ETV Bharat / bharat

ମୋଦିଙ୍କ ପ୍ରଶଂସାରେ ସୁପ୍ରିମକୋର୍ଟ ବିଚାରପତି

author img

By

Published : Feb 22, 2020, 11:06 PM IST

Updated : Feb 23, 2020, 10:09 AM IST

superemecourt judge praise pm modi
ଫାଇଲ ଫଟୋ

ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ଅନ୍ତରାଷ୍ଟ୍ରୀୟସ୍ତରରେ ମୋଦିଙ୍କ ଦୂରଦୃଷ୍ଟି ଓ ବହୁମୁଖୀ ପ୍ରତିଭାକୁ ବେଶ୍ ପସନ୍ଦ କରିଛନ୍ତି ସେ । ଯାହାର ବିଚାରଧାରା ବିଶ୍ବସ୍ତରୀୟ ହୋଇଥାଏ ସେ ସ୍ଥାନୀୟ ହିତକୁ ଅଣଦେଖା କରେ ବୋଲି କହିଛନ୍ତି ବିଚାରପତି ଅରୁଣ ।

1500ରୁ ଅଧିକ ଅପ୍ରଚଳିତ ଆଇନକୁ ଶେଷ କରିଥିବାରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ସେ । ବିଶ୍ବସ୍ତରରେ ଭାରତ ଏକ ଦାୟିତ୍ବବାନ ସଦସ୍ୟ ବୋଲି କହିଛନ୍ତି ସେ । ଏହା କେବଳ ମୋଦିଙ୍କ ନେତୃତ୍ବରେ ସମ୍ଭବ ବୋଲି ବିଚାରପତି କହିଛନ୍ତି ।

‘ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ସମ୍ମିଳନୀ-2020’ର ଉଦଘାଟନ ସମୟରେ ବକ୍ତବ୍ୟ ଦେଇଛନ୍ତି ସେ । ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ନ୍ୟାୟପାଳିକା ସାମ୍ନାରେ ଚ୍ୟାଲେଞ୍ଜ ସମାନ ଓ ବିଶ୍ବକୁ ପରିବର୍ତ୍ତନ କରିବାରେ ନ୍ୟାୟପାଳିକାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହାସହ ଭାରତୀୟ ଗଣତନ୍ତ୍ର ଦୁନିଆର ସବୁଠାରୁ ବଡ ଗଣତନ୍ତ୍ର ବୋଲି କହିବାସହ ଏହାର ପ୍ରସଂଶା କରିଥିଲେ ।

Last Updated :Feb 23, 2020, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.