ଗର୍ଭବତୀ ହେଲା ନାବାଳିକା ପ୍ରେମିକା, ଜୀଅନ୍ତା ଜାଳିଦେଲା ପ୍ରେମିକ

author img

By

Published : Mar 18, 2023, 8:57 AM IST

burns her to death

ପ୍ରେମିକା ଗର୍ଭବତୀ ହେବା ଖବର ଶୁଣିବା ପରେ ପରିବାରଲୋକଙ୍କ ମିଶି ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ । ବିହାରରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଏତଲା ନଦେବାକୁ ପ୍ରେମିକା ପରିବାରକୁ ଧମକ । ଅଧିକ ପଢନ୍ତୁ

ପାଟନା: କିଛି ଦିନରେ ଦେଖା ସାକ୍ଷାତ ପରେ ଯୁବକକୁ ମନ ଦେଇ ବସିଥିଲେ ନାବାଳିକା । ଭାବିଥିଲେ ପ୍ରେମିକାରୁ ଜୀବନସାଥୀ କରିବ ପ୍ରେମିକ । ଏହାଭାବି ନିଜର ସର୍ବସ୍ବ ଦେଇଦେଇଥିଲେ ପ୍ରେମିକକୁ । କିନ୍ତୁ ଶାରିରୀକ ସୁଖ ପାଇବା ପରେ ଧୋକା ଦେଲା ପ୍ରେମିକ । ବିବାହ କରିବା ବଦଳରେ ସବୁଦିନ ପାଇଁ ମୃତ୍ୟୁଶେଯରେ ଶୁଆଇ ଦେଲା ଦଗାଦିଆ ପ୍ରେମିକ । ଲଭଷ୍ଟୋରୀର ଏଭଳି ହରର କାହାଣୀ ଆସିଛି ବିହାରର ନବାଦା ଜିଲ୍ଲାର ରଜୌଲି ଥାନା ଅଞ୍ଚଳରୁ । ନାବାଳିକା ପ୍ରେମିକା ଗର୍ଭବତୀ ହେବା ଖବର ଶୁଣିବା ପରେ ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ପ୍ରେମିକ । ଏଭଳି ଲୋମଟାଙ୍କୁରା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ବାସରେ ବିଷ ଦେଇଛି ପ୍ରେମିକ । ଘଟଣାକୁ ନେଇ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ 4 ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପିତା ।

କଣ ରହିଛି ନାବାଳିକାଙ୍କ ପିତାଙ୍କ ଅଭିଯୋଗ: ତାଙ୍କ 16 ବର୍ଷୀୟା ଝିଅର ଗାଁର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଚାଲିଥିଲା । ଏ ସମ୍ପର୍କରେ କାହାରିକି ଖବର ମଧ୍ୟ ନଥିଲା । ଯେତେବେଳେ ନାବାଳିକା ଗର୍ଭବତୀ ହେଲେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ପିତା । ଏପରିକି ଯୁବକକୁ ବିବାହ କରିବାକୁ ଚାହୁଁଥିଲେ ନାବାଳିକା । କିନ୍ତୁ ଯୁବକଙ୍କ ପରିବାର ଏ ସମ୍ପର୍କରେ ଖୁସି ନଥିଲେ । ଏପରିକି ବିବାହ ପାଇଁ ମଧ୍ୟ ରାଜି ନଥିଲେ । ତେଣୁ ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ମାରପିଟ୍‌ କରିବା ସହ ତେଲ ଢାଳି ଜୀଅନ୍ତା ଜାଳି ଦେଇଛନ୍ତି ।

ଏତଲା ନ ଦେବାକୁ ଗୃହବନ୍ଦୀ କରିଥିଲେ ଅଭିଯୁକ୍ତର ପରିବାର: ଏତିକିରେ ସରିନଥିଲା ନୃଶଂସତାର କାହାଣୀ । ନାବାଳିକାଙ୍କ ପରିବାର ଲୋକଙ୍କ ଧମକ ଚମକ ଦେଇ ଅନ୍ତିମ ସଂସ୍କାର କରି ଦେଇଥିଲେ ଯୁବକଙ୍କ ପରିବାର । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ନକରିବାକୁ ଧମକ ମଧ୍ୟ ଦେଇଥିବା ନାବାଳିକାଙ୍କ ବାପା ଥାନାରେ କହିଛନ୍ତି । ଏପରିକି ପରିବାର ଲୋକଙ୍କୁ ନଜରବନ୍ଦୀ କରି ରଖିଥିଲେ ଅଭିଯୁକ୍ତଙ୍କ ପରିବାରଲୋକେ । କିନ୍ତୁ ଶୁକ୍ରବାର ଦିନ ଯେଣତେଣ ରୋଗର ବାହାନା କରି ଘରୁ ବାହାରିଥିଲେ । ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

ଆଧୁନିକତାରେ ବଦଳି ଯାଇଛି ପ୍ରେମର ସଂଜ୍ଞା । ପ୍ରେମ ଶାଶ୍ବତ ଚିରନ୍ତନ ହେବା ବଦଳରେ ରକ୍ତରଞ୍ଜିତ ହେଉଛି । ପ୍ରେମକୁ ପରିବାର ସ୍ବୀକୃତି ବଦଳରେ ମିଳୁଛି ପ୍ରତାରଣା । କିଛିଦିନର ପ୍ରେମ ପରେ ବଦଳି ଯାଉଛି ପ୍ରେମିକ । ସବୁଦିନ ରାସ୍ତାରୁ କଣ୍ଟାକୁ ହଟାଇବାକୁ କରୁଛି ନାନା ଉପାୟ । ଏଭଳି ଅନେକ ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.