ETV Bharat / bharat

'ବିଜେପି ରାଜସ୍ଥାନର ବିଦ୍ରୋହୀ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର ଉଦ୍ୟମ କରୁଛି'

author img

By

Published : Jul 18, 2020, 5:27 PM IST

ଭାରତୀୟ ଜନତା ପାର୍ଟି (ବିଜେପି) ରାଜସ୍ଥାନର ବିଦ୍ରୋହୀ ବିଧାୟକମାନଙ୍କୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ପୱନ ଖେରା
ପୱନ ଖେରା

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ମଧ୍ୟରେ ଶନିବାର ବିଜେପି ବିରୁଦ୍ଧରେ ଆଉ ଏକ ଅଭିଯୋଗ ଆଣିଛି କଂଗ୍ରେସ । ଭାରତୀୟ ଜନତା ପାର୍ଟି (ବିଜେପି) ରାଜସ୍ଥାନର ବିଦ୍ରୋହୀ ବିଧାୟକମାନଙ୍କୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

କଂଗ୍ରେସ ମୁଖପାତ୍ର ପୱନ ଖେରା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ହରିୟାଣାର ଆଇଟିସି ହୋଟେଲରେ ଯାଞ୍ଚ ପାଇଁ ପହଞ୍ଚିଥିଲେ । ପ୍ରଥମେ ସେମାନଙ୍କୁ ହୋଟେଲରେ ପ୍ରବେଶ ଅନୁମତି ମିଳିନଥିଲା କିନ୍ତୁ ପରେ ଅନୁମତି ମିଲିଥିଲା । ଆଉ ଏହାକୁ ନେଇ ତଦନ୍ତ ରୋକିବା ପାଇଁ ବିଜେପି ହରିୟାଣାରେ ନିଜ ଶକ୍ତିର ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ଖେରା ।

ଏହା ସହିତ ବିଜେପି କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ଏବଂ ସେମାନଙ୍କୁ ଶାସକ ରାଜ୍ୟ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛି ବୋଲି ଖେରା ଅଭିଯୋଗ କରିଛନ୍ତି ।

ଏନେଇ ଖେରା କହିଛନ୍ତି, ଆମେ ନିଜ ବିଧାୟକଙ୍କୁ ଅପହରଣ କରି ରାଜ୍ୟରେ ସଙ୍କଟ ସୃଷ୍ଟି କରିବାକୁ ବିଜେପିକୁ ଅନୁମତି ଦେଇ ପାରିବୁ ନାହିଁ। ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ​​ଜିତିବା । ଯଦି ସେ ନିର୍ବାଚନରେ ନଜିତୁଛି ତାହେଲେ ଅଗଣତାନ୍ତ୍ରିତ ଉପାୟରେ ସେ କଂଗ୍ରେସକୁ ହଟାଇବାକୁ ଚାହୁଁଛି । ଆମେ ଏଭଳି ହେବାକୁ ଦେବୁନାହିଁ । ଆମ ବିଧାୟକଙ୍କୁ ବିଜେପି ଭଳି ଦଳଠୁ ରକ୍ଷା କରିବା ଆମର ଏକମାତ୍ର କର୍ତ୍ତବ୍ୟ ବୋଲି ଖେରା କହିଛନ୍ତି ।

ଏଥିସହ ଖେରା ସଚିନ ପାଇଲଟଙ୍କୁ ରାଜସ୍ଥାନ ପୋଲିସ ଅପେକ୍ଷା ହରିୟାଣା ପୋଲିସକୁ ଅଧିକ ବିଶ୍ୱାସ କରୁଥିବା ଅଭିଯୋଗ କରିଛନ୍ତି । ତେବେ ପାଇଲଟଙ୍କ ପାଇଁ ଦଳର ଦ୍ୱାର ବନ୍ଦ ହୋଇନାହିଁ । ସେ କାହିଁକି ଏପରି କରୁଛନ୍ତି ବୋଲି ଖେରା ପ୍ରଶ୍ନ କରିଛନ୍ତି । ଏଥିସହ ରାଜସ୍ଥାନ ହାଇକୋର୍ଟରେ ପାଇଲଟଙ୍କର ଆଇନଗତ ଲଢେଇ ପାଇଁ ବିଜେପିର ଓକିଲମାନେ ତାଙ୍କୁ କାହିଁକି ପ୍ରତିନିଧିତ୍ୱ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.