ETV Bharat / bharat

କେରଳରେ 10 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 373କୁ ବୃଦ୍ଧି

author img

By

Published : Apr 11, 2020, 10:04 AM IST

Updated : Apr 11, 2020, 6:18 PM IST

Corona Live updates: 40 deaths and 1035 new cases in last 24 hours, the sharpest ever increase in cases
24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି

18:17 April 11

କେରଳରେ 10 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 373କୁ ବୃଦ୍ଧି

କେରଳରେ 10ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 373ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 228ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ରାଜ୍ୟର 143 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।  

17:26 April 11

ମହାରାଷ୍ଟ୍ରରେ ଏପ୍ରିଲ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ମହାରାଷ୍ଟ୍ର ସରକାର ଏପ୍ରିଲ 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏହା ସହ ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ଏହାକୁ ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରକାଶ କରିଛନ୍ତି ।  

17:10 April 11

ପଶ୍ଚିମବଙ୍ଗରେ 6 ନୂଆ କୋରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 95କୁ ବୃଦ୍ଧି

ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ: ପଶ୍ଚିମବଙ୍ଗରେ ଆଜି 6ଟି କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେହିପରି ରାଜ୍ୟରେ 95 ଜଣ କୋରୋନା ପଜିଟିଭ ରହିଛନ୍ତି ।  

09:26 April 11

24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 1035  ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି 7447 ମାମଲା ମଧ୍ୟରୁ 6565  ଜଣ ଚିକିତ୍ସିତ ହେଉଥିବା ବେଳେ 643 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 40 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ  239କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 1574 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 911, ଦିଲ୍ଲୀରେ 903, କେରଳରେ 364, ତେଲେଙ୍ଗାନା 473, ଉତ୍ତରପ୍ରଦେଶରେ 431, ରାଜସ୍ଥାନରେ 553 ଓ ଆନ୍ଧ୍ରପ୍ରଦେଶରେ 363 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 110 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ଦିଲ୍ଲୀରେ 13, ତେଲେଙ୍ଗାନାରେ 7, ତାମିଲନାଡୁରେ 8, କର୍ଣ୍ଣାଟକରେ ଓ ଆନ୍ଧ୍ରପ୍ରଦେଶରେ 6 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated :Apr 11, 2020, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.