Savarkar in Bharat Jodo poster: ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ, ରାଜନୀତି ଉଷ୍ମ

author img

By

Published : Sep 22, 2022, 10:07 AM IST

Savarkar in Bharat Jodo poster: କଂଗ୍ରେସର ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ

କେରଳରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । କାର୍ଯ୍ୟକ୍ରମକୁ ନେଇ ଦଳୀୟ ବ୍ୟାନରରେ ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ସହ ସାବରକରଙ୍କ ଫଟୋ । ଘେରିଲା ବିଜେପି । କଂଗ୍ରେସ କହିଲା ପ୍ରିଣ୍ଟଗତ ତ୍ରୁଟି । ସାବରକରଙ୍କ ଫଟୋ ଉପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଢାଙ୍କି ଦେଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳରେ ଜାରି ରହିଛି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ । ତେବେ ପ୍ରଥମ ଦିନରୁ ଚର୍ଚ୍ଚା ଓ ବିବାଦରେ ମଧ୍ୟରେ ରହିଥିବା ଏହି ଯାତ୍ରାରେ ଆଉ ଏକ ରୋଚକ ଘଟଣାକ୍ରମ ମଧ୍ୟ ସାମିଲ ହୋଇଛି । କାର୍ଯ୍ୟକ୍ରମ ପାଇଁ କେରଳର ଏର୍ଣ୍ଣାକୁଲମରେ ଲାଗିଥିବା ବ୍ୟାନରରେ ଦେଖିବାକୁ ମିଳିଛି ବିନାୟକ ଦାମୋଦର ସାବରକରଙ୍କ ଫଟୋ (Bharat Jodo poster controversy ) ତେବେ ଏନେଇ ରାଜନୀତି ଜୋର ଧରିଛି ।

  • Veer Savarkar’s pictures adorn Congress’s Bharat Jodo Yatra in Ernakulum (near airport). Although belated, good realisation for Rahul Gandhi, whose great grandfather Nehru, signed a mercy petition, pleaded the British to allow him to flee from Punjab’s Nabha jail in just 2 weeks. pic.twitter.com/i8KxicPl1y

    — Amit Malviya (@amitmalviya) September 21, 2022 " class="align-text-top noRightClick twitterSection" data=" ">

ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଏହାକୁ ପ୍ରିଣ୍ଟିଂଜନିତ ତ୍ରୁଟି ବୋଲି କହିଛି । ସୋସିଆଲ ମିଡିଆରେ ଏହି ବ୍ୟାନର ଭାଇରାଲ ହେବା ପରେ ଏହାକୁ ତରବରିଆ ଭାବେ ବଦଳାଇ ଦେଇଛି କଂଗ୍ରେସ । ସ୍ଥାନୀୟ କଂଗ୍ରେସ କର୍ମୀମାନେ ଏହି ବ୍ୟାନରରେ ସାବରକରଙ୍କ ଫଟୋ ଲାଗିଥିବା ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଟାଙ୍ଗୀ ଏହାକୁ ଲୁଚାଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି (Savarkar in Bharat Jodo poster)।

କଂଗ୍ରେସର ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ

ସୂଚନା ଅନୁସାରେ କଂଗ୍ରେସ ପକ୍ଷରୁ ଏହି ବ୍ୟାନରରେ (Bharat Jodo poster) ଏକାଧିକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ସ୍ଥାନ ପାଇଛି । ତେବେ ବୈଚାରିକ ଭାବେ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିବା ହିନ୍ଦୁବାଦୀ ନେତା ତଥା ବିଜେପି ଓ ଜନସଂଘର ଆଦର୍ଶ ସାବରକରଙ୍କ ଫଟୋ ଏହି ବ୍ୟାନରରେ ଦେଖିବାକୁ ମିଳିଥିଲା । ଏହା (Savarkar in Bharat Jodo poster) ଚର୍ଚ୍ଚାକୁ ଆସିବାର କିଛି ସମୟ ମଧ୍ୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କଂଗ୍ରେସକୁ ବିଭିନ୍ନ ଆଡୁ ସମାଲୋଚନା ଓ କଟାକ୍ଷ କରାଯାଇଥିଲା । ଦଳ ଏନେଇ କେବଳ ପ୍ରିଣ୍ଟିଂଗତ ତ୍ରୁଟି ବୋଲି କହି ଏଡାଇ ଯାଇଛି ।

ଏହି ଘଟଣାରେ କଂଗ୍ରେସକୁ କଡା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରବକ୍ତା ଶେହଜାଦ ପୁନାଓ୍ବାଲା ଟ୍ବିଟ କରି କହିଛନ୍ତି, ‘‘ରାହୁଲଜୀ ଆପଣ କେତେ ବି ଚେଷ୍ଟା କରନ୍ତୁ କିନ୍ତୁ ସତ୍ୟ ସବୁବେଳେ ସାମ୍ନାକୁ ଆସିବ । ଇତିହାସ ସବୁବେଳେ ସାମ୍ନାକୁ ଆସିବ । ସାବରକର ବୀର ଥିଲେ । ତାଙ୍କୁ ଲୁଚାଉଥିବା ବ୍ୟକ୍ତି କାପୁରୁଷ ।’’ ସେହିପରି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏହି ଘଟଣାରେ ସିଧା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜେଲରେ ଥିବା ବେଳେ ଦୁଇ ସପ୍ତାହ ଜେଲ ବାହାରକୁ ଆସିବା ପାଇଁ ବ୍ରିଟିଶ ସରକାରଙ୍କ ନିକଟରେ ଏକ କ୍ଷମା ଆବେଦନରେ ହସ୍ତାକ୍ଷର କରିଥିଲେ ବୋଲି ଅମିତ କହିଛନ୍ତି ।

କନ୍ୟାକୁମାରୀରୁ ଆରମ୍ଭ ହୋଇ ତାମିଲନାଡୁ ଶେଷ କରି କେରଳରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ପ୍ରଥମ ଦିନରୁ ବିବାଦ ଓ ଚର୍ଚ୍ଚାରେ ରହିଆସିଛି ଏହି ଯାତ୍ରା । କେତେବେଳେ ରାହୁଲ ଗାନ୍ଧୀ ଓ ଫାଦରଙ୍କ ସାକ୍ଷାତକାର ତ କେବେ ରାହୁଲ ପିନ୍ଧିଥିବା ଦାମି ଟି-ସାର୍ଟ ନେଇ ରାହୁଲଙ୍କୁ ସମାଲୋଚନା କରିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.