ETV Bharat / bharat

ନୌସେନାର କଡା ନଜର ପରେ ଭାରତୀୟ ଜଳସୀମାରେ ପଛଘୁଞ୍ଚା ଦେଲା ଚୀନ ଜାହାଜ

author img

By

Published : Sep 17, 2020, 5:17 PM IST

ଏଲଏସିରେ ସୀମା ବିବାଦ ଜାରି ରହିଥିବା ବେଳେ ଚୀନର ଜହାଜ ଭାରତୀୟ ଜଳସୀମା ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି । ସେନାର କଡା ନଜର ରହିଥିବାରୁ ଚୀନ ଜାହାଜକୁ ପଛଘୁଞ୍ଚା ଦେବାକୁ ପଡିଛି । ଅଧିକ ପଢନ୍ତୁ...

ନୌସେନାର କଡା ନଜର ପରେ ଭାରତୀୟ ଜଳସୀମାରେ ପଛଘୁଞ୍ଚା ଦେଲା ଚୀନ ଜାହାଜ
ନୌସେନାର କଡା ନଜର ପରେ ଭାରତୀୟ ଜଳସୀମାରେ ପଛଘୁଞ୍ଚା ଦେଲା ଚୀନ ଜାହାଜ

ଚୀନ: ବାରମ୍ବାର ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ପଡୋଶୀ ଚୀନ । ଲଦାଖ ସୀମାରେ ଉତ୍ତେଜନା ମଧ୍ୟରେ ଏବେ ଜଳପଥ ଦେଇ ଭାରତ ଭିତରେ ପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି ଚୀନସେନା । ହେଲେ ଚୀନର ଏହି ହୀନ ପ୍ରୟାସକୁ ବିଫଳ କରିଦେଇଛି ଭାରତୀୟ ନୌସେନା ।

ଉତ୍ତର ଲଦାଖର ଏଲଏସିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ଚୀନର ଜାହାଜ ଭାରତୀୟ ଜଳସୀମା ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି । ମାସ ପୂର୍ବରୁ ମଲାକ୍କାରେ ଭାରତ ମହାସାଗର ଭିତରକୁ ପଶିଥିଲା ଚୀନର ୟୁଆନ ୱାଙ୍ଗ ଶ୍ରେଣୀର ଅନୁସନ୍ଧାନ ଜାହାଜ । ହେଲେ ଭାରତୀୟ ନୌସେନାର କଡା ନଜର ରହିଥିବାରୁ ଚୀନ ଜାହାଜକୁ ପଛଘୁଞ୍ଚା ଦେବାକୁ ପଡିଛି ।

ଚୀନ ଜାହାଜଟି ଭାରତ ମହାସାଗର ମଧ୍ୟରେ ପଶିବା ପରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏହାକୁ ନିରନ୍ତର ରୂପେ ଟ୍ରାକ କରିଥିଲା । ଫଳରେ କୌଣସି ଉପାୟ ନପାଇଁ ଏହି ଜାହାଜ ପୂନର୍ବାର ଚୀନ ପ୍ରତ୍ୟାବର୍ତ୍ତନ କରିଯାଇଥିବା ଜଣାପଡିଛି ।

ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉପୁଜିଥିବା ଉତ୍ତେଜନା ଥମିବାକୁ ନାଁ ନେଉନାହିଁ । ଏଲଏସିରେ ଦୁଇ ଦେଶ ମଧ୍ୟରେ ଗତ 20 ଦିନ ମଧ୍ୟରେ 3 ଥର ଗୁଳିବିନିମୟ ହୋଇଛି । ଦୀର୍ଘ 45 ବର୍ଷ ପରେ ଏଲଏସିରେ ଗୁଳିବିନିମୟର ଘଟଣା ମଧ୍ୟ ବୁଧବାର ସାମ୍ନାକୁ ଆସିଥିଲା । ତେବେ ଚୀନ ଯେଉଁ ଭାଷାରେ ବୁଝିବ ଭାରତୀୟ ସେନା ସେହି ଭାଷାରେ ଜବାବ ଦେଉଛନ୍ତି ବୋଲି ଗୁରୁବାର ରାଜ୍ୟସଭାରେ ବୟାନ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.