ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କ ଇଚ୍ଛା ମୃତ୍ୟୁ ଆବେଦନ, ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ପତ୍ର

author img

By

Published : Oct 3, 2020, 4:46 PM IST

ଉତ୍ତରପ୍ରଦେଶର ହାଇୱେ ଥାନା ନିକଟସ୍ଥ ଗୋପାଳ ନଗରରେ ରହୁଥିବା ଦୁଷ୍କର୍ମ ପୀଡିତା ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଅଭିଯୋଗର 6 ମାସ ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୀଡିତା ଏପରି ପଦକ୍ଷେପ ନେଇଥିବାର ଜଣାପଡିଛି । ଅଧିକ ପଢନ୍ତୁ..

ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦାବି କଲେ ଦୁଷ୍କର୍ମ ପୀଡିତା
ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦାବି କଲେ ଦୁଷ୍କର୍ମ ପୀଡିତା

ଲକ୍ଷ୍ନୌ: ମଥୁରାର ହାଇୱେ ଥାନା ନିକଟସ୍ଥ ଗୋପାଳ ନଗରରେ ରହୁଥିବା ଦୁଷ୍କର୍ମ ପୀଡିତା ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଅଭିଯୋଗର 6ମାସ ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ପୀଡିତା ଇଚ୍ଛା ମୃତ୍ୟୁ ସଂପର୍କରେ ଏକ ପ୍ରାର୍ଥନା ପତ୍ର ଏସଏସପିଙ୍କୁ ପ୍ରାର୍ଥନା ପତ୍ର ଦେଇଥିବାର ସୂଚନା ମିଳିଛି ।

ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦାବି କଲେ ଦୁଷ୍କର୍ମ ପୀଡିତା
ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦାବି କଲେ ଦୁଷ୍କର୍ମ ପୀଡିତା

ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମ ପୀଡିତା ଗୋପାଳ ନଗରର ବିପିନ(ଛଦ୍ମନାମ)ଙ୍କୁ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ପୀଡିତାଙ୍କ ସ୍ବାମୀ ବିପିନ ମାନସିକ ରୂପରେ ଅସୁସ୍ଥ ଥିବାରୁ ବିପିନଙ୍କ ଭାଇ ଯୋଗେଶ, ପିଉସୀଙ୍କ ପୁଅ କଲ୍ଲୁ ଓ ତାଙ୍କ ବନ୍ଧୁ ବାବୁ ପୀଡିତା ମହିଳାଙ୍କ ସହ ଜୋର ଜବରଦସ୍ତ ସଂପର୍କ ସ୍ଥାପନ କରିଥିଲେ । ପୀଡିତା ମେ ମାସ 12 ତାରିଖରେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହିତ ବୁଝାମଣା କରି ରହିବାକୁ ମଧ୍ୟ ବାଧ୍ୟ କରୁଥିଲେ ବୋଲି ପୀଡିତା କହିଛନ୍ତି ।

ଇତି ମଧ୍ୟରେ 6ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଏଣୁ ଶନିବାର ଦୁଷ୍କର୍ମ ପୀଡିତା ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇଚ୍ଛା ମୃତ୍ୟୁର ଦାବି କରି ବରିଷ୍ଠ ପୋଲିସ ଅଧ୍ୟୀକ୍ଷକଙ୍କ ନିକଟରେ ପ୍ରାର୍ଥନା ପତ୍ର ଦାଖଲ କରିଥିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.