ETV Bharat / bharat

ଭାରତମାଳା ପରିଯୋଜନା ପ୍ରକଳ୍ପ ପାଣ୍ଠିକୁ 60 ପ୍ରତିଶତ ବୃଦ୍ଧି କରିବେ ମୋଦି ସରକାର

author img

By

Published : Feb 7, 2021, 9:05 PM IST

କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ପ୍ରକଳ୍ପ ପାଣ୍ଠିକୁ 60 ପ୍ରତିଶତ ବୃଦ୍ଧି କରାଯିବ ବୋଲି ମୋଦି ସରକାର ସ୍ଥିର କରିଛନ୍ତି । ଅଧିକ ପଢନ୍ତୁ...

60% increase in cost of Bharatmala Pariyojana by highways ministry
ଭାରତମାଳା ପରିୟୋଜନା ପ୍ରକଳ୍ପ ପାଣ୍ଠିକୁ 60 ପ୍ରତିଶତ ବୃଦ୍ଧି କରିବେ ମୋଦି ସରକାର

ହାଇଦ୍ରାବାଦ: ଭାରତରେ ରାସ୍ତା ଓ ରାଜପଥ ନିର୍ମାଣ ପାଇଁ ପାଣ୍ଠି ଯୋଗାଉଥିବା କେନ୍ଦ୍ର ସରକାରଙ୍କ ପ୍ରକଳ୍ପରେ ପୂର୍ବରୁ ଥିବା ପାଣ୍ଠିକୁ 60 ପ୍ରତିଶତ ବଢାଇବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଏଥିଲାଗି କେନ୍ଦ୍ରର ଫ୍ଲାଗସିପ୍ ସଡକ ପରିବହନ ମନ୍ତ୍ରଣାଳୟ ଖୁବ ଶୀଘ୍ର କ୍ୟାବିନେଟ୍ ବୈଠକ ବସିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । 2017 ମସିହାରେ ଯେତେବେଳେ ପ୍ରଥମେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା, ସେତେବେଳେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ମୂଲ୍ୟ ପ୍ରାୟ 5.35 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଜମି ଅଧିଗ୍ରହଣରେ ଅବହେଳା ଏବଂ ବିଳମ୍ବ ହେତୁ ଏହା ପ୍ରାୟ 8.5 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

  • ଭାରତମାଳା ପରିଯୋଜନା ପ୍ରଥମ ପର୍ଯ୍ୟାୟ ଅଧୀନରେ ପ୍ରାୟ 65 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇ ସାରିଥିବା ବେଳେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ 2022 ସୁଦ୍ଧା ଦେଶରେ 34,800 କିଲୋମିଟର ରାଜପଥ ନିର୍ମାଣ କରିବ ବୋଲି ଯୋଜନା କରିଛି ।
  • ରେଟିଂ ଏଜେନ୍ସି ICRA ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ମୂଲ୍ୟ ହେକ୍ଟର ପିଛା ପ୍ରାୟ 3.40 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେବେ 2013-14 ମଧ୍ୟରେ ଏହା ହେକ୍ଟର ପିଛା 90 ଲକ୍ଷ ଟଙ୍କା ଥିଲା ।
  • ଭାରତମାଳାର ପ୍ରଥମ ପର୍ଯ୍ୟାୟ ଯୋଜନାଗୁଡ଼ିକ ଆର୍ଥିକ ବର୍ଷ 2023 ଦ୍ବାରା ଶେଷ କରିବାକୁ ଆଶା ରଖିଥିବା ବେଳେ ନିର୍ମାଣ କାର୍ଯ୍ୟ ଶେଷ ଆର୍ଥିକ ବର୍ଷ 2025 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।
  • ଆର୍ଥିକ ବର୍ଷ 2022-23 ମଧ୍ୟରେ ପ୍ରାୟ 65 କୋଟି ଟଙ୍କା ପାଣ୍ଠି ବଢାଇବାକୁ NHAI ଲକ୍ଷ୍ୟ ରଖିଛି । ଏହି ଅର୍ଥକୁ ବିଭିନ୍ନ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।
  • NHAI ରାଜପଥ ନିର୍ମାଣ କରିବା ପାଇଁ କରିଥିବା ଋଣ ଆର୍ଥିକ ବର୍ଷ 2020ରେ 2.49 ଲକ୍ଷ କୋଟିରେ ରହିଥିଲା । ଯଦି ଏହା ଚଳିତ ଆର୍ଥିକ ବର୍ଷ ପାଇଁ ଋଣ ଲକ୍ଷ୍ୟ ପୂରଣ କରେ ତେବେ ଏହା 3 ଲକ୍ଷ କୋଟି ଅତିକ୍ରମ କରିବ । 2014-15 ମସିହାରେ ବିଜେପି ସରକାର ଦାୟିତ୍ବ ଗ୍ରହଣ କରିବା ପରଠାରୁ ରାଜପଥ ନିର୍ମାଣ ପ୍ରାଧିକରଣର ମୋଟ ଋଣ ଦଶଗୁଣ ବୃଦ୍ଧି ପାଇଛି ।

ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ତଥା ଦେଶର ଧାର୍ମିକ ଏବଂ ପର୍ଯ୍ୟଟନସ୍ଥଳୀରେ ରାସ୍ତା ନିର୍ମାଣ ପାଇଁ ଭାରତମାଳା ପରିଯୋଜନା କାର୍ଯ୍ୟକାରୀ ହୋଇଥିବାର ସବିଶେଷ ତଥ୍ୟ:-

  • ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଭାରତମାଳା ପରିୟୋଜନାର ପ୍ରଥମ ପର୍ଯ୍ୟାୟରେ ନିଆଯାଇଥିବା ବେଳେ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀରେ ରାସ୍ତା ନିର୍ମାଣ କାର୍ଯ୍ୟ NH(O) ଯୋଜନାର ଅନ୍ତୁର୍ଭୁକ୍ତ କରାଯାଇଛି ।
  • ଭାରତରେ ସୀମାନ୍ତ ଓ ଅନ୍ତର୍ଜାତୀୟ ରାସ୍ତା ମଧ୍ୟରେ ଯୋଗାଯୋଗ ପାଇଁ ମୋଟ 2000କିଲୋମିଟର ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ତେବେ ସେଥିମଧ୍ୟରୁ 849 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ 2000 କିଲୋମିଟର ମଧ୍ୟରେ ବନ୍ଦର ଓ ଉପକୂଳବର୍ତ୍ତୀ ଅଞ୍ଚଳର ରାସ୍ତା ନିର୍ମାଣ ପାଇଁ ରହିଥିବା 168 କିଲୋମିଟର ରାସ୍ତା ମଧ୍ୟରୁ 14 କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟକୁ NHAI ଶେଷ କରିସାରିଛି ।

ରାସ୍ତା ନିର୍ମାଣ ପାଇଁ NHAI ପାଇଥିବା ପାଣ୍ଠି:-

ରାସ୍ତା ନିର୍ମାଣ ପାଇଁ NHAI ପାଇଥିବା ପାଣ୍ଠି
ରାସ୍ତା ନିର୍ମାଣ ପାଇଁ NHAI ପାଇଥିବା ପାଣ୍ଠି
ରାସ୍ତା ନିର୍ମାଣ ପାଇଁ NHAI ପାଇଥିବା ପାଣ୍ଠି
ରାସ୍ତା ନିର୍ମାଣ ପାଇଁ NHAI ପାଇଥିବା ପାଣ୍ଠି

ସୀମା ଏବଂ ଅନ୍ତର୍ଜାତୀୟ କନେକ୍ଟିଭିଟି ସଡକ ଅଧୀନ ଦାୟିତ୍ବରେ ରହିଥିବା ସଡକଗୁଡିକର ସବିଶେଷ ତଥ୍ୟ:-

ସୀମା ଏବଂ ଅନ୍ତର୍ଜାତୀୟ କନେକ୍ଟିଭିଟି ସଡକ ଅଧୀନ ଦାୟିତ୍ବିରେ ରହିଥିବା ସଡକଗୁଡିକର ସବିଶେଷ ତଥ୍ୟ
ସୀମା ଏବଂ ଅନ୍ତର୍ଜାତୀୟ କନେକ୍ଟିଭିଟି ସଡକ ଅଧୀନ ଦାୟିତ୍ବିରେ ରହିଥିବା ସଡକଗୁଡିକର ସବିଶେଷ ତଥ୍ୟ

ଭାରତମାଳା ପରିୟୋଜନା ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡିକର ବିବରଣୀ ଏବଂ କାର୍ଯ୍ୟକାରିତା ସ୍ଥିତି:-

ଭାରତମାଲା ପରିୟୋଜନା ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡିକର ବିବରଣୀ ଏବଂ କାର୍ଯ୍ୟକାରିତା ସ୍ଥିତି
ଭାରତମାଲା ପରିୟୋଜନା ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡିକର ବିବରଣୀ ଏବଂ କାର୍ଯ୍ୟକାରିତା ସ୍ଥିତି

ଭାରତମାଲା ପରିଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ବିବରଣୀ:-

ଭାରତମାଲା ପରିୟୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ବିବରଣୀ
ଭାରତମାଲା ପରିୟୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ବିବରଣୀ
ଭାରତମାଲା ପରିୟୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ବିବରଣୀ
ଭାରତମାଲା ପରିୟୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ବିବରଣୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.