ETV Bharat / bharat

ଅନେକ ଦିନର କସରତ ପରେ ଜୀବନ୍ତ ଧରାପଡିଲା ମଣିଷଖିଆ ବାଘ

author img

By

Published : Oct 13, 2019, 11:49 PM IST

ଡିଜାଇନ ଫଟୋ

କର୍ଣ୍ଣାଟକର ବାନ୍ଦିପୁରରେ ଶନିବାର ମଣିଷଖିଆ ବାଘ ପଡିଲା ଯନ୍ତାରେ । ଅଧିକ ପଢନ୍ତୁ....

ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁରରେ ଶନିବାର ମଣିଷଖିଆ ବାଘ ପଡିଲା ଯନ୍ତାରେ । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଶେଷରେ ଧରାପଡ଼ିଲା ମଣିଷଖିଆ ବାଘ । ବନ ବିଭାଗ ଓ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳଙ୍କୁ ଏହି ରକ୍ତମୁଖା ବାଘକୁ ଧରିବା ପାଇଁ ଗଲା କିଛି ଦିନ ହେଲା କସରତ କରୁଥିଲେ ।

ଜୀବନ୍ତ ଧରାପଡିଲା ମଣିଷଖିଆ ବାଘ


ସୂଚନା ଅନୁସାରେ ଏହି ବାଘ ଗଲା 15ଦିନ ହେଲା 2 ଜଣ ଲୋକଙ୍କୁ ମାରି ଖାଇବା ସହ 12ରୁ ଅଧିକ ଗୋରୁଙ୍କୁ ମାରିଛି । ବାଘ ଆତଙ୍କରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଥିଲା । ଲୋକଙ୍କ ଅଭିଯୋଗ ପରେ ବନବିଭାଗ ପକ୍ଷରୁ ବାଘ ଧରିବା ଅଭିଯାନ ଆରମ୍ଭ କରାଯାଇଥିଲା । ମାତ୍ର ବାଘକୁ ଧରିବା ପାଇଁ କାଠିକର ପାଠ ହୋଇଥିଲା ବନବିଭାଗ କର୍ମଚାରୀଙ୍କ ପାଇଁ । ବଘ ସ୍ଥାନ ପରିବର୍ତ୍ତନ କରିବା ସହ ଧରା ଛୁଆଁ ଦେଉ ନଥିଲା ।

ଏହାପରେ ବାଘର ଗତିବିଧିକୁ ସିସିଟିଭି ଦ୍ବାରା କଏଦ ହେଲା ପରେ ତାର ସ୍ଥାନ ନିରୂପଣ ହୋଇଥିଲା । ପରେ ପ୍ରଶିକ୍ଷିତ ହାତୀ ଦଳ ବାଘକୁ ଧରିବା ପାଇଁ ଯାଇଥିଲେ ।


ଏଠାରେ ସୂଚନା ଯୋଗ୍ୟ ଯେ, ଚାମରାଜନଗର ଜିଲ୍ଲା ସ୍ଥିତ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ 872 କିଲୋମିଟରେ ବ୍ୟାପିଛି । ଏହାର ସୀମା ତାମିଲନାଡୁ ସହ ସଲଗ୍ନ । ଏହି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବେଙ୍ଗାଲୁରୁ ଠାରୁ 220 କିଲୋମିଟର ଦୂରରେ ଅବସ୍ଥିତ ।

Intro:Body:

aaa


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.