ETV Bharat / bharat

ଶିବସେନା ନେତାଙ୍କ ଭାଇ ଓ ସ୍ତ୍ରୀକୁ ଗୁଳି କରି ହତ୍ୟା !

author img

By ETV Bharat Odisha Team

Published : Sep 2, 2023, 10:33 AM IST

ଶିବସେନା ନେତାଙ୍କ ଭାଇ ଓ ତାଙ୍କ ସ୍ତ୍ରୀର ଉଦ୍ଧାର
ଶିବସେନା ନେତାଙ୍କ ଭାଇ ଓ ତାଙ୍କ ସ୍ତ୍ରୀର ଉଦ୍ଧାର

ଘର ଭିତରୁ ଶିବସେନା ନେତାଙ୍କ ଭାଇ ଓ ତାଙ୍କ ସ୍ତ୍ରୀର ରକ୍ତାକ୍ତ ମୃତଦେହ ଉଦ୍ଧାର । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା ନେତା ଗଣେଶ ସାଲଭିଙ୍କ ଭାଇ ଓ ତାଙ୍କର ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ଭିତରେ ସ୍ବାମୀ-ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି(ଶୁକ୍ରବାର) ରାତି ପ୍ରାୟ ସାଢେ ୧୦ଟା ବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୋଲିସ ପହଞ୍ଚି ଘରୁ ଦୁହିଁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ହତ୍ୟା କଲା ତାହା ଜଣାପଡିନି । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଗୁଳି ବାଜିବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ମୃତକ ହେଲେ ସିନ୍ଦେ ଗୋଷ୍ଠୀର ଶିବସେନା ନେତା ତଥା ପୂର୍ବତନ ଡେପୁଟି ମେୟର ଗଣେଶ ସାଲଭିଙ୍କ ଭାଇ ଦିଲ୍ଲୀପ ସାଲଭି ଓ ତାଙ୍କର ପତ୍ନୀ । ଗତକାଲି ରାତିରେ ଦୁହେଁ ସ୍ବାମୀ-ସ୍ତ୍ରୀ ନିଜର କଲୱା ସ୍ଥିତ ବାସଭବନରେ ଥିଲେ । ରାତି ପ୍ରାୟ ସାଢେ ୧୦ଟା ବେଳେ ତାଙ୍କ ଘର ଭିତରୁ ଜୋରରେ ଗୁଳି ଫୁଟିବାର ଶବ୍ଦ ଶୁଣା ଯାଇଥିଲା । ଏହା ଶୁଣି ଆଖପାଖରେ ରହୁଥିବା ଦିଲ୍ଲୀପଙ୍କ ସମ୍ପର୍କୀୟମାନେ ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଯାଇଥିଲେ । ଘରେ ଉଭୟଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହାମଧ୍ୟ ପଢନ୍ତୁ: Uttar Pradesh: କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

ଦିଲ୍ଲୀପ ସାଲଭିଙ୍କ ଗୋଟିଏ ପୁଅ, ଝିଅ ସହ ଜ୍ବାଇଁ ଅଛନ୍ତି । ଘରେ ଭିତରେ ଦିଲ୍ଲୀପ ଓ ତାଙ୍କ ପତ୍ନୀଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ଏହାର ରହସ୍ୟ ଖୋଲିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ସମ୍ପର୍କରେ ସମ୍ପର୍କୀୟମାନଙ୍କୁ ପଚରାଉଚରା କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁରା ଘଟଣା ଜଣାପଡିବ ବୋଲି ଡେପୁଟି ପୋଲିସ କମିଶନର ଗଣେଶ ଗୌଡେ ଜଣାଇଛନ୍ତି । ତେବେ ଆଜି (ଶନିବାର) ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିପାରେ । ଏନେଇ କଲୱା ପୋଲିସ ଏକ ମାମଲା ରୁଜୁ କରି ଫରେନସିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି ।

ଏହାମଧ୍ୟ ପଢନ୍ତୁ: Hoax Call: ମୁମ୍ବାଇ ୨୬/୧୧ ଆକ୍ରମଣର ପୁନରାବୃତ୍ତି ଧମକ, ଯୁବକ ଗିରଫ

ଏହାମଧ୍ୟ ପଢନ୍ତୁ: ସିଗାରେଟ ଆଣିବା ସନ୍ଦେହରେ ନିସ୍ତୁକ ପିଟିଲେ ସାର୍‌, ଛାତ୍ର ଗୁରୁତର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.