ETV Bharat / bharat

ଆପେଲ ଫେଷ୍ଟିଭାଲ-2019: ଉତ୍ପାଦନ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ମୂଳଲକ୍ଷ୍ୟ

author img

By

Published : Oct 24, 2019, 9:52 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉତ୍ତରାଖଣ୍ଡର ହର୍ଷିଲରେ ଆପେଲ ଫେଷ୍ଟିଭାଲ-2019ର ଶୁଭାରମ୍ଭ । ଫେଷ୍ଟିଭାଲରେ ସେଓ ବ୍ୟତୀତ ପାହାଡି ପରମ୍ପରା ଅନୁଯାୟୀ ପାରମ୍ପାରିକ ସାମଗ୍ରୀ ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ହର୍ଷିଲରେ ଆପେଲ ଫେଷ୍ଟିଭାଲ-2019ର ଶୁଭାରମ୍ଭ କରାଯାଇଛି । ଏହି ଫେଷ୍ଟିଭାଲରେ 23ଟି ପ୍ରଜାତିର ସେଓ ପ୍ରଦର୍ଶନୀ କରାଯାଉଛି । ଏହି ପରିପେକ୍ଷୀରେ କୃଷି ଓ ଉଦ୍ୟାନ ବିଷେଶଜ୍ଞ 322ଟି ପଞ୍ଜିକୃତ ସେଓର ଭଲ ଅମଳ ଓ ପରିବା ଆଦିର ସଂରକ୍ଷଣ କିପରି କରାଯିବ ସେନେଇ ପରାମର୍ଶ ଦେଇଛନ୍ତି । ଏହି ଫେଷ୍ଟିଭାଲରେ ପାହାଡି ପରମ୍ପରା ଅନୁଯାୟୀ ପାରମ୍ପାରିକ ସାମଗ୍ରୀ ମଧ୍ୟ ପ୍ରଦର୍ଶନ କରାଯାଇଛି ।

Apple festival
ପାରମ୍ପାରିକ ସାମଗ୍ରୀର ପ୍ରଦର୍ଶନ

ହର୍ଷିଲରେ ଦ୍ବି-ଦିବସୀୟ ଆପେଲ ଫେଷ୍ଟିଭାଲର ଶୁଭାରମ୍ଭ ଗଙ୍ଗୋତ୍ରୀ ବିଧାୟକ ଗୋପାଳ ରାବତ ଓ ଡିଏମ ଡା. ଆଶିଷ ଚୌହାନ କରିଛନ୍ତି । ଏହି ଫେଷ୍ଟିଭାଲରେ ରେଡ ଚିଫ, ଆର୍ଗନ ସ୍ପର, ସୁପର ଚିଫ, ଗାଲା, ଗୋଲଡେନ ଡେଲିସିୟସ ରୟାଲ ଡେଲିସିୟସ, ରେଡ ଡେଲିସିୟସ, ପିଙ୍କ ଲେଡି, ରେଡ ଗୋଲ୍ଡେନ, ଜିଞ୍ଜର ଗୋଲ୍ଡ, ଜୋନାଥନ, ଗ୍ରୀନ ସ୍ବିଟ, ଫୈନୀ, ରେଡ ବ୍ଲାଗର, ଗ୍ରେମୀ ସ୍ମିଥ ସମେତ 23 ପ୍ରଜାତିର ସେଓର ପ୍ରଦର୍ଶନ କରାଯାଇଛି ।

ଏହା ବ୍ୟତୀତ ଫେଷ୍ଟିବାଲରେ ହର୍ଷିଲ ସମ୍ବନ୍ଧିତ ଫଟୋ ଗ୍ୟାଲେରୀ, ପାରମ୍ପାରିକ ବାସନ ଆଦି ପ୍ରଦର୍ଶନ କରାଯାଇଥିଲା । ଯାହା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପ୍ରଦର୍ଶନୀରେ ନେଚର ପାର୍କର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ଜିଲ୍ଲା ପ୍ରଶାସନର ଟିମ 4 କିମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ । ଏହାପରେ ବିଧାୟକ ଓ ଡିଏମ ଏହି ଜନଜାତିମାନଙ୍କର ସାମଗ୍ରୀକୁ ନିରୀକ୍ଷଣ କରିଥିଲେ ।

ଜିଲ୍ଲାଧିକାରୀ ଡା. ଆଶୀଷ ଚୌହାନ କହିଛନ୍ତି ଯେ, ଏହି ଫେଷ୍ଟିଭାଲରେ ବିଭିନ୍ନ ଅଞ୍ଚଳର ବିଶେଷଜ୍ଞ ଆସିଛନ୍ତି । ଯେଉଁମାନେ କି ଚାଷୀମାନଙ୍କୁ ଅନେକ ଟିପ୍ସ ଦେଉଛନ୍ତି। ଯେଉଁଥିରେ ସେମାନେ ଅତ୍ୟଧିକ ଫସଲ ଉତ୍ପାଦନ କରିବା ସହ ଅଧିକ ଲାଭବାନ ହୋଇପାରିବେ । ଗୁରୁବାର ସିଏମ ତ୍ରିବେନ୍ଦ୍ର ସିଂହ ରାବତ ଏହାକୁ ନିରୀକ୍ଷଣ କରିବା ନେଇ ଆସିବେ । ବିଧାୟକ ଗୋପାଳ ରାବତ କହିଛନ୍ତି ଯେ, ହର୍ଷିଲ ଘାଟି କେବଳ ସେଓ ପାଇଁ ନୁହେଁ ବରଂ ଏହା ପର୍ଯ୍ୟଟନ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ । ଏହି ଫେଷ୍ଟିଭାଲ ଦ୍ବାରା ସେଓ ଉତ୍ପାଦନ ଓ ପର୍ଯ୍ୟଟକଙ୍କର ସଂଖ୍ୟା ବୃଦ୍ଧି ପାଇବ ।

Intro:Body:

d


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.