ETV Bharat / bharat

ସଂକଟରେ SBI ସହ LIC, ବଜେଟରେ କୌଣସି ବ୍ୟବସ୍ଥା ନାହିଁ: କଂଗ୍ରେସ ଅଧ୍ୟକ୍ଷ

author img

By

Published : Feb 1, 2023, 7:19 PM IST

କଂଗ୍ରେସ ଅଧ୍ୟକ୍ଷ
କଂଗ୍ରେସ ଅଧ୍ୟକ୍ଷ

ଆଜି ଲୋକସଭାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଆଗତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହାକୁ ଜନତାଙ୍କ ବଜେଟେ, ନୂଆ ଭାରତର ବଜେଟ କୁହାଯାଉଛି । କିନ୍ତୁ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆଜି ସଂସଦରେ ଆଗତ ହୋଇଥିବା ବଜେଟକୁ ଜନବିରୋଧୀ ରାଷ୍ଟ୍ର ବିରୋଧୀ ଦର୍ଶାଇଛି । କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ମୋଦି ସରକାର ଆଣିଥିବା ବଜେଟ ବିଜେପି ପ୍ରତି ଲୋକଙ୍କର ବିଶ୍ବାସ ତଟୁଥିବାର ପ୍ରମାଣ ।"

ଏହାବି ପଢନ୍ତୁ- Education Budget 2023: ଶିକ୍ଷା କ୍ଷେତ୍ରକୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ, 8% ବ୍ୟୟ ଅଟକଳ ବୃଦ୍ଧି

ଆଜି ଲୋକସଭାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଆଗତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହାକୁ ଜନତାଙ୍କ ବଜେଟେ, ନୂଆ ଭାରତର ବଜେଟ କୁହାଯାଉଛି । କିନ୍ତୁ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘‘ମୋଦି ସରକାର ଆଣିଥିବା ବଜେଟ ବିଜେପି ପ୍ରତି ଲୋକଙ୍କର ବିଶ୍ବାସ ତଟୁଥିବାର ପ୍ରମାଣ। ବଜେଟ କେବଳ ନିର୍ବାଚନ ପାଇଁ ଉଦ୍ଦିଷ୍ଟ । ବଜେଟରେ ଭୟଙ୍କର ବେରଜଗାରୀ ହ୍ରାସ କରିବାକୁ କୌଣସି ଉଦ୍ୟମ ହୋଇନାହିଁ । ପ୍ରତି ପରିବାର ମହଙ୍ଗା ମାଡର ସାମନା କରୁଛନ୍ତି। ବଜେଟରେ ଏମିତି କୌଣସି ବ୍ୟବସ୍ଥା ନାହିଁ ଯଦ୍ବାରା ଜରୁରୀ ସାମଗ୍ରୀ ଦର ନିୟନ୍ତ୍ରଣ ହେବ । ଅଟା, ଡାଲି, କ୍ଷୀର, ଗ୍ୟାସ ସବୁର ମୁଲ୍ୟ ବୃଦ୍ଧି କରି ସରକାର ଦେଶକୁ ଲୁଟ କରିଛି । ବଜେଟରେ ଦଳିତ, ଆଦିବାସୀ, ପଛୁଆ ମହିଳାଙ୍କ ପାଇଁ କିଛି ବି ନାହିଁ ।’’

ଏହାବି ପଢନ୍ତୁ- Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି ଖଡଗେ କହିଛନ୍ତି ମନରେଗାରେ ୩୮ ହଜାର ୪୬୮ କୋଟି କମ କରିଦିଆଗଲା । ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅଧିକ ଅର୍ଥ ନାହିଁ । ଗରିବଙ୍କ କଣ ହେବ ସ୍ଥିତି । ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ କରି ଖଡଗେ କହିଛନ୍ତି କିଶାନ ବିରୋଧୀ ସରକାର ବଜେଟରେ କୃଷକଙ୍କ ପାଇଁ କିଛି ବ୍ୟବସ୍ଥା କଲେ ନାହିଁ । ୨୦୨୨ ରେ କିଶାନଙ୍କ ଆୟ ଦ୍ବିଗୁଣା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା କାହିଁକି ହେଲା ନାହିଁ ? ଏମଏସପି ଗ୍ୟାରେଣ୍ଟି ନାହିଁ । କିଶାନଙ୍କୁ ସରକାର ଅଣଦେଖା କରୁଛନ୍ତି । ଦେଶର ବ୍ୟାଙ୍କିଂ ସେକ୍ଟରକୁ ସରକାର ବର୍ବାଦ କରିଦେଲେ । କିଛି ଲୋକ ଦେଶରୁ ଲୁଟ କରି ପଳାୟନ କଲେ । ବ୍ୟାଙ୍କ ଉପରେ ୩୬ ଲକ୍ଷ କୋଟିର ଏନପିଏ ସ୍ଲିପେଜ ପଡିଛି । ଏହାର ସମାଧାନ ପାଇଁ ବଜେଟରେ କୌଣସି ଉଦ୍ୟମ କରାଯାଇ ନାହିଁ । ଏସବିଆଇ ଓ ଏଲଆଇସିକୁ ଯେଉଁ ସଂକଟକୁ ଠେଲି ଦିଆଯାଇଛି ତା ଉପରେ ଗୋଟିଏ ଶବ୍ଦ ସରକାର କହିଲେ ନାହିଁ ।

ଏହାବି ପଢନ୍ତୁ- Budget 2023: ଦକ୍ଷିଣ ଭାରତୀୟ ଇଲକଲ ଶାଢୀରେ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ଖଡଗେ ସଂଗୀନ ଅଭିଯୋଗ ଆଣି କହିଛନ୍ତି, ମୋଟା ମୋଟି ଭାବେ କେନ୍ଦ୍ର ସରକାର ଦେଶର ବିକାଶ ପରିବର୍ତ୍ତେ ଦେଶକୁ ଲୁଟ କଲେ । ଦେଶର ଅର୍ଥନୀତିକୁ ଗଭୀର କ୍ଷତି ପହଞ୍ଚିଛି । ଏହି ବଜେଟର ନାମ ବଡା ଦର୍ଶନ ଛୋଟା ବୋଲି କଟାକ୍ଷ କରିଛନ୍ତି ଖଡଗେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.