ETV Bharat / bharat

ସମ୍ପତ୍ତି ବିବାଦରୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ

author img

By ETV Bharat Odisha Team

Published : Sep 11, 2023, 9:26 PM IST

ସମ୍ପତ୍ତି ବିବାଦକୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ
ସମ୍ପତ୍ତି ବିବାଦକୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ସମ୍ପତ୍ତି ବିବାଦକୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା କରି ବାଥରୁମରେ ଫିଙ୍ଗିଦେଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଗିରଫ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସମ୍ପତ୍ତି ବିବାଦରୁ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଆଇନଜୀବୀ ରେଣୁ ସିହ୍ନାଙ୍କୁ ହତ୍ୟା କରାଯାଇଛି । ହତ୍ୟା ପଛର ଅଭିଯୁକ୍ତ ନିଜେ ରେଣୁଙ୍କ ସ୍ବାମୀ । 4.5 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବିବାଦ କାରଣରୁ ମହିଳା ଓକିଲଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସ୍ପଷ୍ଟ କରିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ମଧ୍ୟ କରାଯାଇଛି । ବର୍ତ୍ତମାନ ମାମଲାର ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଅଧିକ ତଦନ୍ତ କରୁଛି ।

ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି:

ସୁପ୍ରିମକୋର୍ଟର କାର୍ଯ୍ୟରତ ଓକିଲ ରେଣୁ ସିହ୍ନାଙ୍କର ମୃତଦେହ ଗତକାଲି (ରବିବାର) ସନ୍ଦେହଜନକ ଅବସ୍ଥାରେ ନିଜ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା । ରେଣୁ ମୃତଦେହ ନୋଏଡାର ସେକ୍ଟର-30 ରେ ଥିବା ଡି-40 ଫ୍ଲାଟର ବାଥରୁମରୁ ମିଳିଥିଲା । ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିବା ପରେ ପୋଲିସ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ଏହି ମାମଲାରେ ମୃତ ରେଣୁଙ୍କ ସ୍ବାମୀ ଅଜୟନାଥଙ୍କୁ ଗିରଫ କରିଛି । ରେଣୁଙ୍କ ନାମରେ ପ୍ରାୟ 4.5 କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି । ସ୍ୱାମୀ ଅଜୟନାଥ ଏହି ସମ୍ପତ୍ତି ବିକ୍ରି କରିବା ପାଇଁ ଦୀର୍ଘ ଦିନ ହେବ ଚାହୁଁଥିଲେ, କିନ୍ତୁ ରେଣୁ ଏହାକୁ ବିରୋଧ କରୁଥିଲେ । ଏହି କାରଣରୁ ସ୍ବାମୀ ଅଜୟନାଥ ରେଣୁଙ୍କୁ ବାରମ୍ବାର ଚାପ ପକାଇବା ସହ ଧମକ ମଧ୍ୟ ଦେଇଆସୁଥିଲେ । ହେଲେ ସମ୍ପତ୍ତି ବିକ୍ରି କରିବା ଯୋଜନାରେ ବିଫଳ ହେବା ପରେ ସେ ରେଣୁଙ୍କୁ ହତ୍ଯା କରିଥିଲେ । ହତ୍ୟା କରିବା ପରେ ମୃତଦେହ ବାଥରୁମରେ ଲୁଚାଇ ରଖି ଫେରାର ହୋଇଯାଇଥିଲେ । ଘର ବାହାରପଟୁ ବନ୍ଦ ଥିଲା ।

ଏହା ମଧ୍ୟ ପଢନ୍ତୁ :-ଅମାନୁଷିକ କାଣ୍ଡ, ୨୩ ପାରାଙ୍କୁ ନିର୍ମମ ଭାବରେ ହତ୍ୟା

ମୃତ ମହିଳା ଓକିଲଙ୍କ ସ୍ୱାମୀ ଭାରତୀୟ ସୂଚନା ସେବାରେ କାମ କରୁଥିଲେ । ସେ ବାରମ୍ବାର ସମ୍ପତ୍ତି ବିକ୍ରି କରିବା ପାଇଁ ରେଣୁଙ୍କୁ ବାଧ୍ୟ କରିବା ସହ ଚାପ ମଧ୍ୟ ପକାଇ ଆସୁଥିବା ରେଣୁଙ୍କ ପରିବାର ସଦସ୍ୟ ଜାଣିଥିଲେ । ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ମୃତ ରେଣୁଙ୍କ ଭାଇ ନିଜ ଭିଣୋଇଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲା । ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତ ସ୍ବାମୀଙ୍କୁ ଠାବ କରି ଜେରା କରିବା ପରେ ଏବେ ହତ୍ୟାକାଣ୍ଡରୁ ପରଦା ଉଠିଛି । ଏବେ ବିଭିନ୍ନ ଦଫାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.