ETV Bharat / bharat

ମୋବାଇଲ ଚୋରାଚାଲାଣ ଅଭିଯୋଗରେ ବିମାନବନ୍ଦରରୁ 3 ଗିରଫ

author img

By

Published : Sep 2, 2020, 1:02 PM IST

ବୁଧବାର ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଦାମୀ ମୋବାଇଲ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କରୁଥିବା 3 ଯାତ୍ରୀଙ୍କୁ ଦିଲ୍ଲୀ ଅବକାରୀ ବିଭାଗ ଗିରଫ କରିଛି।

Delhi Customs
ଦାମୀ ମୋବାଇଲ ଚୋରାଚାଲାଣ କରୁଥିବା 3 ଯାତ୍ରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ନୂଆଦିଲ୍ଲୀ: ଦାମୀ ମୋବାଇଲ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କରୁଥିବା 3 ଯାତ୍ରୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ବୁଧବାର ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଦାମୀ ମୋବାଇଲ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କରୁଥିବା 3 ଜଣ ଯାତ୍ରୀଙ୍କୁ ଦିଲ୍ଲୀ ଅବକାରୀ ବିଭାଗ ଗିରଫ କରିଛି। ତେବେ ଏହି ତିନି ଯାତ୍ରୀ ପ୍ୟାରିସରୁ ଦିଲ୍ଲୀ ଆସିଥିଲେ।

ଦାମୀ ମୋବାଇଲ ଚୋରାଚାଲାଣ କରୁଥିବା 3 ଯାତ୍ରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଅବକାରୀ ବିଭାଗର ମୁଖପାତ୍ରଙ୍କ କହିବା ଅନୁସାରେ, ଏହି ତିନି ଯାତ୍ରୀ ଗ୍ରୀନ ଚ୍ୟାନେଲ ଅତିକ୍ରମ କରିବା ସମୟରେ ଅଧିକାରୀମାନଙ୍କୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ତୁରନ୍ତ ଅଧିକାରୀମାନେ ସେମାନଙ୍କୁ ରୋକି ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ। ଯେଉଁଥିରେ ସେମାନଙ୍କଠାରୁ ବହୁ ଆଇଫୋନ୍, କ୍ୟାମେରା, ଆଇପ୍ୟାଡ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଜିନିଷ ଅଧିକାରୀମାନେ ଜବତ କରିଥିଲେ ।

ତେବେ ଜବତ ହୋଇଥିବା ମୋବାଇଲ ଫୋନ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ପାଖାପାଖି ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପଚରାଉଚରା ବେଳେ ଏହି ତିନିଜଣ ଏହି ସାମଗ୍ରୀ ବିଷୟରେ କୌଣସି ଉତ୍ତର ଦେଇପାରିନଥିଲେ। ଏହାପରେ ଅଧିକାରୀମାନେ ସେମାନଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.