ETV Bharat / bharat

ବଙ୍ଗ ନିର୍ବାଚନ ପ୍ରସ୍ତୁତି: ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ECର ବୈଠକ

author img

By

Published : Nov 9, 2020, 12:45 PM IST

ବଙ୍ଗ ନିର୍ବାଚନ ପ୍ରସ୍ତୁତି
ବଙ୍ଗ ନିର୍ବାଚନ ପ୍ରସ୍ତୁତି

ଭାରତରେ ନିର୍ବାଚନ ଆୟୋଗ ଆଜି(ସୋମବାର) ପଶ୍ଚିମବଙ୍ଗର ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ 2021 ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବେ ବୋଲି ଏକ ସର୍ଭେ ପ୍ୟାନେଲ୍ ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...

କୋଲକାତା:ଭାରତରେ ନିର୍ବାଚନ ଆୟୋଗ ଆଜି(ସୋମବାର) ପଶ୍ଚିମବଙ୍ଗର ସମସ୍ତ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ 2021 ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବେ ବୋଲି ଏକ ସର୍ଭେ ପ୍ୟାନେଲ୍ ଅଧିକାରୀ କହିଛନ୍ତି। କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ମତଦାନ ପ୍ରସ୍ତୁତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି। ବିହାର ନିର୍ବାଚନ ପରେ ଏହା ସ୍ପଷ୍ଟ ଯେ ମହାମାରୀ ନିର୍ବାଚନ ଆୟୋଜନ ପଥରେ ବାଧକ ସାଜିବନି । କୋଭିଡ୍ ବିସ୍ତାରକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅଧିକାରୀ କହିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଖୁବ ଶୀଘ୍ର ଜିଲ୍ଲା ଅଧିକାରୀଙ୍କ ସହ ଆଉ ଏକ ବୈଠକ କରିବେ ବୋଲି ଅଧିକାରୀମାନେ କହିଛନ୍ତି। ଜିଲ୍ଲା ଅଧିକାରୀଙ୍କ ସହ ଭର୍ଚୁଆଲ୍ ବୈଠକରେ ଦିଲ୍ଲୀରୁ ECIର ପ୍ରତିନିଧୀମାନେ ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ମହାମାରୀ ସମୟରେ ନିର୍ବାଚନ ପ୍ରସ୍ତୁତିକୁ ଆକଳନ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଦୁର୍ଗା ପୂଜା ଶେଷ ହେବା ପରେ ରାଜନୈତିକ ଦଳମାନେ ନିର୍ବାଚନୀ ମୋଡରେ ପ୍ରବେଶ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସି ଭାରତୀୟ ଜନତା ପାର୍ଟିର ସାଂଗଠନିକ ପ୍ରସ୍ତୁତିର ଆକଳନ କରିଥିଲେ। ରାଜ୍ୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ବରେ ଶାସକ ତୃଣମୂଳ କଂଗ୍ରେସ ତୃତୀୟ ଥର ପାଇଁ ଲଢୁଥିବା ବେଳେ 2019 ଲୋକସଭା ନିର୍ବାଚନରେ 42 ଟି ଆସନରୁ 18 ଟି ସ୍ଥାନ ହାସଲ କରିଥିବା ବିଜେପି ବିଧାନସଭାରେ କ୍ଷମତା ହାସଲ କରିବାକୁ ଚାହୁଁଛି। ନିର୍ବାଚନ ଆୟୋଗ ନଭେମ୍ବର 18ରେ ସମନ୍ବିତ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିବ ବୋଲି ଆଶା କରାଯାଉଥିବାବେଳେ ଜାନୁଆରୀ 2021ରେ ଚୂଡାନ୍ତ ନିର୍ବାଚନ ତାଲିକା ପ୍ରକାଶ ପାଇବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.