ETV Bharat / bharat

ଟ୍ରମ୍ପଙ୍କ ମୋଦି ପ୍ରେମ, ଭାଷଣ ଶୁଣିବାକୁ ପହଞ୍ଚିଲେ ଜାତିସଙ୍ଘ

author img

By

Published : Sep 24, 2019, 6:24 AM IST

ବିନା କୌଣସି ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଜାତିସଂଘରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ମୋଦିଙ୍କ ଭାଷଣ ଶୁଣିବାକୁ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ୱାସିଂଟନ: ଜାତିସଙ୍ଘରେ ଦେଖିବାକୁ ମିଳିଲା ମୋଦିଙ୍କ ପ୍ରତି ଟ୍ରମ୍ଫଙ୍କ ଭଲପାଇବା । ବିନା କୌଣସି ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରେ ଜଳବାୟୁ ପରିବର୍ତ୍ତନ ଉପରେ ପାଖାପାଖି 10 ମିନିଟ୍‌ ମୋଦିଙ୍କ ଭାଷଣ ଶୁଣିଥିଲେ । ପରେ କାହା ସହ କିଛି କଥା ନହୋଇ ହଠାତ୍‌ ଉଠି ଚାଲି ଯାଇଥିଲେ ଟ୍ରମ୍ପ ।

ତେବେ ଏଠାରେ କହିରଖୁଛୁ ଯେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୌଣସି କାର୍ଯ୍ୟକ୍ରମ ନଥିଲା । ପୂର୍ବରୁ ଟ୍ରମ୍ପ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆମେରିକା ଭାଗ ନେବ ନାହିଁ ବୋଲି କହିଥିଲେ । ହେଲେ ଟ୍ରମ୍ପଙ୍କ ଏପରି ଅଚାନକ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦିନକ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଷ୍ଟନ ଠାରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ଦୁଇ ଦେଶ ଆତଙ୍କବାଦ ବିରୋଧରେ ସ୍ବର ଉତ୍ତଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ବର ଏକ ଝଲକ ଦେଖିବାକୁ ମିଳିଥିଲା ।

Intro:Body:

SG


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.