ETV Bharat / bharat

ହାଇଦ୍ରାବାଦ ବାୟୁମଣ୍ଡଳକୁ ଲକଡାଉନ ଆଶୀର୍ବାଦ, କମିଛି ପ୍ରଦୂଷଣ

author img

By

Published : Apr 25, 2020, 7:04 PM IST

ହାଇଦ୍ରାବାଦ ବାୟୁମଣ୍ଡଳକୁ ଲକଡାଉନ ଆଶୀର୍ବାଦ, କମିଛି ପ୍ରଦୂଷଣ
ହାଇଦ୍ରାବାଦ ବାୟୁମଣ୍ଡଳକୁ ଲକଡାଉନ ଆଶୀର୍ବାଦ, କମିଛି ପ୍ରଦୂଷଣ

ଲକଡାଉନ ଘୋଷଣାକୁ ଏକ ମାସ ପୁରିଛି । ଏହି ସମୟରେ ସହରର ବାୟୁରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: କୋଭିଡ 19 ସଂକ୍ରମଣ ରୋକିବାକୁ ଘୋଷଣା ହୋଇଛି ଲକଡାଉନ । ହେଲେ ଏହା ସଂକ୍ରମଣ ଅପେକ୍ଷା ଅଧିକ ସଫଳ ହୋଇଛି ପ୍ରଦୂଷଣ ରୋକିବାରେ । ଦେଶର ବିଭିନ୍ନ ସହରରେ ପ୍ରଦୂଷଣର ମାତ୍ରା କମିବାରେ ଲାଗିଛି । ବାୟୁମଣ୍ଡଳରେ ପରୋକ୍ଷ ଆଶୀର୍ବାଦ ଭାବେ ଲକଡାଉନ ପ୍ରଭାବ ପଡିଛି ।

ହାଇଦ୍ରାବାଦରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଲକଡାଉନ ଘୋଷଣାକୁ ଏକ ମାସ ପୁରିଛି । ଏହି ସମୟରେ ସହରର ବାୟୁରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି । ମାସେ ତଳେ ପ୍ରଦୂଷଣରେ ଭର୍ତ୍ତି ଥିବା ସହର ଏବେ ସତେଜ ବାୟୁରେ ପରିପୂର୍ଣ୍ଣ । ରାସ୍ତାରେ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡିର ଧୂଆଁ ନାହିଁ, କମ୍ପାନୀ ବନ୍ଦ ରହିଛି, ନିର୍ମାଣଧୀନ କାମ ଚାଲିନାହିଁ । ଫଳରେ ପୂର୍ବରୁ ଅନୁଭବ କରିନଥିବା ସତେଜ ବାୟୁ ପାଇଛନ୍ତି ସହରବାସୀ ।

ତେଲେଙ୍ଗାନାର ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁସାରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି, ବୋଲ୍ଲାରାମ ଇଣ୍ଡଷ୍ଟ୍ରି ଅଞ୍ଚଳ, ସନାଥନଗର, ଜୁ ପାର୍କ, ଆଇଡିଏ ପଶମ୍ୟଲାରମ ଅଞ୍ଚଳରେ ବାୟୁମଣ୍ଡଳରେ ଅନେକ ଉନ୍ନତି ହୋଇଛି । ସବୁବେଳେ ପ୍ରଦୂଷଣରେ ଭରି ରହୁଥିବା ଏହି ଜାଗାରେ ଏବେ ଉତ୍ତମ ମାନର ବାୟୁ ବୋହୁଛି । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି ଅଞ୍ଚଳରେ ପିଏମ 2.5 ଓ ପିଏମ 10 ସ୍ତରରେ ଲଗାତାର ହ୍ରାସ ଘଟିଛି । ମାର୍ଚ୍ଚ 21ରେ 24 ଘଣ୍ଟାରେ ହାରାହାରି ପିଏମ 2.5ର ସ୍ତର ଥିଲା 28.1 । ଯେବେକି ଏପ୍ରିଲ 21ରେ ଏହା 12.28 ରହିଛି । ସେହିପରି ପିଏମ 10ର ସ୍ତର 81.77ରୁ 31.72କୁ ହ୍ରାସ ପାଇଛି ।

ସେହିପରି ନାଇଟ୍ରୋଜେନ ଡାଇଅକ୍ସାଇଡ, ନାଇଟ୍ରୋଜେନ ଅକ୍ସାଇଡ, ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଗ୍ୟାସର ପରିମାଣ ଶିଳ୍ପ ଇଣ୍ଡଷ୍ଟ୍ରିରେ ଭରପୂର ସନଥନଗରରେ କମିଛି । ତେବେ ଏପରି ସତେଜ ବାୟୁ ଅନୁଭବ କରିବାରେ ସହରର ବିଭିନ୍ନ ଜାଗାରେ ମୁତୟନ ଟ୍ରାଫିକ ପୋଲିସ ପ୍ରଥମ ବ୍ୟକ୍ତି ପାଲଟିଛନ୍ତି । ବନଜାରା ହିଲ୍ସର ଟ୍ରାଫିକ ସବ ଇନ୍ସପେକ୍ଟର ଜି ଭେଙ୍କାନ୍ନା କହିଛନ୍ତି ଯେ ଲକଡାଉନ ପୂର୍ବରୁ ଧୂଳି ଓ ଧୂଆଁରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ଥିଲା । ଏପରିକି କେତେକ ପୋଲିସଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା ।

ତେବେ ଏବେ ପରିବର୍ତ୍ତନ ଅନୁଭବ କରିହଉଛି ବୋଲି ପଞ୍ଜଗୁଟ୍ଟାର ଟ୍ରାପିକ ଏସଆଇ ଶିବ କୁମାର କହିଛନ୍ତି । ଲକଡାଉନ ଲାଗୁବେଳେ ରାସ୍ତାରେ ବୁଲିବାବେଳେ ସତେଜ ବାୟୁ ପାଇ ପୋଲିସମାନେ ଖୁସି ହେଉଥିବା ସେ କହିଛନ୍ତି । ମାସେ ତଳର ପରିସ୍ଥିତି ଏବେ ଆଉ ନାହିଁ । ଏପରି ଜୀବନଶୈଳୀ ଜାରି ରଖିଲେ ଭବିଷ୍ୟତରେ ଆମେ ସତେଜ ବାୟୁ ସହ ବିଶୁଦ୍ଧ ପିଇବା ପାଣି ପାଇପାରିବୁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.