ETV Bharat / bharat

After Apple warnings: ଏଥିକ୍ସ କମିଟିରେ ହାଜର ପୂର୍ବରୁ ବାଚସ୍ପତିଙ୍କୁ ମୋଇତ୍ରାଙ୍କ ଚିଠି, ‘ସରକାରଙ୍କଠୁ ସୁରକ୍ଷା ଦିଅ’

author img

By ETV Bharat Odisha Team

Published : Nov 1, 2023, 3:38 PM IST

After Apple warnings: ଏଥିକ୍ସ କମିଟିରେ ହାଜର ପୂର୍ବରୁ ବାଚସ୍ପତିଙ୍କୁ ମୋଇତ୍ରାଙ୍କ ଚିଠି, ‘ସରକାରଙ୍କଠୁ ସୁରକ୍ଷା ଦିଅ’
After Apple warnings: ଏଥିକ୍ସ କମିଟିରେ ହାଜର ପୂର୍ବରୁ ବାଚସ୍ପତିଙ୍କୁ ମୋଇତ୍ରାଙ୍କ ଚିଠି, ‘ସରକାରଙ୍କଠୁ ସୁରକ୍ଷା ଦିଅ’

ଆସନ୍ତାକାଲି ସଂସଦ ଏଥିକ୍ସ କମିଟିରେ ହାଜର ପୂର୍ବରୁ ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖି ସରକାରଙ୍କ ଠାରୁ ସୁରକ୍ଷା ମାଗିଲେ ସାଂସଦ ମୋଇତ୍ରା । କହିଲେ ସରକାର ନିଜେ ଗୁଇନ୍ଦାଗିରି କରିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରିଛି । ଅଧିକ ପଢନ୍ତୁ

କୋଲକାତା:‘ସଂସଦରେ ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ଆସନ୍ତାକାଲି (2 ତାରିଖ) ସଂସଦ ସଦାଚାର କମିଟିରେ ହାଜର ହେବା ପୂର୍ବରୁ ଆଜି ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ଚିଠି ଲେଖିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ଗତକାଲିର ଆପଲ ଫୋନ ଆଲର୍ଟ ମେସେଜ ପ୍ରସଙ୍ଗକୁ ନେଇ ସିଧା ସରକାରୀ ପ୍ରୟୋଜିତ ଗୁଇନ୍ଦାଗିରି ବୋଲି ଅଭିଯୋଗ କରିବା ସହ ଏହା କୌଣସି ନାଗରିକଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣ ବୋଲି କହିଛନ୍ତି । ବିରୋଧୀ ସଦସ୍ୟଙ୍କ ସମ୍ପର୍କରେ ସରକାର ଗୁଇନ୍ଦାଗିରି କରୁଛନ୍ତି । ସରକାରଙ୍କ ଠାରୁ ବିରୋଧୀଙ୍କୁ ସୁରକ୍ଷା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମହୁଆ ।

ଚିଠିରେ ମହୁଆ ଉଲ୍ଲେଖ କରିଛନ୍ତି,‘‘ ଗତକାଲି ମୋ ସହ ଏକାଧିକ ବିରୋଧୀ ସଦସ୍ୟଙ୍କ ମୋବାଇଲକୁ ଏହି ମେସେଜ ଆସିଛି । ବିଭିନ୍ନ ଦଳର ଏକାଧିକ ସାଂସଦଙ୍କ ‘ଆପଲ’ ନିର୍ମିତ ‘ଆଇଫୋନ’ ମୋବାଇଲ ଓ ମେଲ-ଆଇଡିକୁ ଏହି ମେସେଜ ଆସିଛି । ଏହି ମେସେଜରେ ଆପଣମାନେ ସରକାରୀ ପ୍ରାୟୋଜିତ ହ୍ୟାକରଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଉଲ୍ଲେଖ ରହିଛି । କେବଳ ସରକାରଙ୍କ ନିକଟରେ ଥିବା ସଫ୍ଟଓ୍ବେର ବ୍ୟବହାର କରି ବିରୋଧୀଙ୍କ ସମ୍ପର୍କରେ ଗୁଇନ୍ଦାଗିରି କରାଯାଉଛି । ଏହା ସାଙ୍ଘାତିକ, ଏହା କୌଣସି ନାଗଗିରଙ୍କ ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରିଛି ।’’

ଗତକାଲି(ମଙ୍ଗଳବାର) ଏକାଧିକ ବିରୋଧୀ ସଦସ୍ୟଙ୍କ ଏହି ସଙ୍ଗୀନ ଅଭିଯୋଗ ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟ ତତ୍ପରତା ପ୍ରକାଶ କରିଥିଲା । ଏପରି ମେସେଜ ପ୍ରେରଣ କରିଥିବା ପ୍ରତିଷ୍ଠିତ ସେଲଫୋନ ନିର୍ମାତା ‘ଆପଲ’କୁ ସ୍ପଷ୍ଟୀକରଣ ମଗାଯାଇଥିଲା । ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ନିଜେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣା ସମ୍ପର୍କରେ ପ୍ରେସମିଟ କରି ଆପଲର ସୂଚନାକୁ ସାର୍ବଜନୀନ କରିଥିଲେ । ଏଥିରେ ସରକାରଙ୍କ କୌଣସି ଭୂମିକା ନଥିବା ଓ ‘ଆପଲ’ ଏହି ସମାନ ଆଲର୍ଟ ମେସେଜ ପ୍ରାୟ 150 ଦେଶର ଆପଲ ଡିଭାଇସ ବ୍ୟବହାରକାରୀଙ୍କୁ ପଠାଇଥିବା ବୈଷ୍ଣବ ସ୍ପଷ୍ଟ କରିଥିଲେ । ତଥାପି ଏହି ଉତ୍ତର ବିରୋଧୀଙ୍କୁ ଶାନ୍ତ କରିପାରିନି ।

ଏହା ମଧ୍ୟ ପଢନ୍ତୁ :- Agartala-Akhaura Rail link: ‘ଭାରତ-ବାଂଲାଦେଶ ସମ୍ପର୍କ ନିରନ୍ତର ନୂଆ ଶିଖର ଛୁଇଁଛି’

ପୂର୍ବରୁ ମୋଦି ସରକାର ବିରୋଧରେ ଇସ୍ରାଏଲ ପ୍ରସ୍ତୁତ ସ୍ପାଏ ସଫ୍ଟଓ୍ବେର ‘ପେଗାସସ’ ବ୍ୟବହାର କରି ବିରୋଧୀଙ୍କ ସମ୍ପର୍କରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା । ବେଶ କିଛି ଦିନ ଧରି ଏହି ବିବାଦ ଜାରି ରହିଥିଲେ ସୁଦ୍ଧା ସରକାରଙ୍କ ବିରୋଧରେ ସେପରି କିଛି ଠୋସ ପ୍ରମାଣ ବିରୋଧୀଙ୍କ ହାତରେ ଲାଗିନଥିଲା । ଏବେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ସହ ଆସନ୍ତା ବର୍ଷ (2024) ପ୍ରାରମ୍ଭରେ ସାଧାରଣ ନିର୍ବାଚନ ଥିବା ବେଳେ ଏହି ସରକାରୀ ପ୍ରାୟୋଜିତ ଗୁଇନ୍ଦାଗିରି ପ୍ରସଙ୍ଗ ପୁଣି ଥରେ ରାଜନୀତିର ମୁଖ୍ଯଧାରାକୁ ଫେରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.