ETV Bharat / bharat

ସିଙ୍ଗାପୁରରୁ ଭାରତ ଆସିବ 78 ଟନର କୋରୋନା ରିଲିଫ ସାମଗ୍ରୀ

author img

By

Published : Apr 26, 2020, 11:10 PM IST

singapore to send relief to india, india to receive relief through cargo, lifeline udan, corona in india, ସିଙ୍ଗାପୁରରୁ ଭାରତ ଆସିବ ରିଲିଫ, ଭାରତ ଆସିବ କାରଗୋ ଯୋଗେ ରିଲିଫ, ଲାଇଫଲାଇନ ଉଡାନ, ଭାରତରେ କୋରୋନା
ସିଙ୍ଗାପୁରରୁ ଭାରତ ଆସିବ 78 ଟନର କୋରୋନା ରିଲିଫ ସାମଗ୍ରୀ

ଭାରତକୁ ପୁଣି ଆସିବ ସହାୟତା ସ୍ବରୂପ କୋରୋନା ରିଲିଫ ସାମଗ୍ରୀ । ଆଉ ଏହି ସାମଗ୍ରୀ ପଠାଇବ ସିଙ୍ଗାପୁର । 2ଟି ଏୟାର ଇଣ୍ଡିଆ ଓ ଗୋଟିଏ ବ୍ଲୁ ଡାର୍ଟ ବିମାନ ଯୋଗେ ପ୍ରାୟ 78 ଟନର ରିଲିଫ ସାମଗ୍ରୀ ପଠାଇବା ନେଇ ସୂଚନା ଦେଇଛି ସିଙ୍ଗାପୁର ।

ସିଙ୍ଗାପୁର: ଭାରତକୁ ପୁଣି ଆସିବ ସହାୟତା ସ୍ବରୂପ କୋରୋନା ରିଲିଫ ସାମଗ୍ରୀ । ଆଉ ଏହି ସାମଗ୍ରୀ ପଠାଇବ ସିଙ୍ଗାପୁର । 2ଟି ଏୟାର ଇଣ୍ଡିଆ ଓ ଗୋଟିଏ ବ୍ଲୁ ଡାର୍ଟ ବିମାନ ଯୋଗେ ପ୍ରାୟ 78 ଟନର ରିଲିଫ ସାମଗ୍ରୀ ପଠାଇବା ପାଇଁ ସୂଚନା ଦେଇଛି ସିଙ୍ଗାପୁର । ଏହି ରିଲିଫ ସାମଗ୍ରୀରେ ରହିବ ସିଙ୍ଗାପୁରସ୍ଥିତ କମ୍ପାନୀ ଦ୍ବାରା ପ୍ରସ୍ତୁତ ପିପିଇ କିଟ୍‌ । ‘ଲାଇଫଲାଇନ ଉଡାନ’ରେ ଏହି ବିମାନ 3ଟି ଦେଶକୁ ରିଲିଫ ସାମଗ୍ରୀ ଆଣିବା ନେଇ ଜଣାପଡିଛି ।

କେନ୍ଦ୍ର ବେସାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ଏସ ପୁରୀଙ୍କ ସୂଚନା ମୁତାବକ ସ୍ପାଇସ ଜେଟ, ବ୍ଲୁ ଡାର୍ଟ ଓ ଇଣ୍ଡିଗୋ ପରି ଘରୋଇ କାରଗୋ ଅପରେଟର ଦେଶ ପାଇଁ ଲାଇଫଲାଇନ ଉଡାନ କାରଗୋ ଭାବେ କାର୍ଯ୍ୟରତ । ଏପ୍ରିଲ 15ର ରିପୋର୍ଟ ମୁତାବକ ସ୍ପାଇସ ଜେଟ- 230 ଉଡାଣ, 2765 ଟନ, ବ୍ଲୁ ଡାର୍ଟ- 108 ଉଡାଣ, 1709 ଟନ ଓ ଇଣ୍ଡିଗୋ- 25 ଉଡାଣ, 21.77 ଟନର ସାମଗ୍ରୀ ପରିବହନ କରିସାରିଛି । ତେବେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି କେନ୍ଦ୍ରର ଯୋଜନା ମୁତାବକ କୋରୋନା ସଂକ୍ରମଣର ଶିକାର ଦେଶମାନଙ୍କୁ ଆବଶ୍ୟକତା ଅନୁଯାୟୀ ମେଡିକାଲ କାରଗୋ ଲାଇପଲାଇନ ପହଞ୍ଚାଇବା ହେଉଛି ଲାଇଫଲାଇନ ଉଡାନର କାର୍ଯ୍ୟ ।

ଏଯାବତ ଏହି ବିମାନ ସେବା ଦ୍ବାରା ପ୍ରାୟ 1,41,080 କିଲୋମିଟର ଅତିକ୍ରମ କରି 240 ଟନର ରିଲିଫ ସାମଗ୍ରୀ ପହଞ୍ଚାଯାଇଛି । ଯେଉଁଥିରେ ଲାଇଫଲାଇନ ଉଡାନରେ 161ଟି ବିମାନ ଏହି ସେବା ଯୋଗାଇଛି । ତେବେ ଏଥିରେ ରହିଛି ଏୟାର ଇଣ୍ଡିଆର 99 ବିମାନ ଓ ଆଲାଏନ୍ସ ଏୟାରର 54 ବିମାନ । ସେପଟେ ଗତ 24 ଘଣ୍ଟାରେ 1990 ନୂଆ ମାମଲା ସହ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା 26,496ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.