ETV Bharat / bharat

ଉଚ୍ଚ ଶିକ୍ଷିତାଙ୍କ ଇଚ୍ଛା ମୃତ୍ୟୁ ଭିକ୍ଷା

author img

By

Published : Aug 18, 2019, 4:41 AM IST

ଉଚ୍ଚ ଶିକ୍ଷିତାଙ୍କ ଇଚ୍ଛାମୃତ୍ୟୁ ଭିକ୍ଷା । ଡକ୍ଟରେଟ ଉପାଧି ହାତେଇ ଥିଲେ ମଧ୍ୟ ରୋଜଗାରହୀନ ତଥା ଅଭାବ ଅନାଟନରେ ଚଳୁଥିବା ପଶ୍ଚିମବଙ୍ଗର ଗାର୍ଗି ବନ୍ଦୋପାଧ୍ୟାୟ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କୋଲକତା: ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ଜଣେ ପିଏଚଡି କରିଥିବା ମହିଳା ବେରୋଜଗାର ଅଛନ୍ତି । ଆଉ ନିଜ ପରିବାର ଲୋକଙ୍କ ସହ ଭୋକ ଉପବାସରେ ରହିବାକୁ ବାଧ୍ୟ ହେଉଛନ୍ତି । ସେନେଇ ଏବେ ଏହି ପରିବାର ଇଚ୍ଛାମୃତ୍ୟୁ ମାଗିଛନ୍ତି ।

'ସଙ୍ଗୀତ'ର ନେଚର ଆଣ୍ଡ ହ୍ୟୁମ୍ୟାନ ମାଇଣ୍ଡରେ ପିଏଚଡି କରିଥିବା ଗାର୍ଗି ବନ୍ଦୋପାଧ୍ୟାୟ ଉଚ୍ଚ ଶିକ୍ଷିତ ହୋଇଥିବା ସତ୍ତ୍ବେ ବେରୋଜଗାର ହୋଇ ଅତି ଦୁଃଖଦ ଜୀବନ କାଟୁଛନ୍ତି । ତେବେ ଗାର୍ଗି ବନ୍ଦୋପାଧ୍ୟାୟ ଦୁର୍ଗାପୁରର ବାସିନ୍ଦା । ସେ ନିଜ ବାପା ମାଆଙ୍କ ସାଙ୍ଗରେ ରୁହନ୍ତି । ସେ ସଙ୍ଗୀତରେ ପିଏଚଡି କରିଛନ୍ତି । ହେଲେ ଏହାସତ୍ତ୍ବେ ତାଙ୍କ ପାଖରେ ଖଣ୍ଡେ ଚାକିରୀ ନାହିଁ । ଯେଉଁଥିପାଇଁ ତାଙ୍କ ପରିବାର ଭୋକ ଉପବାସରେ ରହି ଏବେ ଇଚ୍ଛା ମୃତ୍ୟୁ ପାଇଁ ଅପିଲ କରିଛନ୍ତି ।

ଗାର୍ଗିଙ୍କ ବାପା କମଲ ବନ୍ଦୋପାଧ୍ୟାୟ ଏକ ଷ୍ଟିଲ ପ୍ଲାଣ୍ଟରେ ମ୍ୟାନେଜର ଥିଲେ । ଆଉ ତାଙ୍କ ମାଆ ଏକ ସ୍କୁଲରେ ପଢଉଥିଲେ । ଅବସର ନେବାପରେ କମଲ ଦୁର୍ଗାପୁରକୁ ସ୍ଥାନାନ୍ତର ହୋଇଯାଇଥିଲେ । ତାଙ୍କର ଦୁଇ ଝିଅ ଗାର୍ଗୀ ଓ କସ୍ତୁରୀଙ୍କର ବାହାଘର ହୋଇଯାଇଥିବା ବେଳେ ଗାର୍ଗୀଙ୍କର କୌଣସି କାରଣରୁ ଛାଡପତ୍ର ହୋଇଯାଇଥିଲା ।

ଏହାପରେ ସେ ଏକ ଚାକିରି ସନ୍ଧାନରେ ଅଛନ୍ତି । ସେ କାଉନସିଲରଙ୍କ ପାଖରୁ ସାହାଯ୍ୟ ମାଗିଥିଲେ । କିନ୍ତୁ ପିଏଚଡି କରିବା ସତ୍ତ୍ବେ ତାଙ୍କୁ କୌଣସି ଚାକିରି ମିଳିନଥିଲା । ଯେଉଁଥିପାଇଁ ଏମାନଙ୍କର ଖାଇବା ଆଉ ବଞ୍ଚିବା ପାଇଁ କିଛି ଅର୍ଥନାହିଁ ଯେଉଁଥିପାଇଁ ସେମାନେ ବାଧ୍ୟ ହୋଇ ସରକାରଙ୍କ ଠାରୁ ଇଚ୍ଛା ମୃତ୍ୟୁ ମାଗିଛନ୍ତି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.