ETV Bharat / bharat

15 ମୋବାଇଲ ସହ ଏକଲକ୍ଷ ଟଙ୍କାର ଡ୍ରଗ୍ସ ଜବତ: 11 ଗିରଫ

author img

By

Published : Oct 13, 2020, 6:55 PM IST

11 ଜଣ ବ୍ରାଉନସୁଗାର ଚାଲାଣକାରୀ ଗିରଫ । ଛତିଶଗଡ ପୋଲିସ 11 ଜଣଙ୍କୁ ଗିରଫ କରିବା ସହ 15ଟି ମୋବାଇଲ ଫୋନ ଜବତ କରିଛି । ଅଧିକ ପଢନ୍ତୁ...

ଲକ୍ଷେ ଟଙ୍କାର ଡ୍ରଗ୍ସ ଜବତ
ଲକ୍ଷେ ଟଙ୍କାର ଡ୍ରଗ୍ସ ଜବତ

ରାୟପୁର: ଛତିଶଗଡ ପୋଲିସ 11 ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି । ଏଥିସହ ମାମଲାରେ ସମ୍ପୃକ୍ତ ଥିବା 2 ଜଣ ମହିଳାଙ୍କୁ ପୋଲିସ ଖୋଜୁଛି ।

ସୂଚନା ଅନୁଯାୟୀ ଛତିଶଗଡ ପୋଲିସ ଏକ ଲକ୍ଷ 5 ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏଥିସହ 15ଟି ମୋବାଇଲ ଫୋନ ଜବତ କରିଥିବାବେଳେ 11 ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିଛି । ଜବତ ହୋଇଥିବା ମୋବାଇଲ ଫୋନକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ମୋବାଇଲ ଚାର୍ଟ ଏବଂ କଲ ଲିଷ୍ଟ ଜରିଆରେ ପୋଲିସ ଅନ୍ୟ ଚାଲାଣକାରୀଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ତେବେ ଛତିଶଗଡର ଯୁବପୀଢୀ ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଦାମୀ ଡ୍ରଗ୍ସ ସେବନ କରୁଥିବା ଜଣାପଡିଛି । ପ୍ରଥମେ ରାଜ୍ୟରେ ଆଲକହଲ, କାନାବିଜ ଏବଂ ଅଫିମ ମିଳୁଥିଲା । ହେଲେ ଏବେ ଦାମୀ ଏବଂ ବ୍ୟାନ କରାଯାଇଥିବା ଡ୍ରଗ୍ସ ଉପଲବ୍ଧ ହେଉଛି । ରାଜଧାନୀ ରାୟପୁର, ବିଳାସପୁର ଏବଂ ଭିଲାଇ ସହର ଡ୍ରଗ୍ସ ବ୍ୟବସାୟର ହଟସ୍ପଟ ପାଲଟିଛି । ଏଲଏସଡି, ଏମଡିଏମଏ, ଏମ-ସିଏଟି ଏବଂ କୋକେନ ଭଳି ମାରାତ୍ମକ ଏବଂ ହାଇଡିମାଣ୍ଡର ଡ୍ରଗ୍ସ ଉପଲବ୍ଧ ହେଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.