ETV Bharat / bharat

କାଶ୍ମୀରର ଜଣେ LET ଆତଙ୍କବାଦୀ ଗିରଫ

author img

By

Published : Mar 6, 2022, 10:21 PM IST

କାଶ୍ମୀରରେ ଜଣେ ଆତଙ୍କବାଦୀ ଗିରଫ
କାଶ୍ମୀରରେ ଜଣେ ଆତଙ୍କବାଦୀ ଗିରଫ

ଦକ୍ଷିଣ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ଗିରଫ କଲା ସୁରକ୍ଷା ବାହିନୀ । ଗାଡି ଚେକିଂ ବେଳେ ଗିରଫ ନେଇ ପୋଲିସର ସୂଚନା। ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରର ଗନ୍ଦରବାଲରେ ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷା ବଳ । ଗିରଫ ଆତଙ୍କବାଦୀର ଜଣେ ଲସ୍କର-ଇ-ତୋଏବାର ଜଣେ ପ୍ରମୁଖ ସକ୍ରିୟ ସଦସ୍ୟ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ରାଇଫଲ୍ସ, CRPF ଏବଂ ସ୍ଥାନୀୟ ପୋଲିସର ମିଳିତ ଭାବେ ଏକ ଯାନବାହନ ତଲାସି ଅଭିଯାନ ଜାରି ରଖିଥିବାବେଳେ ଏହି ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଆତଙ୍କବାଦୀର ନାମ ମହମ୍ମଦ ଅଲଟାଫ ୱାନି ଓ ସେ ସ୍ଥାନୀୟ ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର କେଗାମ ଅଞ୍ଚଳର ବାସିନ୍ଦା ବୋଲି ପଚରା ଉଚରାରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.