ETV Bharat / bharat

ହାଥରସ ପିଡୀତାଙ୍କ ମୃତ୍ୟୁ ପରେ ବିରୋଧୀଙ୍କ ଜୋରଦାର ପ୍ରଦର୍ଶନ

author img

By

Published : Sep 29, 2020, 5:08 PM IST

ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମୃତ୍ୟୁ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଜୋରଦାର ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

ହଥରସ ପିଡୀତାଙ୍କ ମୃତ୍ୟୁ ପରେ ବିରୋଧୀଙ୍କ ଜୋରଦାର ପ୍ରଦର୍ଶନ
ହଥରସ ପିଡୀତାଙ୍କ ମୃତ୍ୟୁ ପରେ ବିରୋଧୀଙ୍କ ଜୋରଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ପରିସ୍ଥିତି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଜୋରଦାର ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବିଜୟଚୌକ ନିକଟରେ ପ୍ରଦର୍ଶନ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ।

ପ୍ରଦର୍ଶନ ସମୟରେ ଅନେକ ମହିଳା ପ୍ରଦର୍ଶନକାରୀଙ୍କୁ ଗିରଫ କରିଥିଲା ପୋଲିସ । ଏହାସହ ଦିଲ୍ଲୀ ମହିଳା ପ୍ରଦେଶ ଅଧ୍ୟକ୍ଷ ଅମୃତା ଧୱନଙ୍କୁ ମଧ୍ୟ ପୋଲିସ ଗାଡିରେ ବସାଇ ଥାନାକୁ ନିଆଯାଇଛି ।

କେବଳ ଏତିକି ନୁହେଁ ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ପରେ ଘଟଣା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଘଟଣା ସମ୍ପର୍କରେ ଖବର ପାଇ ହସ୍ପିଟାଲ ପହଞ୍ଚିଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଓ ତାଙ୍କ କର୍ମୀ ମଧ୍ୟ ସେଠାରେ ହଙ୍ଗାମା କରିଛନ୍ତି ।

ଅନ୍ୟପକ୍ଷେ ପୋଲିସର କହିବା ଅନୁଯାୟୀ ପୀଡିତା ମୃତ୍ୟୁ ପୂର୍ବରୁ 3 ଜଣ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିଥିଲେ । ମେଡିକାଲ ରିପୋର୍ଟରେ ଏଯାଏଁ ଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ ମିଳିନାହିଁ । ନମୁନା ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ତେବେ ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅଲିଗଡ ଆଇଜି ପିୟୂଷ ମୋର୍ଡିଆ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.