ETV Bharat / bharat

ତୁରନ୍ତ ଅପଡେଟ କରନ୍ତୁ ଗୁଗୁଲ କ୍ରୋମ, ନଚେତ ...

author img

By

Published : Nov 3, 2019, 11:09 PM IST

ସାରା ବିଶ୍ବରେ ଗୁଗୁଲ କ୍ରୋମର ରହିଛନ୍ତି କୋଟି କୋଟି ୟୁଜର୍ସ । ଆଉ ଯଦି ଆପଣ ବି ଏହି ୟୁଜର୍ସ ତାଲିକାରେ ଜଣେ ତେବେ ତୁରନ୍ତ ନିଜ ପିସି ବା ସ୍ମାର୍ଟଫୋନରେ ଗୁଗୁଲ କ୍ରୋମକୁ ଅପଡେଟ କରନ୍ତୁ ।

ଫାଇଲ ଫଟୋ

ହାଇଦ୍ରାବାଦ: ସାରା ବିଶ୍ବରେ ଗୁଗୁଲ କ୍ରୋମର ରହିଛନ୍ତି କୋଟିକୋଟି ୟୁଜର୍ସ । ଆଉ ଯଦି ଆପଣ ବି ଏହି ୟୁଜର୍ସ ତାଲିକାରେ ଜଣେ ତେବେ ତୁରନ୍ତ ନିଜ ପିସି ବା ସ୍ମାର୍ଟଫୋନରେ ଗୁଗୁଲ କ୍ରୋମକୁ ଅପଡେଟ କରନ୍ତୁ । ନଚେତ ଆପଣଙ୍କ ପିସି ହ୍ୟାକ ହେବାର ରହିଛି ଅନେକ ସମ୍ଭାବନା । ଏନେଇ ସୂଚନା ଦେଇଛି ଗୁଗୁଲ ।

ନିକଟରେ ଗୁଗୁଲ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ ଅନେକ ୟୁଜର୍ସଙ୍କ ବ୍ରାଉଜରରୁ ତଥ୍ୟ ହ୍ୟାକ ହେଉଥିବା ଅଭିଯୋଗ ଆସିଛି । ଏହା ପଛରେ ବ୍ରାଉଜର ହ୍ୟାକର ବା ପିସି ହ୍ୟାକରଙ୍କ ହାତ ରହିଥିବା ଜଣାପଡିଛି । କ୍ରୋମ ବ୍ରାଉଜରରେ ଦେଖା ଦେଇଥିବା ଏହି ହ୍ୟାକିଂ ତଥ୍ୟ ପଦାରେ ପଡିବା ପରେ ଗୁଗୁଲ ଏହାକୁ ଯଥାଶୀଘ୍ର ଫିକ୍ସ କରିବା ପାଇଂ ଆରମ୍ଭ କରିଛି ଉଦ୍ୟମ । ଯେଉଁଥିପାଇଁ ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ୟୁଜର୍ସଙ୍କୁ ନିଜ ବ୍ରାଉଜର ଅପଡେଟ କରିବା ପାଇଁ ପରାମର୍ଶ ଦେଇଛି ଗୁଗୁଲ ।

ଏହି ଅପଡେଟ ଦ୍ବାରା ବ୍ରାଉଜର ଥିବା ବଗକୁ ସଫା କରିବା ସହ ବ୍ରାଉଜିଂ ସ୍ପିଡ ମଧ୍ୟ ବଢିବା ନେଇ ପ୍ରକାଶ କରିଛି ଗୁଗୁଲ । ତେଣୁ ନିଜ ବ୍ରାଉଜରର ଡାହାଣ ପାର୍ଶ୍ବ ଉପର କୋଣରେ ଥିବା ତିନି ଡଟ୍‌ ଚିହ୍ନରେ କ୍ଲିକ କରନ୍ତୁ । ଏହାପରେ ସେଠାରେ ‘ହେଲ୍ପ’ ଓ ‘ଏବାଉଟ ଗୁଗୁଲ କ୍ରୋମ’ ଅପ୍ସନର ଉପରେ ଥିବା ଅପଡେଟ ଅପ୍ସନରେ କ୍ଲିକ କରନ୍ତୁ ଏବଂ ବ୍ରାଉଜରକୁ ତୁରନ୍ତ ଅପଡେଟ କରାନ୍ତୁ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.