ETV Bharat / bharat

New Parliament: ‘ବଢିବ ସଂସଦୀୟ ଆସନ, ନୂଆ ସଂସଦ ଭବନ ସମୟର ଆହ୍ବାନ ଥିଲା ’

author img

By

Published : May 28, 2023, 4:42 PM IST

Updated : May 28, 2023, 10:58 PM IST

New Parliament: ‘ବଢିବ ସଂସଦୀୟ ଆସନ, ନୂଆ ସଂସଦର ସମୟର ଆବଶ୍ୟକତା ଥିଲା ’
New Parliament: ‘ବଢିବ ସଂସଦୀୟ ଆସନ, ନୂଆ ସଂସଦର ସମୟର ଆବଶ୍ୟକତା ଥିଲା ’

ନୂଆ ସଂସଦ ଭବନ ନିର୍ମାଣ ସମୟର ଆହ୍ବାନ ଥିଲା । 2 ଦଶନ୍ଧି ଧରି ଚର୍ଚ୍ଚା ମଧ୍ୟ ହେଉଥିଲା । ଏବେ ଏଥିରେ 140 କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତିଫଳନ ହେବାକୁ ଯାଉଛି ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

New Parliament: ‘ବଢିବ ସଂସଦୀୟ ଆସନ, ନୂଆ ସଂସଦର ସମୟର ଆବଶ୍ୟକତା ଥିଲା ’

ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ଦେଶରେ ସଂସଦୀୟ ଆସନ ବୃଦ୍ଧି ହେବାକୁ ଯାଉଛି । ସାଂସଦଙ୍କ ସଂଖ୍ୟା ମଧ୍ୟ ବଢିବ । ଦେଶକୁ ଏକ ନୂଆ ସଂସଦ ଭବନର ଆବଶ୍ୟକତା ଥିବା ଗତ ଦେଢରୁ ଦୁଇ ଦଶନ୍ଧି ଧରି ଅନୁଭବ ହେଉଥିଲା । ଏକ ନୂଆ ସଂସଦ ଭବନ ନିର୍ମାଣ କରାଯିବା ସମୟର ଆହ୍ବାନ ଥିଲା, ଯାହା ଆଜି ପୁରା ହୋଇଛି । ଲୋକାର୍ପଣ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦର ଆବଶ୍ୟକତାକୁ ଏହିପରି ଭାବେ ଦୋହରାଇଛନ୍ତି ।

ଆଜି ନୂଆ ସଂସଦ ଭବନକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ପରେ ସମାରୋହରେ ସାମିଲ ଅତିଥି ଓ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ନୂତନ ସଂସଦର ଆବଶ୍ୟକତା ଥିଲା । ଏହା ଗତ 2 ଦଶନ୍ଧି ଧରି ଚର୍ଚ୍ଚା ମଧ୍ୟ ହେଉଥିଲା । ସଂସଦୀୟ ଆସନ ସଂଖ୍ୟା ବଢିବାକୁ ଯାଉଛି । ସାଂସଦଙ୍କ ସଂଖ୍ୟା ବଢିବା ପରେ ସେମାନେ କେଉଁଠି ବସିଥାଆନ୍ତେ । ପୁରୁଣା ସଂସଦ ଭବନରେ ଏକାଧିକ ବୈଷୟିକ ସମସ୍ୟା ଥିଲା । ତେଣୁ ନୂତନ ସଂସଦ ଭବନକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯାଇଛି ।

ଏହି ଭବ୍ୟ ଅଟ୍ଟାଳିକାଟି ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥାରେ ବ୍ୟବସ୍ଥିତ ହୋଇଛି । ଏହି ସଦନ ମଧ୍ୟକୁ ସିଧା ସୂର୍ଯ୍ୟକିରଣ ପଡିପାରିବ । କିପରି କମ୍‌ ଶକ୍ତି ଖର୍ଚ୍ଚ କରାଯାଇପାରିବ ଓ ସମସ୍ତ ଦିଗରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇପାରିବ, ସେନେଇ ଏହାର ନିର୍ମାଣରେ ବିଶେଷ ଧ୍ୟାନ ଦିଆଯାଇ । ଏହି ନୂତନ ସଂସଦ ବ୍ରିଟଶ ସାମ୍ରାଜ୍ୟବାଦ ମାନସିକତାକୁ ପଛରେ ଛାଡିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଚର୍ଚ୍ଚାରେ ଥିବା ‘ସେଙ୍ଗୋଲ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଆଜି ସଂସଦରେ ପବିତ୍ର ‘ସେଙ୍ଗୋଲ’ ସ୍ଥାପନ କରାଯାଇଛି । ଦାକ୍ଷିଣାତ୍ୟର ଚୋଳ ରାଜବଂଶ ଦ୍ବାରା ପ୍ରଚଳିତ ‘ସେଙ୍ଗୋଲ’ ନ୍ୟାୟ, ଧର୍ମ ପରୟଣତା ଏବଂ ଉତ୍ତମ ଶାସନର ପ୍ରତୀକ ଥିଲା । ଏହି ନୂତନ ସଂସଦ ଏକ ଆତ୍ମନିର୍ଭରଶୀଳ ଭାରତର ଅୟମାରମ୍ଭର ସାକ୍ଷୀ ହେବ । ନୂତନ ସଂସଦ କେବଳ ଏକ ଅଟ୍ଟାଳିକା ନୁହେଁ, ବରଂ ଏହା ଭାରତର 140 ନାଗରିକଙ୍କ ଆକାଂକ୍ଷାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂତନ ସଂସଦ ଭବନରେ ନିମ୍ନ ସଦନ ଲୋକସଭାରେ ମୋଟ 888 ସଦସ୍ୟ ଓ ଉଚ୍ଚ ସଦନ ରାଜ୍ୟସଭାରେ 300 ସଦସ୍ୟଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିରେ ଅତ୍ୟାଧୁନିକ ଅଡିଓ-ଭିଜୁଆଲ୍ ସିଷ୍ଟମ ସହ ପ୍ରତ୍ୟେକ ଆସନରେ ମଲ୍ଟି ଡିସପ୍ଲେ ସିଷ୍ଟମ ମଧ୍ୟ ଇନଷ୍ଟଲ କରାଯାଇଛି । ଅଧିବେଶନ ସମ୍ପୂର୍ଣ୍ଣ ପେପରଲେସ ଓ ଡିଜିଟାଲ ମୋଡ୍‌ରେ ହେବ । ଅଧିବେଶନ ସମୟରେ ସଦସ୍ୟଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ମଧ୍ୟ ରହିବ । ଶକ୍ତିର ବ୍ୟବହାର ହ୍ରାସ କରିବା, ପ୍ରାକୃତିକ ଶକ୍ତି ଓ ସୌରଶକ୍ତିର ବ୍ୟବହାରକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପୂର୍ବ ସଂସଦ ଭବନ ପରି କେନ୍ଦ୍ରୀୟ ହଲ ନଥିବା ବେଳେ ଲୋକସଭା ଗୃହରେ ହିଁ ମିଳିତ ଅଧିବେଶନ ହୋଇପାରିବା ପରି ସମସ୍ତ ଭିତ୍ତିଭୂମିର ବ୍ୟବସ୍ଥା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 28, 2023, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.