ETV Bharat / bharat

Punjab poll: ପଞ୍ଜାବରେ ମେଣ୍ଟ, BJP ସହ ମିଶି ଲଢିବ କ୍ୟାପଟେନଙ୍କ PLC

author img

By

Published : Jan 24, 2022, 5:14 PM IST

Updated : Jan 24, 2022, 5:35 PM IST

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ BJP ଓ ପଞ୍ଜାବ ଲୋକ କଂଗ୍ରେସ (PLC) ମଧ୍ୟରେ ମେଣ୍ଟ । ତୃତୀୟ ସହଯୋଗୀ ଭାବେ ସାଥିରେ ରହିଛି ଶିରୋମଣି ଅକାଳୀ ଦଳ । ଆସନ ବୁଝାମଣା ନେଇ ମଧ୍ୟ ଛିଡିଲା ଅଙ୍କ । ଅଧିକ ପଢନ୍ତୁ

Panjab poll: ପଞ୍ଜାବରେ ମେଣ୍ଟ, ବିଜେପି ୬୫ ସିଟ ଓ କ୍ୟାପଟେନ ୩୭ ସିଟରେ ଲଢିବେ ନିର୍ବାଚନ
Panjab poll: ପଞ୍ଜାବରେ ମେଣ୍ଟ, ବିଜେପି ୬୫ ସିଟ ଓ କ୍ୟାପଟେନ ୩୭ ସିଟରେ ଲଢିବେ ନିର୍ବାଚନ

ଚଣ୍ଡିଗଡ଼: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ​​BJP, କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ (PLC) ଓ ଶିରୋମଣୀ ଅକାଳୀ ଦଳ (SAD) ମଧ୍ୟରେ ମେଣ୍ଟ ହୋଇଛି । ଆସନ ବୁଝାମଣା ମଧ୍ୟ ଶେଷ ହୋଇଛି । ରାଜ୍ୟରେ 65 ଟି ଆସନରେ ବିଜେପି ସବୁଠୁ ବଡ ଦଳ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ (PLC) 37 ଟି ଆସନ ଏବଂ ମେଣ୍ଟର ତୃତୀୟ ସହଯୋଗୀ ଶିରୋମଣି ଅକାଳୀ ଦଳ (ସଂଯୁକ୍ତ) 15 ଟି ଆସନରେ ପ୍ରାର୍ଥୀ ଦେବା ନେଇ ମେଣ୍ଟରେ ସହମତି ପ୍ରକାଶ ପାଇଛି ।

ଫେବୃଆରୀ 20 ରେ ​​117 ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ତେବେ ଆଜି ୩ ଦଳ ମଧ୍ୟରେ ମେଣ୍ଟ ଗଠନ ହୋଇଥିବା ବେଳେ ଗତକାଲି 22 ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ସିଂ । ଘୋଷଣା ହୋଇଥିବା ସମସ୍ତ ପ୍ରାର୍ଥୀ ଅଭିଜ୍ଞ ତଥା ରାଜନୀତିରେ ଜଣାଶୁଣା ବୋଲି କ୍ୟାପଟେନ କହିଥିଲେ । ତେବେ ଆଜି ମେଣ୍ଟର ଚିତ୍ର ସ୍ପଷ୍ଟ ହେବା ପରେ କ୍ୟାପଟେନଙ୍କ ଖାତାକୁ 37 ଟି ସିଟ ଯାଇଛି ।

ପ୍ରଥମ ବଡ ଦଳ ଭାବେ ବିଜେପି 65 ଟି ଆସନରେ ପ୍ରାର୍ଥୀ ଛିଡା କରିବ । ସେହିପରି ତୃତୀୟ ସହଯୋଗୀ ଦଳ ଭାବେ ଶିରୋମଣୀ ଅକାଳୀ ଦଳ ୧୫ ପ୍ରାର୍ଥୀ ଦେବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ କିଛି ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିସାରିଥିବା ବେଳେ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଉଛି । ଅନ୍ୟପେଟ ବିଜେପି ଓ କ୍ୟାପଟେନଙ୍କ ମଧ୍ୟରେ ହୋଇଥିବା ମେଣ୍ଟ କଂଗ୍ରେସ ଉପରେ କଣ ପ୍ରଭାବ ପକାଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 24, 2022, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.