ETV Bharat / bharat

Congress CLP meeting: ବାହାରି ପାରିଲା ନାହିଁ ନିଷ୍କର୍ସ, ଖଡଗେ ବାଛିବେ ମୁଖ୍ୟମନ୍ତ୍ରୀ

author img

By

Published : May 14, 2023, 10:09 PM IST

Updated : May 15, 2023, 9:41 AM IST

Congress CLP meeting: ବହାରି ପାରିଲା ନାହିଁ ନିସ୍କର୍ସ, ଖଡଗେ ବାଛିବେ ମୁଖ୍ୟମନ୍ତ୍ରୀ
Congress CLP meeting: ବହାରି ପାରିଲା ନାହିଁ ନିସ୍କର୍ସ, ଖଡଗେ ବାଛିବେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳରେ ହୋଇପାରିଲା ନାହିଁ ନେତା ଚୟନ । ହାଇକମାଣ୍ଡ ଖଡଗେଙ୍କ ଉପରେ ନ୍ୟସ୍ତ ରହିଲା ନିଷ୍ପତ୍ତି । ପାରିତ ହେଲା ସଂକଳ୍ପ । ଅଧିକ ପଢନ୍ତୁ

Congress CLP meeting: ବହାରି ପାରିଲା ନାହିଁ ନିଷ୍କର୍ସ, ଖଡଗେ ବାଛିବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କଂଗ୍ରେସ ବିଧାୟକ ଦଳ ବୈଠକରେ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି ନବନିର୍ବାଚିତ କଂଗ୍ରେସ ବିଧାୟକ । ଦୀର୍ଘ ଘଣ୍ଟାର ବୈଠକ ପରେ ମଧ୍ୟ କୌଣସି ନେତାଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇ ପାରିନାହିଁ । ଫଳରେ ଏହି ନିଷ୍ପତ୍ତି ଦଳୀୟ ହାକକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଛାଡି ଦିଆଯାଇଛି । ଏନେଇ ସମସ୍ତ ନିର୍ବାଚିତ ବିଧାୟକ ଏକ ସଂକଳ୍ପ ପାରିତ କରିଛନ୍ତି । ଏହି ସଂଙ୍କଳ୍ପ ଅନୁସାରେ, ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍କିକାର୍ଜୁନ ଖଡଗେ ଯାହାକୁ ବିଧାୟକ ଦଳ ନେତା ଭାବେ ବାଛିବେ ତାଙ୍କୁ ସମସ୍ତ ବିଧାୟକମାନେ ଗ୍ରହଣ କରିବେ । ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏହି ପାରିତ ସଂଙ୍କଳ୍ପ ପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛନ୍ତି ।

ଆଜି ଅପରାହ୍ନରୁ ରାଜଧାନୀ ବେଙ୍ଗାଲୁରୁରେ ଏକ ତାରକା ହୋଟେଲରେ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଥିଲା । ଏକାଧିକ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ସମସ୍ତ ନିର୍ବାଚିତ କଂଗ୍ରେସ ବିଧାୟକ ଏଥିରେ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାର ଡି.କେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ସମସ୍ତ 135 ବିଧାୟକ ଉପସ୍ଥିତ ରହିଥିଲେ । ଦଳର ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପଲ, ଜୟରାମ ରମେଶ, ବି.କେ ହରିପ୍ରସାଦ, ରଣଦ୍ବୀପ ସୁର୍ଯ୍ୟେଓ୍ବାଲା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପର୍ଯ୍ୟବେକ୍ଷକ ଦଳର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ବରିଷ୍ଠ ନେତା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ଓ ଦୀପକ ବାବରିଆ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ବେଙ୍ଗାଲୁରୁ ପଠାଇଥିଲେ ।

ହେଲେ ଦୀର୍ଘ ଘଣ୍ଟାର ମାନସମନ୍ଥନ ପରେ ମଧ୍ୟ ଉଭୟ ଦାବିଦାରଙ୍କ ମଧ୍ୟରୁ କାହାକୁ ବିଧାୟକ ଦଳ ଭାବେ ଚୟନ କରିବାରେ ସହମତି ପ୍ରକାଶ ପାଇନି । ଏକ ସଂକଳ୍ପ ପତ୍ର ପାରିତ କରି ବିଧାୟକମାନେ ଏବି ନିଷ୍ପତ୍ତି ହାଇକମାଣ୍ଡ ଖଡେଗଙ୍କ ଉପରେ ନ୍ଯସ୍ତ କରିଛନ୍ତି । ଖଡଗେ ଗତକାଲି ବେଙ୍ଗାଲୁରୁରେ ଥିବା ବେଳେ ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିଛନ୍ତି । ଏବେ ଖଡଗେଙ୍କ ନିଷ୍ପତ୍ତି ହିଁ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସ୍ଥିର କରିବ । ଅନ୍ୟପଟେ ମିଟିଂ ଆୟୋଜିତ ହେଉଥିବା ହୋଟେଲ୍‌ ବାହାରେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ସମର୍ଥକ ଭିଡ ଦେଖିବାକୁ ମିଳିଛି । ସେମାନେ ହାତରେ ପ୍ଲାକକାର୍ଡ ଧରି ନାରାବାଜୀ କରିଥିଲେ । ଏବେ ନିଷ୍ପତ୍ତି ଝୁଲି ରହିବା ପରେ ପ୍ରଦେଶ କଂଗ୍ରେସରେ ଉଷ୍ଣତା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 15, 2023, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.