ETV Bharat / bharat

କଲେଜରେ ଛାତ୍ରୀଙ୍କୁ ଛୁରାମାଡ କରି ହତ୍ୟାକଲା ଛାତ୍ର

author img

By

Published : Jan 2, 2023, 9:57 PM IST

କଲେଜରେ ଛାତ୍ରୀଙ୍କୁ ଛୁରାମାଡ କରି ହତ୍ୟା କଲା ଛାତ୍ର
କଲେଜରେ ଛାତ୍ରୀଙ୍କୁ ଛୁରାମାଡ କରି ହତ୍ୟା କଲା ଛାତ୍ର

ବେଙ୍ଗାଲୁରୁରେ ଛାତ୍ରୀଙ୍କୁ ଛୁରାମାଡ କରି ହତ୍ୟା କରିବା ପରେ ନିଜକୁ ଛୁରାମାଡ କଲା ଛାତ୍ର (A Girl Stabbed to death in a Bengaluru college)। ପ୍ରେମ ବ୍ୟାପାର ନେଇ ସନ୍ଦେହ । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜଣେ ଛାତ୍ରୀକୁ ଛୁରାମାଡ କରି ହତ୍ୟା କରିବା ପରେ ନିଜକୁ ମଧ୍ୟ ଛୁରାମାଡ କରିଛି ଜଣେ ଛାତ୍ର । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଏକ କଲେଜରେ ଦେଖିବାକୁ ମିଳିଛି (A Girl Stabbed to death in a Bengaluru college) । ସହରର ଏଲଙ୍କାରେ ସ୍ଥିତ ପ୍ରେସିଡେନ୍ସି କଲେଜରେ ଜଣେ ଛାତ୍ର ଜଣେ ଛାତ୍ରୀଙ୍କୁ ଅତର୍କିତ ଛୁରାମାଡ କରିବା ପରେ ନିଜକୁ ଛୁରାମାଡ କରି ଗୁରୁତର ହୋଇଛି । ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ଛାତ୍ରୀଙ୍କୁ ହତ୍ୟା କରିବା ପରେ ଛାତ୍ରଜଣଙ୍କ ନିଜକୁ ମଧ୍ୟ ଛୁରା ମାଡ କରିଛି । ହତ୍ୟା ପରେ ଏହା ଏକ ଅତ୍ମହତ୍ୟା ଉଦ୍ୟମ ବୋଲି ମଧ୍ୟ କୁହାଯାଉଛି । ଗୁରୁତର ଛାତ୍ରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି (A Girl Stabbed to death in a Bengaluru college)। ତେବେ ହତ୍ୟାକାଣ୍ଡ ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ଏକ ପ୍ରେମ ବ୍ୟାପାର ସମ୍ପର୍କିତ ହତ୍ୟାକାଣ୍ଡ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ପୋଲିସ ସମ୍ପୃକ୍ତ କଲେଜରେ ପହଞ୍ଚିଛି । ଘଟଣାସ୍ଥଳ ପରିଦର୍ଶନ କରିବା ସହ କଲେଜ କର୍ତ୍ତୃପକ୍ଷ ଓ ସହପାଠୀଙ୍କ ଠାରୁ ତଥ୍ୟ ସଂଗ୍ରହ ଜାରି ରଖିଛି ପୋଲିସ । ତଦନ୍ତ ଆଧାରରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.