ETV Bharat / bharat

ବୃଦ୍ଧାବସ୍ଥାରେ ଯତ୍ନ ନେଉଥିବା ସନ୍ତାନଙ୍କୁ ମିଳିବ ଅଧିକ ସମ୍ପତ୍ତି: ସୁପ୍ରିମକୋର୍ଟ

author img

By

Published : Sep 13, 2019, 12:28 PM IST

ଫାଇଲ ଫଟୋ

ଦୀର୍ଘ ପାଞ୍ଚ ଦଶକରୁ ଚାଲୁଥିବା ଏକ ମାମଲାର ବିଚାର କରିବାକୁ ଯାଇ ବିଚାରପତି ନବୀନ ସିହ୍ନା ଏବଂ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନିଷ୍ପତି ନେଇଛନ୍ତି । ଏଥର ପିତାମାତାଙ୍କ ବୃଦ୍ଧାବସ୍ଥାର ସାହାରା ହେଉଥିବା ସନ୍ତାନଙ୍କୁ ମିଳିବ ସମ୍ପତ୍ତିର ବଡ ଅଂଶ ।

ନୂଆଦିଲ୍ଲୀ: ସନ୍ତାନଙ୍କ ମଧ୍ୟରେ ପୈତୃକ ସମ୍ପତି ଭାଗବଣ୍ଟା ବିବାଦର ସମାଧାନ କରିବାକୁ ଯାଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି। ନିଜ ବୟସ୍କ ପିତାମାତାଙ୍କ ଦେଖାଶୁଣା କରୁଥିବା ସନ୍ତାନଙ୍କୁ ସମ୍ପତିର ଅଧିକ ଭାଗ ମିଳିବା ସମ୍ବନ୍ଧରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦୀର୍ଘ ପାଞ୍ଚ ଦଶକରୁ ଚାଲୁଥିବା ଏକ ମାମଲାର ବିଚାର କରିବାକୁ ଯାଇ ବିଚାରପତି ନବୀନ ସିହ୍ନା ଏବଂ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ନିଷ୍ପତି ନେଇଛନ୍ତି ।

କୋର୍ଟଙ୍କ ଅନୁସାରେ, ବାପା-ମାଆ ଚାହିଁଲେ ନିଜ ବାର୍ଦ୍ଧକ୍ୟବସ୍ଥାରେ ଯତ୍ନ ନେଉଥିବା ସନ୍ତାନଙ୍କୁ ଅନ୍ୟ ସନ୍ତାନଙ୍କ ତୁଳନାରେ ସମ୍ପତିର ବଡ ଅଂଶ ଦେଇ ପାରିବେ । ଏହାକୁ ବାର୍ଦ୍ଧକ୍ୟାବସ୍ଥାର ଫାଇଦା ଉଠାଇ ସମ୍ପତି ନିଜ ନାମରେ କରିବା ମାମଲା ରୂପେ ଗ୍ରହଣ କରାଯିବନି ।

1970 ମସିହାରୁ ଚାଲିଆସୁଥିବା ଦୁଇ ଭାଇଙ୍କ ସମ୍ପତି ଭାଗବଣ୍ଟା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଣି କରିଛନ୍ତି । ପିତାଙ୍କ ମୃତ୍ୟୁର ଏକ ବର୍ଷ ପରେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତି ଭାଗବଣ୍ଟାକୁ ନେଇ ବିବାଦ ଦେଖାଯାଇଥିଲା ।

ପିତା ନିଜ ସମ୍ପତିର ଏକ ବଡ ଅଂଶ ଗୋଟିଏ ପୁଅକୁ ଦେବାକୁ ନେଇ ଅନ୍ୟ ଜଣେ ଭାଇ ଏହାକୁ ବାପାଙ୍କ ବାର୍ଦ୍ଧକ୍ୟାବସ୍ଥାର ଫାଇଦା ଉଠାଇ ପିତାଙ୍କ ସମ୍ପତି ନିଜ ନାମରେ କରିଥିବା ଅଭିଯୋଗ କରି ମାମଲା ଦାୟର କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ତଳ କୋର୍ଟଙ୍କ ରାୟକୁ ଅପରିବର୍ତ୍ତିତ ରଖିବା ସହ ଏହି ରାୟ ଶୁଣାଇଛନ୍ତି ।

Intro:Body:

BLANK FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.