ETV Bharat / bharat

UP Polls: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

author img

By

Published : Jan 18, 2022, 6:49 AM IST

UP Polls: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍
UP Polls: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ଆମ୍ ଆଦମୀ ପାର୍ଟି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦିନ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ(UP Elections) । ଏନେଇ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ଆମ୍ ଆଦମୀ ପାର୍ଟି(AAP) । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ(AAP Rajya Sabha MP Sanjay Singh) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତାଲିକା ପ୍ରକାଶ କରିଛନ୍ତି । ତାଲିକାରେ ୧୫୦ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଦଳ ପଛୁଆ ବର୍ଗଙ୍କୁ ଅଧିକ ଟିକେଟ୍ ଦେଇଛି ।

ଆପ୍ ୫୫ ଜଣ ପଛୁଆ ବର୍ଗ, ୩୬ ବ୍ରାହ୍ମଣ, ୩୧ ଜଣ ଏସସି, ୧୪ ଜଣ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଛି । ୟୁପି ଲଢେଇ ପାଇଁ ପୂର୍ବରୁ ବିଜେପି କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି । ଉତ୍ତରପ୍ରଦେଶରେ ଫେବୃୟାରୀ 10ରୁ 7ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

ଫେବୃୟାରୀ ୧୦ ତାରିଖରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ । କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ୨୨ ତାରିଖ ପର୍ଯ୍ୟନ୍ତ ରାଲି ଉପରେ କଟକଣା ଲଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.