ETV Bharat / bharat

ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ

author img

By

Published : Jun 2, 2020, 10:02 PM IST

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୁଧବାର ସକାଳେ ଏହି ବୈଠକ ଆୟୋଜିତ ହେବ । 7 ଲୋକକଲ୍ୟାଣ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ
ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ: ବୁଧବାର ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନା ସ୍ଥିତି ଓ ଲକଡାଉନର ଆଗାମୀ ଅବଧି ସମ୍ପର୍କରେ ଏଥିରେ ଆଲୋଚନା କରାଯିବ ବୋଲି ଆଶା ରହିଛି ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୁଧବାର ସକାଳେ ଏହି ବୈଠକ ଆୟୋଜିତ ହେବ । ଦିଲ୍ଲୀସ୍ଥିତ 7 ଲୋକକଲ୍ୟାଣ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କୋରୋନା ସ୍ଥିତି ଛଡା ନିକଟରେ ଘୋଷଣା ହୋଇଥିବା ଆତ୍ମନିର୍ଭର ପ୍ୟାକେଜ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର ଏମଏସଏମଇ ସେକ୍ଟର ପାଇଁ 50 ହଜାର କୋଟି ଟଙ୍କା ଅନୁମୋଦନ କରିଥିଲା କ୍ୟାବିନେଟ୍ । ଗତ ମାସରେ ଏହା ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ଘୋଷଣା ହୋଇଥିଲା । କୋଭିଡ 19 ଯୋଗୁଁ ସେକ୍ଟରରେ ଦେଖାଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଏହାସହ 20 ହଜାର କୋଟି ଟଙ୍କାର ଋଣ ମଧ୍ୟ ପ୍ରଦାନ କରିବାକୁ ଅନୁମତି ଦେଇଛି କ୍ୟାବିନେଟ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.