବେ ନିଯୁକ୍ତ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ କାମ କରୁଛନ୍ତି । ୨୦୧୫ରେ ସେ ଏହି କମ୍ପାନୀରେ ଯୋଗ ଦେଇଥିଲେ ।

ନିଲ୍ ମୋହନ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ୨୦୦୮ରେ ୟୁଟ୍ୟୁବର ପ୍ୟାରେଣ୍ଟ କମ୍ପାନି ଗୁଗୁଲରେ ଯୋଗ ଦେଇଥିଲେ । ଏବେ ସେ ଗୁଗୁଲର ଅନଲାଇନ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଥିବାବେଳେ ୟୁଟ୍ୟୁବ ସଟ୍‌ସ ମ୍ୟୁଜିକ ନିର୍ମାଣ ଉପରେ କାର୍ଯ୍ୟ କରୁଛନ୍ତି । ସେହିପରି ଗୁଗୁଲରେ ନିଯୁକ୍ତି ପୂର୍ବରୁ ସେ ମାଇକ୍ରୋସଫ୍ଟ ସହ କାମ କରିଥିଲେ ।

୫୪ ବର୍ଷୀୟା ସୁସାନ ୱୋଜିକ୍କି ୨୦୧୪ରେ ୟୁଟ୍ୟୁବ ସିଇଓ ଭାବେ ନିଯୁକ୍ତି ପାଇଥିଲେ । ଦୀର୍ଘ ବର୍ଷ କାମ କରିବା ପରେ ସେ ଏବେ ପରିବାର, ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିବାରୁ ଗୁରୁବାର ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି, ''ଆଜି ମୁଁ ୟୁଟ୍ୟୁବ ସିଇଓ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରି କର୍ମଚାରୀଙ୍କ ପାଖରୁ ଇମେଲ୍ ପଠାଇଛି । ପରିବାର, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଥିବାରୁ ଏହି ନିଷ୍ପତ୍ତି ନେଇଛି ।'' ଏହାସହିତ ୟୁଟ୍ୟୁବ ସହ କାମ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Military Helicopter Crash: ଟ୍ରେନିଂ ସମୟରେ ସେନା ବିମାନ ଦୁର୍ଘଟଣା,୨ ମୃତ

ୟୁଟ୍ୟୁବରେ କାର୍ଯ୍ୟ କରିବା ପୂର୍ବରୁ ସୁସାନ ୱୋଜିକ୍କି ଗୁଗୁଲର ଡିସ୍‌ପ୍ଲେ ଏବଂ ଭିଡିଓ ବିଜ୍ଞାପନର ସିନିୟର ଭାଇସ ପ୍ରେସିଡେଣ୍ଟ ଥିଲେ । ଏହାପୂର୍ବରୁ ସେ ଇଟେଲ କର୍ପ ଆଣ୍ଡ ବେନ ଆଣ୍ଡ କମ୍ପାନୀରେ କାର୍ଯ୍ୟ କରିଥିଲେ । ୟୁଟ୍ୟୁବ ଗୁଗୁଲର ଅନଲାଇନ ଭିଡିଓ ପ୍ଲାଟଫର୍ମ ଅଟେ । ସୁସାନ ଏହି କମ୍ପାନୀ ସହ ଦୀର୍ଘ ୨୫ ବର୍ଷ ହେଲା ଜଡିତ ଥିଲେ । ତାଙ୍କ ସ୍ଥାନରେ ଏବେ ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ କାର୍ଯ୍ୟ କରିବେ । ତେବେ ଆଲଫାବେଟ ଓ ଗୁଗୁଲର ସିଇଓ ଥିବା ସୁନ୍ଦର ପିଚାଇ ମଧ୍ୟ ଜଣେ ଭାରତୀୟ ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.