ETV Bharat / bharat

ନେହା କକ୍କରଙ୍କ ସମ୍ପର୍କିୟ ଭାଇଙ୍କ ଗୁଳିରେ ଛାତ୍ର ଗୁରୁତର

author img

By

Published : Apr 22, 2022, 3:14 PM IST

bollywood singer neha kakkar's cousin brother shoots student in bareilly
ନେହା କକ୍କରଙ୍କ ସମ୍ପର୍କିୟ ଭାଇଙ୍କ ଗୁଳିରେ ଛାତ୍ର ଗୁରୁତର

ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସମ୍ପର୍କିୟ ଭାଇ ତଥା ବରେଲି ମହାନଗରର ବିପେଜି ଉପାଧ୍ୟକ୍ଷଙ୍କ ଗୁଳିରେ ଜଣେ ଛାତ୍ର ଗୁରୁତର । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସମ୍ପର୍କିୟ ଭାଇ ତଥା ବରେଲି ମହାନଗରର ବିପେଜି ଉପାଧ୍ୟକ୍ଷଙ୍କ ଗୁଳିରେ ଜଣେ ଛାତ୍ର ଗୁରୁତର । ଡାକ୍ତରଖାନାରେ ଛାତ୍ର ଜଣଙ୍କର ଚିକିତ୍ସା ଚାଲୁଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାମୁତାବକ, ଗତ ବୁଧବାର ବିଳମ୍ବିତ ରାତିରେ ବିଜେପି ନେତା ତଥା ନେହା କକ୍କରଙ୍କ ସମ୍ପର୍କିୟ ଭାଇ ପ୍ରଦୀପ ଅଗ୍ରୱାଲ ବଦାୟୁଁ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲେ । ଯାହା ଫଳରେ ବାଇକ ଚାଳକ ଏବଂ ପ୍ରଦୀପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ସେ ରିଭଲଭରରେ ବାଇକ ଚାଳକଙ୍କୁ ଗୁଳି ଚାଳନା କରିଥିଲେ । ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପ୍ରଦୀପଙ୍କ ବିରୋଧରେ ସୁଭାଷନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଜେଲକୁ ପଠାଇ ଦିଆଯାଇଛି ।

ଆହତ ଜଣକ ସୁଭାଷନଗରର ଇଫକୋ କଲୋନୀର ରହୁଥିବା ପଲିଟେକନିକ ଛାତ୍ର ହିତେଶ । ଆହତ ହିତେଶଙ୍କ ପିତା କହିଛନ୍ତି ସମ୍ପର୍କିୟଙ୍କ ବିବାହ ଉତ୍ସବରେ ପୁଅ ଯାଉଥିବାବେଳେ ପ୍ରଦୀପ ତାଙ୍କୁ ଧକ୍କା ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସେ ପୁଅ ଉପରେ ଦୁଇଥର ଗୁଳି ଚଳାଇଛନ୍ତି । ବର୍ତ୍ତମାନ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ତାଙ୍କ ପିତା କହିଛନ୍ତି । ଅନ୍ୟପଟେ ପ୍ରଦୀପଙ୍କ ପତ୍ନୀ ଆହତଙ୍କ ବିରୋଧରେ ପାଲଟା ମାମଲା ଦାୟର କରିଛନ୍ତି । ଆହତ ହିତେଶଙ୍କ ସମେତ ତିନି ଜଣଙ୍କ ନାଁରେ ଲୁଟ୍‌ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ନେଇ ସୁଭାଷନଗର SP ରୋହିତ ସିଂ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.