ETV Bharat / bharat

ଦିଲ୍ଲୀ ଆର୍ମି କ୍ୟାଣ୍ଟିନରେ ଭୟାବହ ଅଗ୍ନିକାଣ୍ଡ

author img

By

Published : May 31, 2020, 12:00 PM IST

fire in army canteen
ଦିଲ୍ଲୀ ଆର୍ମୀ କ୍ୟାଣ୍ଟିନରେ ଅଗ୍ନିକାଣ୍ଡ

ରବିବାର ସକାଳେ ଦିଲ୍ଲୀ କୈଣ୍ଟର ସଦର ବଜାର ସ୍ଥିତ ଏକ ଆର୍ମି କ୍ୟାଣ୍ଟିନରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣା ସ୍ଥଳରେ 4ଟି ଫାୟାର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଚା ଜାରି ରଖିଛନ୍ତି ।

ନୂଆଦିଲ୍ଲୀ: ଆର୍ମି କ୍ୟାଣ୍ଟିନରେ ଅଗ୍ନିକାଣ୍ଡ । ରବିବାର ସକାଳେ ଦିଲ୍ଲୀ କୈଣ୍ଟର ସଦର ବଜାର ସ୍ଥିତ ଏକ ଆର୍ମି କ୍ୟାଣ୍ଟିନରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣା ସ୍ଥଳରେ 4ଟି ଫାୟାର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଚା ଜାରି ରଖିଛନ୍ତି ।

ଦିଲ୍ଲୀ ଆର୍ମୀ କ୍ୟାଣ୍ଟିନରେ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ଏହି କ୍ୟାଣ୍ଟିନର ନାମ ହେଉଛି ସର୍ବୋତ୍ତର ସିଏସଡି କ୍ୟାଣ୍ଟିନ । ଏହି କ୍ୟାଣ୍ଟିନ ଦିଲ୍ଲୀର କ୍ୟାଣ୍ଟ ସଦର ବଜାରର ଜେନେରାଲ ଡି ମାର୍ଗରେ ଅବସ୍ଥିତ । ତେବେ ନିଆଁରେ କ୍ୟାଣ୍ଟିନର ସମସ୍ତ ଜିନିଷ ପୋଡି ପାଉଁସ ହୋଇଛି । ଏଥିସହ ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ କ୍ୟାଣ୍ଟିନର କାନ୍ଥ ପୋଡି ଭାଙ୍ଗି ଯାଇଛି ।

ଖବର ପାଇ ଘଟଣା ସ୍ଥଳରେ 4ଟି ଫାୟାର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଚା ଜାରି ରଖିଛନ୍ତି । ଏପଟେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.