ETV Bharat / bharat

ଆସାମରେ ଅସମ୍ଭାଳ ବନ୍ୟା ପରିସ୍ଥିତି, 22 ଜିଲ୍ଲାର 16 ଲକ୍ଷ ଲୋକ ଜଳବନ୍ଦୀ

author img

By

Published : Jul 3, 2020, 10:05 AM IST

ଆସାମରେ ଅସମ୍ଭାଳ ବନ୍ୟା ପରିସ୍ଥିତି, ଜଳବନ୍ଦୀ 22 ଟି ଜିଲ୍ଲାର 16 ଲକ୍ଷ ଲୋକ
ଆସାମରେ ଅସମ୍ଭାଳ ବନ୍ୟା ପରିସ୍ଥିତି, ଜଳବନ୍ଦୀ 22 ଟି ଜିଲ୍ଲାର 16 ଲକ୍ଷ ଲୋକ

ଆସାମରେ ଅସମ୍ଭାଳ ବନ୍ୟା ପରିସ୍ଥିତି। ବାଡ ଭାଙ୍ଗୁଛି ପାଣି। ମହାମାରୀ ସହ ପ୍ରକୃତି କୋପରେ ହନ୍ତସନ୍ତ ହେଉଛନ୍ତି ଲୋକେ। ବନ୍ୟା ଯୋଗୁଁ ଆସାମର 22 ଟି ଜିଲ୍ଲାରେ 16 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ।

ଗୌହାଟୀ: ଆସାମରେ ଅସମ୍ଭାଳ ବନ୍ୟା ପରିସ୍ଥିତି। ବାଡ ଭାଙ୍ଗୁଛି ପାଣି। ମହାମାରୀ ସହ ପ୍ରକୃତି କୋପରେ ହନ୍ତସନ୍ତ ହେଉଛନ୍ତି ଲୋକେ। ବନ୍ୟା ଯୋଗୁଁ ଆସାମର 22 ଟି ଜିଲ୍ଲାରେ 16 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇଛନ୍ତି। ଗୁରୁବାର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ସୁଦ୍ଧା 34 ଜଣଙ୍କ ମୃତ୍ୟୁ ଘଟିଛି।

ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଆସାମର 22 ଟି ଜିଲ୍ଲାରେ 16,03,255 ଜନସଂଖ୍ୟା ପ୍ରଭାବିତ ହୋଇଛି। ଏବଂ ବର୍ତ୍ତମାନ ସୁଦ୍ଧା 162 ରିଲିଫ କ୍ୟାମ୍ପରେ 12,597 ଲୋକ ରହୁଛନ୍ତି। ପ୍ରଭାବିତ 22 ଟି ଜିଲ୍ଲା ମଧ୍ୟରେ ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଡାରଙ୍ଗ, ନାଲବାରୀ, ବାରପେଟା ଅନ୍ତର୍ଭୁକ୍ତ।

ପ୍ରବଳ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଇରାଣ ହରକତ କରୁଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଦିନ ମେଘୁଆ ଆକାଶର ପୂର୍ବାନୁମାନ କରିଛି ଯେ ଡିବ୍ରୁଗଡରେ ଆସନ୍ତା 4 ଦିନ ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି।

ରାଜ୍ୟରେ ପ୍ରବଳ ବର୍ଷା ଓ ଜଳସ୍ତର ଯୋଗୁଁ ଡିବ୍ରୁଗଡର କାଲାଖୋୱା ଅଞ୍ଚଳରେ ଅବସ୍ଥିତ ଗ୍ରାମଗୁଡିକ ଜଳବନ୍ଦୀ ହେବା ପରେ ସାଧାରଣ ଜନ ଜୀବନ ବ୍ୟାହତ ହୋଇଥିଲା। ସେହିଭଳି ଟିନ୍ସୁକିଆ ଜିଲ୍ଲାର ଗ୍ରାମବାସୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ଗୁଇଜାନ ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜୁନ୍ 28 ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଏବଂ ବନ୍ୟା ପରିସ୍ଥିତି, ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆକଳନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.