ଆକ୍ରମଣକାରୀଙ୍କ ଉନ୍ମତ୍ତକାଣ୍ଡ, ବାପା ଆଗରେ ଚାଲିଗଲା ୬ବର୍ଷ ପୁଅର ଜୀବନ

author img

By

Published : Mar 17, 2023, 8:15 PM IST

6 yr old son shot dead

ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ବାପା ଆଗରେ ଚାଲିଗଲା ୬ବର୍ଷର ଶିଶୁପୁତ୍ରର ଜୀବନ । ଏଭଳି ଦୁଃଖଦ ଘଟଣା ପଞ୍ଜାବ ମାନସା ଜିଲ୍ଲାରେ ଘଟିଛି । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ବାପା ଆଗରେ ଆଖି ବୁଜିଲା ୬ବର୍ଷର ଶିଶୁ । ଆଖି ପିଛୁଳାକେ ଅଜଣା ବ୍ୟକ୍ତି ମୋଟର ସାଇକେଲରେ ଆସି ଗୁଳି ଚାଳନା କରିବା ପରେ ଅକାଳରେ ପ୍ରାଣ ହରାଇଛି ଶିଶୁପୁତ୍ର । ସେପଟେ ଅଳ୍ପକେ ବାପା ଓ ଝିଅଙ୍କ ଜୀବନ ବଞ୍ଚିଯାଇଛି । ଏଭଳି ଘଟଣା ପଞ୍ଜାବ ମାନସା ଜିଲ୍ଲାର କୋଟିଲ ଗ୍ରାମରେ ଦେଖିବାକୁ ମିଳିଛି । ପୋଲିସ ଅଜଣା ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଧିବାସୀ ଜଶପ୍ରୀତ ସିଂ ନିଜ ପୁଅଝିଅଙ୍କ ସହିତ ଘରକୁ ଯାଉଥିବା ସମୟରେ କେହି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲା । ଗୁଳି ଜଶପ୍ରୀତଙ୍କ ୬ବର୍ଷର ପୁଅ ଦେହରେ ବାଜିଥିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଜଶପ୍ରୀତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚାଳନା କରିଥିବା ବେଳେ ଭୁଲବଶତଃ ଏହା ତାଙ୍କ ପୁଅ ଦେହରେ ବାଜିଥିଲା । କୁନି ପୁଅ ଦେହରେ ଗୁଳି ବାଜିବା ପରେ ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ୨ଜଣ ଯୁବକ ହଠାତ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିବା ଯଶପ୍ରୀତ ପୋଲିସକୁ କହିଛି ।

ଏହା ବି ପଢନ୍ତୁ- Milk cess on liquor: ହିମାଚଳରେ ମହଙ୍ଗା ହେଲା ମଦ, ପ୍ରତି ବୋତଲ ଉପରେ ୧୦ଟଙ୍କା କ୍ଷୀର ଟ୍ୟାକ୍ସ

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଶପ୍ରୀତଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁର ପରିବାର ନ୍ୟାୟ ପାଇଁ ଦାବି କରିଛନ୍ତି । ପରିବାରର କହିବା ଅନୁସାରେ ସେମାନଙ୍କର କାହାରି ସହିତ ଶତ୍ରୁତା ନାହିଁ, ହେଲେ କଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ କରାଗଲା ସେ ସମ୍ପର୍କରେ ପୋଲିସ ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଗୁଳିକାଣ୍ଡ ପରେ ଅଜଣା ଯୁବକ ଦ୍ବୟ ଗାଁ ଭିତରକୁ ଯାଇ ସେଠାରୁ ପଳାୟନ କରିଥିଲେ ।

ଏ ନେଇ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି ପୋଲିସ । ଏହି ଘଟଣାରେ ପୋଲିସ ନିକଟରେ ଖବର ପହଞ୍ଚିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ମାନସା ଏସଏସପି ନାନକ ସିଂ କହିଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ସେମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.