ETV Bharat / bharat

ସିଗାରେଟ ଆଣିବା ସନ୍ଦେହରେ ନିସ୍ତୁକ ପିଟିଲେ ସାର୍‌, ଛାତ୍ର ଗୁରୁତର

author img

By ETV Bharat Odisha Team

Published : Sep 1, 2023, 4:34 PM IST

student brutally beaten by teacher
ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ବିଦ୍ୟାଳୟ ପରିସରକୁ ସିଗାରେଟ ଆଣିବା ସନ୍ଦେହରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷକ। ଛାତ୍ର ଜଣକ ଗୁରୁତର ହୋଇଥିବାବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର। ଅଧିକ ପଢନ୍ତୁ

ଚଣ୍ଡିଗଡ଼: ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ । ବିଦ୍ୟାଳୟ ପରିସରକୁ ସିଗାରେଟ ଆଣିବା ସନ୍ଦେହରେ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଶିକ୍ଷକ । ଫଳରେ ଗୁରୁତର ଅବସ୍ଥାରେ ଛାତ୍ର ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାର ରୋହତକ ଜିଲ୍ଲାରେ। ତେବେ ବିନା କୌଣସି କାରଣରେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପରିବାର।

ଏହା ବି ପଢ଼ନ୍ତୁ: ଶିକ୍ଷକଙ୍କ ମାଡ଼ ପରେ ଅସୁସ୍ଥ ହୋଇ ପଡ଼ିଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ

ଛାତ୍ର ଜଣଙ୍କ ଧୂମ୍ରପାନ ପାଇଁ ସିଗାରେଟ ଯୋଗାଉଥିବା ସନ୍ଦେହରେ ଶିକ୍ଷକ ତାଙ୍କୁ ମାଡ଼ ମାରିଥିବା ଜଣାପଡିଛି। ଏନେଇ ଛାତ୍ର ଜଣକ କହିଛନ୍ତି," ସ୍କୁଲର କିଛି ଛାତ୍ର ଧୂମ୍ରପାନ କରୁଥିଲେ। ଏ ବିଷୟରେ ଶିକ୍ଷକ ସେମାନଙ୍କୁ ପଚାରିବାରୁ ସେମାନେ ମୋ ନାଁ ନେଇଥିଲେ। ମୁଁ ସେମାନଙ୍କୁ ସିଗାରେଟ୍ ଦେଇଥିଲି ବୋଲି କହିଥିଲେ। ଏହାପରେ ପ୍ରଧାନ ଶିକ୍ଷକ ତାଙ୍କ ଚ୍ୟାମ୍ୱରକୁ ଡାକିଥିଲେ। କିଛି ନବୁଝି ମତେ ନିର୍ଦ୍ଧୁମ ମାଡ଼ ମାରିଥିଲେ।" ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଶିକ୍ଷକ ମିଶି ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଛାତ୍ର।

ଏହା ବି ପଢନ୍ତୁ...ପଢ଼ା ଚାପରେ ହଷ୍ଟେଲରୁ ଚାଲିଗଲେ ଛାତ୍ରୀ, ସୁପରିଟେଣ୍ଡେଣ୍ଟଙ୍କୁ ଅପହରଣ କରି ଲହୁଲୁହାଣ କଲେ ପରିବାର ଲୋକେ

ଏନେଇ ଛାତ୍ରଙ୍କ ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ସେମାନେ କହିଛନ୍ତି, "ପୁଅର କୌଣସି ଦୋଷ ନଥିଲେ ମଧ୍ୟ ଶିକ୍ଷକ ତା କଥା ଶୁଣିଲେ ନାହିଁ । ଉଭୟ ପ୍ରଧାନଶିକ୍ଷକ ଏବଂ ପିଟି ଟିଚର ନିର୍ଘାତ ପିଟିଥିଲେ। ଆମେ ନିଜ ପିଲାକୁ ପାଠ ପଢିବା ପାଇଁ ବିଦ୍ୟାଳୟକୁ ଛାଡୁଛୁ । ହେଲେ ସେଠାରେ ସେମାନେ ସୁରକ୍ଷିତ ନୁହଁନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ ଆଚରଣଙ୍କୁ ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣାରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା ରହିଛି ।"

ଏହା ବି ପଢନ୍ତୁ...ଘରୋଇ ସ୍କୁଲରେ ଛାତ୍ରଙ୍କୁ ମାଡ଼ ଘଟଣା, ସ୍କୁଲ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ

ଖାଲି ସେତିକି ନୁହେଁ, ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନକରି ଆପୋଷ ବୁଝାମଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପ ପକାଉଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପରିବାର । ଯଥାଶୀଘ୍ର ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି । ପୋଲିସ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା ରଖିଛନ୍ତି ଛାତ୍ରଙ୍କ ପରିବାର । ଛାତ୍ରଙ୍କୁ ଆଭ୍ୟନ୍ତରୀଣ ଆଘାତ ଲାଗିଥିବା କହିଛନ୍ତି ସିଭିଲ୍ ହସ୍ପିଟାଲର ସିଏମଓ । ଫଳରେ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.