ଘୃଣ୍ୟ ମନ୍ତବ୍ୟ ନେଇ ନ୍ୟୁଜ ଚ୍ୟାନେଲଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

author img

By

Published : Sep 22, 2022, 11:47 AM IST

Updated : Sep 22, 2022, 12:39 PM IST

ଘୃଣ୍ୟ ମନ୍ତବ୍ୟ ନେଇ ନ୍ୟୁଜ ଚ୍ୟାନେଲଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଘୃଣ୍ୟ ମନ୍ତବ୍ୟ ଘଟଣାକୁ ନେଇ ଟିଭି ଚ୍ୟାନେଲଗୁଡିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଘୃଣ୍ୟ ମନ୍ତବ୍ୟ(Hate speech) ଘଟଣା ବୃଦ୍ଧି ପାଇଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି ଦେଶର ନ୍ୟୁଜ ଚ୍ୟାନେଲଗୁଡିକରେ ଡିବେଟ୍ ଓ ସାକ୍ଷାତକାର ସମୟରେ ଘୃଣ୍ୟ ମନ୍ତବ୍ୟକୁ କେନ୍ଦ୍ର କରି ଦେଶରେ ଅନେକ ହିଂସାକାଣ୍ଡ ପ୍ରକାଶ ପାଇଛି । ଏହି ଘୃଣ୍ୟ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବୁଧବାର ନ୍ୟୁଜ ଚ୍ୟାନେଲଗୁଡିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ (Supreme Court condemns hate speech) । ଏହାସହିତ ସରକାର କାହିଁକି ମୂକ ଦର୍ଶକ ସାଜିଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି । ନ୍ୟାୟାଳୟ କହିଛନ୍ତି, ନ୍ୟୁଜ ଚ୍ୟାନେଲଗୁଡିକରେ ଘୃଣ୍ୟ ମନ୍ତବ୍ୟ ପ୍ରସାରଣର ବିନାଶକାରୀ ପ୍ରଭାବ ହୋଇପାରେ । ଖବରକାଗଜର କ'ଣ ଲେଖା ହୋଇଛି ତାହା କାହାରିକୁ ଖାତିର୍ ନାହିଁ । କାହିଁକି ନା ବର୍ତ୍ତମାନ ସମୟରେ ଖବରକାଗଜ ପଢିବାକୁ ଲୋକଙ୍କ ପାଖରେ ସମୟ ନାହିଁ ବୋଲି କହିଛନ୍ତି କୋର୍ଟ ।

ଟିଭି ଚ୍ୟାନେଲରେ ଡିବେଟ୍ ମାଧ୍ୟମରେ ଘୃଣ୍ୟ ମନ୍ତବ୍ୟ ପ୍ରସାରଣ ଉପରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହି ସମ୍ବନ୍ଧୀୟ ଏକ ଆବେଦନର ଶୁଣାଇ କରି ଜଷ୍ଟିସ୍ କେ ଏମ ଜୋସେଫ ଏବଂ ଜଷ୍ଟିସ ହୃଷିକେଶ ରାୟ କହିଛନ୍ତି, ''ନ୍ୟୁଜ ଚ୍ୟାନେଲଗୁଡିକ ଘୃଣ୍ୟ ମନ୍ତବ୍ୟର ମୁଖ୍ୟ ମାଧ୍ୟମ ପାଲଟିଛନ୍ତି । ମାତ୍ର ଏ ଦିଗରେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ।'' ଏହାକୁ ସରକାର ଏକ ସାଧାରଣ ପ୍ରସଙ୍ଗ ବୋଲି ଭାବୁଛନ୍ତି କି ? ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କହିଛନ୍ତି ଯେ, ଅଭଦ୍ର ମନ୍ତବ୍ୟ ବିଭିନ୍ନ ରୂପରେ ହୋଇପାରେ । କୌଣସି ନିର୍ଦ୍ଧିଷ୍ଟ ସମୁଦାୟର ଉପହାସ କରିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ଟିଭି ଚ୍ୟାନେଲଗୁଡିକ ଉଦ୍ଦେଶ୍ୟରେ ବିଚାରପତି କହିଛନ୍ତି, "ଆପଣ ଅତିଥିଙ୍କୁ ଡାକି ଆଲୋଚନା କରନ୍ତି । ଘୃଣ୍ୟ ମନ୍ତବ୍ୟଗୁଡିକୁ ରୋକିବା ଆଙ୍କରମାନଙ୍କ ଦାୟିତ୍ବ । ପ୍ୟାନେଲ ଡିସ୍‌କସନ, ଡିବେଟ, ଇଣ୍ଟରଭ୍ୟୁ ନେବା ସମୟରେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ । ତେବେ ଏହି ପ୍ରସଙ୍ଗରେ କୌଣସି ଆଇନ ଆସିବାର ପ୍ରସ୍ତାବ ରହିଛି କି ନାହିଁ ସେ ସମ୍ପର୍କରେ କେନ୍ଦ୍ରକୁ ଜଣାଇବାକୁ ପଡିବ ବୋଲି କହିଛନ୍ତି । ନ୍ୟୁଜ ଚ୍ୟାନେଲଗୁଡିକରେ ଘୃଣ୍ୟ ମନ୍ତବ୍ୟ ପ୍ରସାରର ବିନାଶକାରୀ ପ୍ରଭାବ ହୋଇପାରେ । ଖବରକାଗଜର କ'ଣ ଲେଖା ହୋଇଛି ତାହା କାହାରିକୁ ଖାତିର୍ ନାହିଁ । କାହିଁକି ନା ବର୍ତ୍ତମାନ ସମୟରେ ଖବରକାଗଜ ପଢିବାକୁ ଲୋକଙ୍କ ପାଖରେ ସମୟ ନାହିଁ ବୋଲି କହିଛନ୍ତି କୋର୍ଟ ।"

ଏହାମଧ୍ୟ ପଢନ୍ତୁ: Savarkar in Bharat Jodo poster: ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ, ରାଜନୀତି ଉଷ୍ମ

ସୁପ୍ରିମକୋର୍ଟ ଏହି ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡଙ୍କୁ ନ୍ୟାୟ ମିତ୍ର ନିଯୁକ୍ତ କରିଛନ୍ତି । ଏହି ଆବଦେନ ଉପରେ ସରକାରଙ୍କ ପ୍ରତିକ୍ରିୟା ଆକଳନ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

Last Updated :Sep 22, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.