ETV Bharat / bharat

ଦୂରସଞ୍ଚାର ଉପଗ୍ରହ CMS-01କୁ ନେଇ ମହାକାଶ ଗଲା PSLV-C50

author img

By

Published : Dec 17, 2020, 4:18 PM IST

Updated : Dec 17, 2020, 6:14 PM IST

ଯୋଗାଯୋଗ ସାଟେଲାଇଟ ସହ ମହାକାଶକୁ ଉତକ୍ଷେପଣ ହେଲା PSLV-C50
ଯୋଗାଯୋଗ ସାଟେଲାଇଟ ସହ ମହାକାଶକୁ ଉତକ୍ଷେପଣ ହେଲା PSLV-C50

ଯୋଗାଯୋଗ ସାଟେଲାଇଟ CMS-01କୁ ନେଇ ମହାକାଶ ଗଲା PSLV-C50 । ଶ୍ରୀହରୀକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ ହୋଇଛି ରକେଟ୍ PSLV-C50 । ଅଧିକ ପଢନ୍ତୁ...

ଶ୍ରୀହରୀକୋଟା: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଯୋଗାଯୋଗ ସାଟେଲାଇଟ CMS-01 କୁ ନେଇ ମହାକାଶକୁ ଗଲା PSLV-C50 । ଗୁରୁବାର ଦିନ 3ଟା 41ରେ ଆନ୍ଧ୍ରପ୍ରଦେଶ ପ୍ରଦେଶ ଶ୍ରୀହରୀକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ ହୋଇଛି PSLV-C50 ରକେଟ । ଉତକ୍ଷେପଣ ସମୟରେ ଉପସ୍ଥିତ ଥିଲେ ଇସ୍ରୋ ଅଧ୍ୟକ୍ଷ କେ ସିବନ ।

CMS-01 ସାଟେଲାଇଟ ଲଞ୍ଚ ଫଳରେ ଅନେକ ଦିନ ପରେ ଆଣ୍ଡାମାନ ଓ ଲାକ୍ଷାଦ୍ବୀପବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଦ୍ବୀପପୁଞ୍ଜରେ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାକୁ ପଦକ୍ଷେପ ନେଇଥିଲା ଇସ୍ରୋ । ମହାକାଶରେ ଆଉ ଏକ ପାଦ ଆଗେଇ PSLV-C50 ଦ୍ବାରା ଲଞ୍ଚ ହୋଇଛି ଯୋଗାଯୋଗ ସାଟେଲାଇଟ CMS-01 ।

ଫ୍ରିକ୍ୟୁଏନ୍ସ ସ୍ପେକ୍ଟ୍ରମର ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବା ପାଇଁ CMS-01 ହେଉଛି ଏକ ଯୋଗାଯୋଗ ଉପଗ୍ରହ | ବିସ୍ତାରିତ-ସି ବ୍ୟାଣ୍ଡ କଭରେଜରେ ଇଣ୍ଡିଆନ ମେଲଲ୍ୟାଣ୍ଡ, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଅନ୍ତର୍ଭୁକ୍ତ ହେବ | CMS-01 ହେଉଛି ଭାରତର 42 ତମ ଯୋଗାଯୋଗ ଉପଗ୍ରହ ।

PSLV-C50 ହେଉଛି 'XL' ସଂରଚନାରେ PSLVର 22 ତମ ଫ୍ଲାଇଟ | ଏହା ଶ୍ରୀହାରିକୋଟା ସ୍ପେସ ସେମ୍ଟରରୁ 77 ତମ ଲଞ୍ଚ ମିସନରେ ସାମିଲ ହେବ ।

PSLV-C50 ରକେଟର ସଫଳ ଉତକ୍ଷେପଣ ନେଇ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ
Last Updated :Dec 17, 2020, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.