ETV Bharat / bharat

BJP 44th Foundation Day: ଲୋକଙ୍କ ଆଶାର କିରଣ ବିଜେପି କହିଲେ ପ୍ରଧାନମନ୍ତ୍ରୀ

author img

By

Published : Apr 6, 2023, 1:01 PM IST

pm modi on bjp Foundation Day
bjp 44th Foundation Day

44ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 44 ବର୍ଷରେ ପାଦ ଥାପିଛି ଭାରତୀୟ ଜନତା ପାର୍ଟି । ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦଳର ସ୍ଥାପନା ଦିବସରେ ଦଳର ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘‘ଆମ ଦଳ ଆମ କର୍ମକର୍ତ୍ତା ଭଗବାନ ହମୁମାନଙ୍କ ନିକଟରୁ ପ୍ରେରଣା ପାଇଛନ୍ତି । ମାଆ ଭାରତୀଙ୍କ ସେବାରେ ସମର୍ପିତ ଭାଜପା । ପ୍ରତ୍ୟେକ ଭାରତୀୟ ଦୁର୍ନୀତି ବିରୋଧରେ ଆମ ଦଳ ଲଢେଇ କରିଛି । ଆଜି ମହାବୀର ହନୁମାନଙ୍କ ମହାଶକ୍ତି ଭଳି ନିଜ ମଧ୍ୟରେ ସୁପ୍ତ ଶକ୍ତିର ଅନୁଭବ କରିଛି ଦେଶ । ବଡ ବଡ ଚ୍ୟାଲେଞ୍ଜର ସମାଧାନ କରିଛି ଭାରତ । ଦେଶର କୋଟି କୋଟି ଜନତାଙ୍କ ସ୍ବରକୁ ଶାଣିତ କରିଛି ଭାଜପା । ଭାରତୀୟ ଜନତା ପାର୍ଟି କେବଳ ଏକ ଦଳ ନୁହେଁ ସେ ଏକ ବିଚାର ଯାହାର ଲକ୍ଷ୍ୟ ରାଷ୍ଟ୍ର ନିର୍ମାଣ ଓ ଜନ କଲ୍ୟାଣ । ବିନା ସ୍ବାର୍ଥରେ ଦେଶବାସୀଙ୍କ ପାଇଁ କାମ କରିଛି ଭାଜପା । ଲୋକଙ୍କ ଆଶାର କିରଣ ଭାରତୀୟ ଜନତା ପାର୍ଟି । ଏକ ଭାରତ, ଶ୍ରେଷ୍ଠ ଭାରତ ଭାଜପାର ମନ୍ତ୍ର’’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆଜି ଭାରତ ସମୁଦ୍ର ଭଳି ବିଶାଳ ଚ୍ୟାଲେଞ୍ଜକୁ ପାର କରି ତାର ମୁକାବିଲା କରିବାର ପୂର୍ବ ଅପେକ୍ଷା ଅଧିକ ସକ୍ଷମ ହୋଇଛି । ହନୁମାନଙ୍କ ନିକଟରେ ଥିବା ଅସୀମ ଶକ୍ତି ରହିଛି ମାତ୍ର ସେହି ଶକ୍ତିର ଉପଯୋଗ ସେ ସେବେ କରୁଥିଲେ ଯେବେ ତାଙ୍କ ନିଜ ଉପରେ ସନ୍ଦେହ ସମାପ୍ତ ହେଉଥିଲା । 2014 ପୂର୍ବରୁ ଭାରତର ଏହି ସ୍ଥିତି ଥିଲା । ମାତ୍ର ଏବେ ଭାରତ ଭଗବାନ ବଜରଙ୍ଗୀ ଜୀଙ୍କ ଭଳି ନିଜ ଭିତରେ ସୁପ୍ତ ଶକ୍ତିର ଆଭାସ କରି ସାରିଛି । ବିଜେପି ସମାଜିକ ନ୍ୟାୟ ଉପରେ ବିଶ୍ବାସ କରେ । ଦୁର୍ନୀତି ଓ ବଂଶବାଦ ବିରୋଧରେ ବିଜେପି ଲଢେଇ କରେ । ଭାରତ ବିକାଶ ଯାତ୍ରାରେ ବିଜେପିର ଭୂମିକା ରହିଛି । ବିଜେପି ଲୋକଙ୍କ ସମସ୍ୟାର ସମାଧନ କରିଛି, କରିବ ଏବଂ କରୁଥିବ । ଭାଜପା ସେହି ଦଳ ଯାହା ପାଇଁ ରାଷ୍ଟ୍ର ସର୍ବୋପରି । ଜନସଂଘ ଜନ୍ମ ସମୟରେ ମାତୃଭୂମି ପ୍ରତି ଭକ୍ତି ଏବଂ ଲୋକତନ୍ତ୍ରର ଶକ୍ତି ହିଁ ଦଳର ଶକ୍ତି ଥିଲା । ଏକ ଭାରତ ଶ୍ରେଷ୍ଠ ଭାରତ ଦଳ ଆସ୍ଥାର ମୂଳମନ୍ତ୍ର । ସାମାଜିକ ନ୍ୟାୟ ଆମର ରାଜନୀତି ନାରାବାଜି ନୁହେଁ ଏହା ଆମର ବିଶ୍ବାସ ।''

ସେ ଆହୁରି କହିଛନ୍ତି,'' ଆମ ରାଷ୍ଟ୍ରର ପ୍ରଥମ ମନ୍ତ୍ରକୁ ଆମ ଆଦର୍ଶ କରିଛୁ । ଭାଜପା ଲୋକତନ୍ତ୍ରରୁ ଜନ୍ମ ନେଇଛି । ଭାଜପା ଲୋକତନ୍ତ୍ର ଏବଂ ସମ୍ବିଧାନକୁ ମଜବୁତ କରି ସମର୍ପଣ ଭାବରେ ଦିନ ରାତି କାମ କରୁଛି । 45 କୋଟି ଗରିବଙ୍କୁ ବିନା ଭେଦ ଭାବରେ ଜନଧନ ଖାତା ଖୋଲିବା ସାମାଜିକ ନ୍ୟାୟର ଜ୍ବଳନ୍ତ ଉଦହାରଣ । 11 କୋଟି ଲୋକଙ୍କୁ ଶୌଚାଳୟ ମିଳିବା ହିଁ ତ ସାମାଜିକ ନ୍ୟାୟ । ବିନା ଭେଦଭାବରେ ଭାଜପା ସାମାଜିକ ନ୍ୟାୟକୁ ସାକାର କରିଛି । 80 କୋଟି ଲୋକଙ୍କୁ ମାଗଣା ରାସନ ସାମାଜିକ ନ୍ୟାୟର ପ୍ରତିବିମ୍ବ । 50 କୋଟି ଗରିବଙ୍କୁ 5 ଲକ୍ଷ ଯାଏ ମାଗଣା ଚିକିତ୍ସା ସୁବିଧା ମିଳିବା ସମାଜିକ ନ୍ୟାୟର ସଶକ୍ତ ଅଭିବ୍ୟକ୍ତି । ମୁଁ ଦୃଢତା, ଉତ୍ସର୍ଗୀକୃତ ଓ କର୍ମକର୍ତ୍ତାଙ୍କ ଶକ୍ତି ଓ ଦେଶ ପ୍ରଥମ ମନ୍ତ୍ର ଉପରେ ବିଶ୍ବାସ କରେ । ଆମେ କେବଳ ନିର୍ବାଚନ ଜିତୁନା ଲୋକଙ୍କ ହୃଦୟ ଜିତିଛୁ ।''

ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ: ବିଜେପି ସ୍ଥାପନା ଦିବସରେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ସର୍ବଦା ନିଜ କଥା ଭାବନ୍ତି । ପରିବାରବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପିଏମ । ବଂଶବାଦ ଓ ଦୁର୍ନୀତି କଂଗ୍ରେସର ପରିଚୟ । ଧାରା 370 ହଟିବ ବୋଲି ବିରୋଧୀ କେବେ ଭାବି ନଥିଲେ ବିଜେପି ଏହା କରି ଦେଖାଇଛି ଯାହାକୁ ବିରୋଧୀ ଗ୍ରହଣ କରିପାରୁନାହାନ୍ତି ।

ସାମାଜିକ ନ୍ୟାୟ ଆଳରେ ଅନେକ ରାଜନୈତିକ ଦଳ ଦେଶ ସହିତ ଖେଳୁଛନ୍ତି । ସେମାନେ ତାଙ୍କ ପରିବାର କଥା ଭାବନ୍ତି ଲୋକଙ୍କ କଥା ନୁହେଁ । କଂଗ୍ରେସ ଏବଂ ତା ଭଳି କିଛି ଦଳର ଚିନ୍ତାଧାରା ହେଉଛି ନୀଚ ଭାବନା ଏବଂ କମ ହାସଲ କରି ଖୁସି ମନାଇବା । ସେମାନେ ପରସ୍ପର ପିଠି ଥାପୁଡେଇ ଖୁସି ଅଛନ୍ତି । ଭାଜପାର ରାଜନୈତିକ ନୀତି ବଡ ସ୍ବପ୍ନ ଦେଖିବା । ଆଜି ଭାଜପା ଦେଶରେ ନୂଆ ନେତୃତ୍ବର ଆରମ୍ଭ କରିଛି । 1947ରେ ଇଂରେଜ ଚାଲିଗଲେ ସତ ମାତ୍ର ଲୋକଙ୍କୁ ଗୁଲାମି କରିବାର ମାନସିକତା ଏହି ଠାରେ ଛାଡି ଯାଇଛନ୍ତି । 800 ବର୍ଷରୁ ଅଧିକ ସମୟ ଗୁଲାମୀରୁ ମୁକୁଳି ଏକ ରାଷ୍ଟ୍ର ନିଜର ହରାଇଥିବା ଗୌରବ ପାଇବା ପାଇଁ ପୁଣି ଛିଡା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...BJP@44: ଶୂନ୍ୟରୁ ଶୀର୍ଷ ଯାଏଁ ବିଜେପିର ସଂଘର୍ଷପୂର୍ଣ୍ଣ ଯାତ୍ରା

6 ଏପ୍ରିଲ 1980 ଆଜିର ଦିନରେ ଆରବ ସାଗର ଉପକୂଳରେ ଜନ୍ମ ନେଇଥିଲା ବିଜେପି । ଶୂନ୍ୟରୁ ଆରମ୍ଭ ହୋଇଥିବା ଦଳ ଆଜି ଶିଖରରେ ଗୈରିକ ପତାକା ଉଡାଉଛି । ସଂଘର୍ଷ, ବିଚାରଧାରା, ରାଷ୍ଟ୍ରବାଦ, ମାନବତା, ସୁଶାସନ ଓ ହିନ୍ଦୁତ୍ବକୁ ନେଇ ଦଳ ନିଜ ଲକ୍ଷ୍ୟପଥରେ ଆଗକୁ ବଢୁଛି । ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ବିଜେପି ଦଳର ପ୍ରତିଷ୍ଠା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.