ETV Bharat / bharat

ବର୍ଷାରେ ବେହାଲ ମାୟାନଗରୀ, ପ୍ରଭାବିତ ଜନଜୀବନ

author img

By

Published : Sep 23, 2020, 12:25 PM IST

Mumbai rains : Waterlogging disrupts rail, road traffic
ବର୍ଷାରେ ବେହାଲ ମାୟାନଗରୀ, ପ୍ରଭାବିତ ଜନଜୀବନ

ବର୍ଷାରେ ବେହାଲ ମାୟାନଗରୀ । ରେଳ ଲାଇନରେ ପାଣି ଜମିବା ଯୋଗୁଁ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ । ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ....

ମୁମ୍ବାଇ: ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସୋନି ଷ୍ଟେସନର ସେଣ୍ଟ୍ରାଲ ରେଳ ଲାଇନରେ ପାଣି ଜମି ରହିଛି । ଫଳରେ କେତେକ ରେଳର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଖୁବ ପ୍ରଭାବିତ ହୋଇଛି । ଦାଦର, ୱର୍ଲି, ସିଓନ, ଘାଟକୋପର ଏବଂ ଗୋରେଗାଓଁରେ ପ୍ରବଳ ବର୍ଷା ହେଉଛି। ଗୋରେଗାଓଁର ଅନେକ ରାସ୍ତା ଜଳବନ୍ଦୀ ହୋଇ ରହିଛି।

ବର୍ଷାରେ ବେହାଲ ମାୟାନଗରୀ, ପ୍ରଭାବିତ ଜନଜୀବନ

ମଲାଡ, ଅନ୍ଧେରୀ ଏବଂ ଖର ଅଞ୍ଚଳରେ ପାଣି ଜମି ରହିଛି । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ଟୁଇଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁମ୍ବାଇ ସହରରେ କେବଳ 122 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଉପାନ୍ତ ଅଞ୍ଚଳରେ ସକାଳ 5.30 ପର୍ଯ୍ୟନ୍ତ 273 ମିଲିମିଟର ବର୍ଷା ହୋଇଛି। ବର୍ଷାର ମାତ୍ରା ଅଧିକ ଥିବାରୁ ଜରୁରୀ ନ ଥଲେ ଘରୁ ନ ବାହାରିବା ପାଇଁ ମ୍ୟୁନିସିପାଲିଟି ପ୍ରଶାସନ ପକ୍ଷରୁ ମୁମ୍ବାଇବାସୀଙ୍କୁ ନିବେଦନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.