ETV Bharat / bharat

Union Budget: ଆସନ୍ତା 25ବର୍ଷ ପାଇଁ ଦେଶର ଅଭିବୃଦ୍ଧିର ମୂଳଦୁଆ ପକାଇବ ବଜେଟ

author img

By

Published : Feb 1, 2022, 12:40 PM IST

Updated : Feb 1, 2022, 2:50 PM IST

Union Budget 2022: ଆସନ୍ତା 25 ବର୍ଷ ପାଇଁ ଭାରତର ଅଭିବୃଦ୍ଧିର ମୂଳଦୁଆ ପକାଇବ ବଜେଟ
Union Budget 2022: ଆସନ୍ତା 25 ବର୍ଷ ପାଇଁ ଭାରତର ଅଭିବୃଦ୍ଧିର ମୂଳଦୁଆ ପକାଇବ ବଜେଟ

ଚଳିତ ଆର୍ଥିକ ବଜେଟ ଭାରତର ଅଭିବୃଦ୍ଧି ପାଇଁ ମୂଳଦୁଆ ପକାଇବ ଓ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି । ଭାରତର ଅଭିବୃଦ୍ଧି ଲାଗି ଏହି ବଜେଟ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ମୂଳଦୁଆ ପକାଇବ ବୋଲି ଆଶା କରାଯାଉଥିବା କହିଛନ୍ତି ନିର୍ମଳା । ଏବେ ଦେଶ ସ୍ବାଧୀନତାର ୭୫ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ବଜେଟ ଆଗାମୀ ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହାକି ଅର୍ଥନୀତିର ‘ଅମୃତ କାଳ’ ହେବ ବୋଲି ସେ କହିଛନ୍ତି ।

ଭବିଷ୍ୟତ ଆହ୍ବାନଗୁଡ଼ିକୁ ଦେଶ ସାମନା କରିବାକୁ ଦୃଢ ସ୍ଥିତିରେ ରହିଛି । ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ପବ୍ଲିକ ଇନଭେଷ୍ଟମେଣ୍ଟକୁ ବୃଦ୍ଧି କରିବାରେ ସରକାର ଫୋକସ କରିଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପାଦ ଥାପିଛି । ଚଳିତ ଆର୍ଥିକ ବଜେଟ ଆଗାମୀ ୨୫ ବର୍ଷ ପାଇଁ ଭାରତର ଅଭିବୃଦ୍ଧିରେ ମୂଳଦୁଆ ପକାଇବା । ଯାହାକି ଦେଶ ୧୦୦ତମ ସ୍ବାଧୀନତା ଦିବସ ପାଳିବା ବେଳକୁ ଏହା ଭାରତର ଅର୍ଥନୀତିକୁ ସୁଦୃଢ କରିପାରିବ । ଫଳରେ ଦେଶ ଅମୃତ କାଳ ପାଳନ କରିବ ବୋଲି କହିଛନ୍ତି ନିର୍ମଳା ।

@ANI

Last Updated :Feb 1, 2022, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.