ETV Bharat / bharat

ବିଏସଏଫ ଯବାନଙ୍କ ଗୁଳିରେ ପାକିସ୍ତାନୀ ନିଶା ବେପାରୀ ନିହତ

author img

By

Published : Jul 25, 2023, 9:46 AM IST

BSF kills Pakistani smuggler
BSF kills Pakistani smuggler

ସାମ୍ବା ଜିଲ୍ଲା ଅନ୍ତର୍ଜାତୀୟ ସୀମା ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିଲା ପାକିସ୍ତାନୀ ନିଶା ବେପାରୀ । ବିଏସଏଫ ଯବାନଙ୍କ ଗୁଳି ନିହତ ପାକିସ୍ତାନୀ ଅନୁପ୍ରବେଶକାରୀ । ଅଧିକ ପଢନ୍ତୁ

ଶ୍ରୀନଗର: ସୀମା ସୁରକ୍ଷା ବଳର ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନିଶା ବେପାରୀ ନିହତ ହୋଇଛି । ବିଏସଏଫ ଯବାନଙ୍କ ଗୁଳିମାଡ଼ରେ ତାର ମୃତ୍ୟୁ ହୋଇଛି । ସୋମବାର(ଜୁଲାଇ 24) ବିଳମ୍ବିତ ରାତିରେ ରାମଗଡ ସେକ୍ଟରର ଏସ୍‌ଏମ୍‌ପୁର ପୋଷ୍ଟ ନିକଟରେ ସମ୍ପୃକ୍ତ ନିଶା ବେପାରୀ ଜଣକ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିଲା । ତାକୁ ଅଟକାଇବାକୁ ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ପାକିସ୍ତାନୀ ନିଶା ବେପାରୀର ମୃତ୍ୟୁ ହୋଇଛି ।

BSF kills Pakistani smuggler
BSF kills Pakistani smuggler

ଜଣେ ଅଧିକାରୀ କହିଛନ୍ତି ଯେ, ସନ୍ଦିଗ୍ଧ ଅନୁପ୍ରବେଶକାରୀ ଜଣଙ୍କ ଏସ୍‌ଏମ୍‌ପୁର ପୋଷ୍ଟ ନିକଟରେ ବୁଲାବୁଲି କରୁଥିଲା। ତାକୁ ଅଟକାଇବାକୁ ଯବାନ ମାନେ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଏସଏଫ ଯବାନଙ୍କ କଥାକୁ ଖାତିର ନକରି ଅନୁପ୍ରବେଶ ଉଦ୍ୟମ କରୁଥିବାରୁ ତାଙ୍କ ଉପରକୁ ଗୁଳି ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ତା ନିକଟରୁ 4 କିଲୋଗ୍ରାମରେ ନିଶା ଦ୍ରବ୍ୟ ଜବତ କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତକର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-BSF ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଏହା ପୂର୍ବରୁ ଜୁଲାଇ 17 ତାରିଖରେ ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜୁନ୍‌ 1 ତାରିଖରେ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି କରିଥିଲେ ସୀମା ସୁରକ୍ଷା ବଳ । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଅନୁପ୍ରବେଶକାରୀ ଜଣକ ମଙ୍ଗୁ ଛକ ବୋର୍ଡର ଆଉଟ ପୋଷ୍ଟ ନିକଟରେ ସନ୍ଦେହଜନକ ବୁଲାବୁଲି କରୁଥିବା ଦେଖିବାକୁ ପାଇଥିଲେ ବିଏସଏଫ ଯବାନ । ତାକୁ ଅଟକାଇବାକୁ ଯବାନମାନେ ଗୁଳି ଚଳାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Infiltration bid foiled: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ସହ 3 ଆତଙ୍କୀ ଗିରଫ

ମେ 30 ତାରିଖରେ ଦକ୍ଷିଣ କାଶ୍ମୀର ପୁଞ୍ଚ ନିକଟବର୍ତ୍ତୀ ନିୟନ୍ତ୍ରଣ ରେଖା ନିକଟରେ ତିନି ପାକିସ୍ତାନ ଆତଙ୍କୀଙ୍କୁ ଭାରତୀୟ ସେନା ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ଏହି ଆତଙ୍କୀମାନେ ପାକ୍ ଅଧିକୃତ କାଶ୍ମୀରରେ ପ୍ରଶିକ୍ଷଣ ନେଇ ଭାରତରେ ଅନୁପ୍ରବେଶ କରି ଆକ୍ରମଣ ଘଟାଇବା ଯୋଜନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.