ବିହାରରେ ରେଳ ଇଞ୍ଜିନ ଚୋରି, ସୁଡଙ୍ଗ ରାସ୍ତାରେ ବୋହିନେଉଥିଲେ ମୂଲ୍ୟବାନ ପାର୍ଟସ

author img

By

Published : Nov 25, 2022, 5:42 PM IST

thieves steal train engine in barauni
ବିହାରରେ ରେଳ ଇଞ୍ଜିନ ଚୋରି, ସୁଡଙ୍ଗ ରାସ୍ତାରେ ବୋହିନେଉଥିଲେ ମୂଲ୍ୟବାନ ପାର୍ଟସ ()

କେବେ ଲୁହାର ପୋଲ ତ କେବେ ସରକାରୀ ଭବନର ଚୋରି, ବିହାରରୁ ଏପରି ଘଟଣା ତ ସାମ୍ନାକୁ ଆସିଥାଏ । ମାତ୍ର ଚୋରି ତାଜା ମାମଲା ଏପରି ଯେ, ଯାହାକୁ ଶୁଣିଲେ କେହି ବି ତାଜୁବ ହୋଇଯିବେ । ଏଥର ଚୋର ସୁଡଙ୍ଗ ଖୋଳି ରେଳ ଇଞ୍ଜିନ ଚୋରେଇ କରିନେଇଛନ୍ତି । ମୁଜାଫରନଗରରୁ ଏକ ଚୋରୀ ଇଞ୍ଜିନ ଜବତ ହେବାପରେ ପୁରା ଘଟଣା ସାମ୍ନାକୁ ଆସିଛି । ପଢନ୍ତୁ ସଂପୂର୍ଣ୍ଣ ଘଟଣା

ବେଗୁସରାଇ(ବିହାର): ପୂର୍ବରୁ ଚୋରି ଘଟଣା ଓ ଚୋରି ହୋଇଥିବା ମୂଲ୍ୟବାନ ସାମଗ୍ରୀ ବିଷୟରେ ଅନେକ ଶୁଣିଥିବେ । ତେବେ ବିହାରରେ ଚୋରୀର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଥର ଚୋରି ସାମଗ୍ରୀ ନାଁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏଥର ଚୋର ଏପରି କିଛି କରିଛନ୍ତି, ଯାହା ଚିନ୍ତା କରିବା ମଧ୍ୟ ଅସମ୍ଭବ ଲାଗେ । ସ୍ଥାନୀୟ ବରୌନୀରେ(Train Engine Stolen In Bihar) ଟ୍ରେନ୍‌ ଇଞ୍ଜିନ୍‌କୁ କେହି ଦୁର୍ବୁତ୍ତ ଚୋରି କରିନେଇଛନ୍ତି । ଇଞ୍ଜିନ୍‌ ଚୋରି କରିବାକୁ ସୁଡଙ୍ଗ ଖୋଳି ମିଶନରେ ସଫଳ ହୋଇଛନ୍ତି ଚୋର । ଏପରି ଆଶ୍ଚର୍ଯ୍ୟକର କାରନାମା ଜଣାପଡିବା ପରେ ସମସ୍ତଙ୍କର ହୋସ୍‌ ଉଡିଯାଇଛି ।

ମୁଜାଫରପୁର କବାଡିଆ ଦୋକାନ ସହିତ ରହିଛି ଲିଙ୍କ୍‌: ଏହି ଚାଞ୍ଚଲ୍ୟକର ମାମଲାର ଖୁଲାସା ମଧ୍ୟ ଅତି ନାଟକୀୟ ଢଙ୍ଗରେ ହୋଇଛି । ମୁଜାଫରପୁରରେ ଗତ ନଭେମ୍ବର 18 ତାରିଖରେ ରେଲୱେ ପୋଲିସ ଓ ବିଭାଗୀୟ ଭିଜିଲାନ୍ସ ଟିମ ଏକ କବାଡି ଦୋକାନରେ ଚଢାଉ କରିଥିଲେ । ଏହି ସମୟରେ ଚଢାଉ କରିଥିବା ଟିମକୁ ରେଲୱେ ଇଞ୍ଜିନର ପାର୍ଟସ ମିଳଥିଲା । ଦୋକାନରୁ 3ରୁ 4ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ତେବେ ପଚରାଉଚରାବେଳେ, ଗିରଫ ଅଭିଯୁକ୍ତ 4ଜଣ ସବୁ ସତ ମାନିଯାଇଥିଲେ । ଯାହାକୁ ଶୁଣି ପୋଲିସଠୁ ନେଇ ରେଲୱେ ବିଭାଗର ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ହୋସ୍‌ ଉଡିଯାଇଥିଲା ।

ଏପରି ଥିଲା ପୁରା ଘଟଣା: ନଭେମ୍ବର 18 ତାରିଖରେ ମୁଜାଫରପୁରରେ ରେଲୱେ ପୋଲିସର ଏକ ବିଶେଷ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରଥିଲା । ଯେଉଁଥିରେ ରେଳ ଇଞ୍ଜିନରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ତମ୍ବା ଓ ଆଲୁମିନିୟମ ସ୍କ୍ରାପ୍‌ ଜବତ ହୋଇଥିଲା । ସଦର ଥାନା ଅନ୍ତର୍ଗତ ଗୋବରସହି ସ୍ଥିତ ସାହୁ ବର୍ତ୍ତନ ଭଣ୍ଡାର ଉପରେ ଚଢାଉ କରିଥିଲା ଟିମ । ଚଢାଉରେ ମୁଜାଫରପୁର ଆରପିଏଫ୍‌ ବ୍ୟତୀତ ଗରହରା ଓ ସୋନପୁର ଆରପିଏଫର ଟିମ ମଧ୍ୟ ସାମିଲ ଥିଲେ । ଚଢାଉ କରି 4ଜଣ ଚୋରଙ୍କୁ କାବୁ କରିଥିଲା ପୋଲିସ ।

ରେଳ ଇଞ୍ଜିନର ମୂଲ୍ୟବା ପାର୍ଟସ ଜବତ: ଯାଞ୍ଚ ବେଳେ ଜଣାପଡିଥିଲା ଯେ, ବରୌନୀ ନିକଟରେ ଗରହରା ରେଲୱେ ୟାର୍ଡରେ ଖରାପ ଇଞ୍ଜିନ ଲଗାଯାଏ । ଯେଉଁଠି ଏକ ସଂଗଠିତ ଦଳର ଲୋକେ ରେଳ ଇଞ୍ଜିନରେ ଲାଗିଥିବା ତମ୍ବା ତାର ଓ ଆଲୁମିନିୟମର ପାର୍ଟସକୁ ଚୋରି କରି ବିହାରର ବିଭିନ୍ନ ଜିଲ୍ଲାରେ ଥିବା ବିଭିନ୍ନ ସ୍କ୍ରାପ କାରବାର କରୁଥିବା ଲୋକଙ୍କୁ ବିକ୍ରି କରୁଥିଲେ । ଏହା ଜଣାପଡିବା ପରେ ରେଲୱେ ପୋଲିସ FIR ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ଯାହାଦ୍ବାରା ଗରହରା ନିକଟବର୍ତ୍ତୀ ଅଞ୍ଚଳରୁ 3ରୁ 4 ଜଣଙ୍କୁ ଧରିବାରେ ସଫଳ ହୋଇପାରିଥିଲା ।

ଚଢାଉ ହୋଇଥିବା ସ୍କ୍ରାପ ଗୋଦାମରୁ ଚୋରି ହୋଇଥିବା 13 ବୋରା ରେଲୱେ ଇଞ୍ଜିନ ପାର୍ଟସ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ହେବବୋଲି ଅନୁମାନ କରାଯାଉଛି । ଗୋଦାମରେ କାମ କରୁଥିବା କର୍ମଚାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ମାତ୍ର ଗୋଦାମ ମାଲିକ ମନୋହର ଲାଲ ଛାତ ରାସ୍ତାରେ ଚମ୍ପଟ ମାରିଛି । ଏବେ ପୋଲିସ ମନୋହରକୁ ଧରିବାକୁ ଜାଲ ବିଛାଇଛି ।

ଭିଜିଲାନ୍ସ ଟିମର ଇନ୍ସପେକ୍ଟର ଅକ୍ତର ୱାସୀମ ଖାନ କହିଛନ୍ତି, "ଏହା ଏକ ମିଳିତ ଚଢାଉ ଅପରେସନ ଥିଲା । ଯେଉଁଥିରେ ଗରହରା ନିକଟରୁ ଚୋରୀ ହୋଇଥିବା ରେଳ ଇଞ୍ଜିନ ପାର୍ଟସ ଚୋରି ମାମଲାରେ FIR ହୋଇଛି । ଏହି ମାମଲାରେ ଧରାପଡିଥିବା ଅଭିଯୁକ୍ତଙ୍କୁ ପଚରାଉଚରା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.