ସୁଡଙ୍ଗ କରି ଟ୍ରେନ ଇଞ୍ଜିନ ଚୋରି ଘଟଣାରେ ଟ୍ବିଷ୍ଟ, ଖବର ମିଛ କହିଲା ରେଳବାଇ

author img

By

Published : Nov 26, 2022, 9:08 AM IST

Updated : Nov 26, 2022, 9:15 AM IST

Etv Bharat୍

ସୁଡଙ୍ଗ କରି ମରାମତି ପାଇଁ ଆସିଥିବା ଟ୍ରେନର ଡିଜେଲ ଇଞ୍ଜିନ ଚୋରି ଘଟଣାକୁ ମନା କଲା ରେଳବାଇ । ସୁଡଙ୍ଗ କରି ହୋଇନି ଟ୍ରେନ ଇଞ୍ଜିନ ଚୋରି ବୋଲି କହିଛନ୍ତି ରେଳବାଇ ଅଧିକାରୀ । ଅଧିକ ପଢନ୍ତୁ

ପାଟନା: ସୁଡଙ୍ଗ କରି ମରାମତି ପାଇଁ ଆସିଥିବା ଟ୍ରେନର ଡିଜେଲ ଇଞ୍ଜିନ ଚୋରି(Train Engine Stolen In Bihar) ଘଟଣାରେ ନୂଆ ଟ୍ବିଷ୍ଟ । ଏହି ଚୋରି ଘଟଣାକୁ ଅସ୍ବୀକାର କଲା ରେଳବିଭାଗ (Railway denied Barauni rail engine theft story) । ସୁଡଙ୍ଗ କରି ଏପରି କୌଣସି ଚୋରି ହୋଇନି ବୋଲି ସଫାସଫା ମନା କରିଛି ରେଳ ବିଭାଗ । ଏହା ଏକ ମିଛ ଖବର ବୋଲି କହିଛି ବିଭାଗ ।

ଇଞ୍ଜିନ ଚୋରି ଘଟଣାକୁ ଅସ୍ବୀକାର

ପୂର୍ବ-ମଧ୍ୟ ରେଳବାଇ ହାଜିପୁର ପିଆରଓ ବିରେନ୍ଦ୍ର କୁମାର କହିଛନ୍ତି କି, ‘‘ରେଳ ଇଞ୍ଜିନ ଚୋରି ଖବରର ସତ୍ୟତା ନାହିଁ । ଏହା ଏକ ମିଛ ଖବର । ଗୋଟିଏ ସ୍ପେୟାର ରେଳ ଇଞ୍ଜିନ ବରୌନୀ ରେଳ ଷ୍ଟେସନ ପାଖରେ ରଖାଯାଇଥିଲା । ଚୋରମାନେ କେବଳ କିଛି ପାର୍ଟସ୍‌ ଚୋରି କରିଥିଲେ । ହେଲେ ଇଞ୍ଜିନ ପାର୍ଟସ ବଞ୍ଚି ଯାଇଛି । ଏହି ଚୋରି ଘଟଣାରେ କିଛି କବାଡି ଦୋକାନୀ ଓ ଚୋର ସାମିଲ ଥିଲେ ।’’

ଏହା ମଧ୍ୟ ପଢନ୍ତୁ: ବିହାରରେ ରେଳ ଇଞ୍ଜିନ ଚୋରି, ସୁଡଙ୍ଗ ରାସ୍ତାରେ ବୋହିନେଉଥିଲେ ମୂଲ୍ୟବାନ ପାର୍ଟସ

ସୁଡଙ୍ଗ ଖୋଳି ହୋଇନି ଚୋରି

ସୁଡଙ୍ଗ ଖୋଳି ଚୋର ମାନେ ଚୋରି କରିଥିବା ଖବରକୁ ମଧ୍ୟ ସେ ଅସ୍ବୀକାର କରିଛନ୍ତି । ଏପରିକି ସେଠାରେ କୌଣସି ସୁଡଙ୍ଗ ନାହିଁ । ଏପରିକି ପାଚେରୀ ନିକଟରୁ ମାଟି ଉଠିବା କାରଣରୁ ରାସ୍ତା ଭଳି ହୋଇଯାଇଛି । ଏପରି ଘଟଣା ଘଟେ । ନା ଏଠାରେ କୌଣସି ସୁଡଙ୍ଗ କରାଯାଇଛି ନା ରେଳ ଇଞ୍ଜିନ ଚୋରି ହୋଇଛି । ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଚୋରକୁ ଗିରଫ କରାଯାଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

କଣ ଥିଲା ପୁରା ଘଟଣା:

ଖବର ଆସିଥିଲା କି, ବିହାର ବରୌନୀରେ(Train Engine Stolen In Bihar) ଟ୍ରେନ୍‌ ଇଞ୍ଜିନ୍‌କୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି । ଇଞ୍ଜିନ୍‌ ଚୋରି କରିବାକୁ ସୁଡଙ୍ଗ ଖୋଳିଥିଲେ । ଏହି ସୁଡ଼ଙ୍ଗ ବାଟେ ସେମାନେ ରେଳବାଇ ୟାର୍ଡରେ ପହଞ୍ଚୁ ଥିଲେ। ଏହାପରେ ଇଞ୍ଜିନର ବିଭିନ୍ନ ଅଂଶକୁ ଉକ୍ତ ସୁଡ଼ଙ୍ଗ ବାଟେ ବାହାରୁ ଚାଲାଣ କରୁଥିଲେ। ଏପରି ପ୍ରକ୍ରିୟା ଦ୍ବାରା ସେମାନେ ସଂପୂର୍ଣ୍ଣ ଇଞ୍ଜିନକୁ ଚୋରି କରି ନେଇଥିଲେ । ଏହି ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଘଟଣାକୁ ଏବେ ପ୍ରତିକ୍ରିୟା ରଖିଛି ରେଳ ବିଭାଗ । ଏପରି କିଛି ଘଟଣା ଘଟିନଥିବା ରେଳବିଭାଗ ପକ୍ଷରୁ କୁହାଯାଇଛି ।

Last Updated :Nov 26, 2022, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.