ETV Bharat / bharat

Parliament Budget Session: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଭୟ ଗୃହ ସ୍ଥଗିତ

author img

By

Published : Apr 6, 2023, 4:21 PM IST

Parliament Budget Session
ଉଭୟ ଗୃହ ସାଇନେ ଡାଏ

ସଂସଦ ବଜେଟ ଅଧିବେଶନର ଅନ୍ତିମ ଦିନରେ ଆଜି ଉଭୟ ଗୃହ ସାଇନ ଡାଏ ହୋଇଛି । ଜାନୁଆରୀ 31 ତାରିଖରୁ ଆରମ୍ଭ ହୋଇଥିଲା ସଂସଦ ବଜେଟ ଅଧିବେଶନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 17ତମ ଲୋକସଭାର 11ତମ ଅଧିବେଶନ ଅନିଶ୍ଚିତକାଳ ପାଇଁ ସ୍ଥଗିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦ ବଜେଟ ଅଧିବେଶନର ଅନ୍ତିମ ଦିନରେ ଆଜି ଉଭୟ ଗୃହ ସାଇନ ଡାଏ ହୋଇଛି । ଆଦାନୀ ପ୍ରସଙ୍ଗରେ JPC ଦାବି କରି ହୋ ହାଲ୍ଲା କରିଥିଲେ ବିରେଧୀ । ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ପ୍ରସଙ୍ଗରେ ଦାବି କରିଥିଲେ । କଂଗ୍ରେସ ସଦସ୍ୟ କଳାଫିତା ପିନ୍ଧି ସଂସଦରେ ଉପସ୍ଥିତ ହୋଇଥିଲେ । ଅଧିବେଶନ ସ୍ଥଗିତ ପରେ ବାଚସ୍ପତିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷତ କରିଥିଲେ ସମସ୍ତ ଦଳର ସଦସ୍ୟ ।

ଏହା ବି ପଢନ୍ତୁ...BJP 44th Foundation Day: ଲୋକଙ୍କ ଆଶାର କିରଣ ବିଜେପି କହିଲେ ପ୍ରଧାନମନ୍ତ୍ରୀ

ବିରୋଧୀଙ୍କ ହୋ ହାଲ୍ଲା ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ, "ବିରୋଧୀଙ୍କ ବ୍ୟବହାର ଗୃହକ ଗାରିମା ନଷ୍ଟ କରିବା ସହ ଗୃହକାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ବ୍ୟବହାର ସଂସଦୀୟ ପ୍ରକ୍ରିୟା ପାଇଁ ଅନୁକୂଳ ନୁହେଁ । ଏହା ସହ ଦେଶ ଓ ଗୃହ ପାଇଁ ମଧ୍ୟ ସଠିକ ନୁହେଁ ।" ବାଚସ୍ପତିଙ୍କ କଥା କର୍ଣ୍ଣପାତ କରି ନଥିଲେ ବିରୋଧୀ । ହଙ୍ଗାମା ହୋ ହାଲ୍ଲା ଜାରି ରଖିଥିଲେ । ଫଳରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହ ମୁଲତବୀ ଘୋଷଣା କରିଥିଲେ । ସେହପରି ରାଜ୍ୟ ସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳଥିଲା । ଆଦାନୀ ପ୍ରସଙ୍ଗରେ JCP ଦାବି କରି ବିରୋଧୀ ହଙ୍ଗାମା କରିଥିଲେ । ଫଳରେ ଗୃହ ମୁଲତବୀ ଘୋଷଣା କରିଥିଲେ ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ ।

ଏହା ବି ପଢନ୍ତୁ...ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ସତ୍ୟେନ୍ଦ୍ର ଜୈନ, ଜାମିନ ଆବେଦନ ଖାରଜ

ଦ୍ବିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଥିଲା । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ବିରୋଧୀ । ବିଶେଷ କରି ଆଦାନୀ ପ୍ରସଙ୍ଗ, ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ କାର୍ଯ୍ୟକଳାପକୁ ମୁଦ୍ଦା କରି ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ସଦସ୍ୟ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ । ଆଦାନୀ ପ୍ରସଙ୍ଗରେ JCP ଦାବି କରି ସଂସଦରେ ବିକ୍ଷୋଭ କରିଥିଲେ ବିରୋଧୀ । ଦ୍ବିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶନରେ 5 ଦିନ ଯାଏଁ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ ବିରୋଧୀ । ବିରୋଧୀ ଓ ଶାସକ ଦଳ ନିଜନିଜ ଜିଦରେ ଅଟଳ ରହିଥିଲେ । ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ଗୃହରେ କ୍ଷମା ମାଗିବାକୁ ଦାବି କରିଥିଲା ଶାସକ ଦଳ ।

ପ୍ରକାଶଥାଉ କି, ଜାନୁଆରୀ 31 ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ଫେବୃଆରୀ 1 ତାରଖରେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31ରୁ ଫେବୃଆରୀ 13 ପର୍ଯ୍ୟନ୍ତ ହୋଥିଲା । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ 13ରୁ ଏପ୍ରିଲ 6 ତାରିଖ ଯାଏଁ ଥିଲା । ଆଜି ସଂସଦର ବଜେଟ ଅଧିବେଶନ ଅନ୍ତିମ ଦିନ ଥିଲା । ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ମୋଟ 17ଟି କାର୍ଯ୍ୟ ଦିବସ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.