ETV Bharat / bharat

ଆଜିଠୁ ଚଣ୍ଡିଗଡ଼ରେ ଦୁଇ ଦିନିଆ GST ପରିଷଦ ବୈଠକ

author img

By

Published : Jun 28, 2022, 7:59 AM IST

47th meeting of gst council to be held in chandigarh
ଆଜିଠୁ ଚଣ୍ଡିଗଡ଼ରେ ଦୁଇ ଦିନିଆ ଜିଏସଟି ପରିଷଦ ବୈଠକ

ସାମଗ୍ରୀ ଏବଂ ସେବା ଟିକସକୁ(Goods and Service Tax) 5 ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ଆଜିଠୁ ଦୁଇଦିନିଆ ଜିଏସଟି ପରିଷଦର 47ତମ ବୈଠକ ଆରମ୍ଭ ହେବାକୁ ଯାଉଛି । ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେବେ । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ସାମଗ୍ରୀ ଏବଂ ସେବା ଟିକସକୁ(Goods and Service Tax) 5 ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ଆଜିଠୁ ଦୁଇଦିନିଆ ଜିଏସଟି ପରିଷଦର 47ତମ ବୈଠକ ଆରମ୍ଭ ହେବାକୁ ଯାଉଛି । ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେବେ । 6 ମାସ ପରେ ଜିଏସଟି ପରିଷଦ ବୈଠକ ହେବାକୁ ଯାଉଛି । ଆୟୋଜିତ ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ ।

ଦୁଇ ଦିନିଆ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ନିଷ୍ପତି ନେଇ ଅବଗତ କରିବେ । ସୂଚନା ଅନୁସାରେ ବୈଠକରେ ବିରୋଧି ଶାସିତ ରାଜ୍ୟର ଦେୟ ଉପରେ ଆଲୋଚନା କରାଯାଇପାରେ । ଏଥିସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀରେ ଜିଏସଟି ପ୍ରସଙ୍ଗରେ ବିଚାର କରାଯାଇପାରେ। ରୋପୱେ ଭ୍ରମଣରେ GST ହାର ହ୍ରାସ କରାଯିବା ନେଇ ଅନୁମାନ କରାଯାଉଛି ।

ବୈଠକରେ ଇଲେକ୍ଟ୍ରୋନିକ୍ସ ଯାନ ଟିକସ ଉପରେ ସ୍ପଷ୍ଟୀକରଣ ଦିଆଯାଇପାରେ । ତେବେ ଫିଟମେଣ୍ଟ କମିଟିର ସୁପାରିଶ କ୍ରମେ ଅନ୍ୟ ଜିନିଷଗୁଡ଼ିକ ପ୍ରତି ଟିକସ ହାର ଅପରିବର୍ତ୍ତିତ ରହିବ । ଏହା ବ୍ୟତୀତ ବିରୋଧି ଶାସିତ ରାଜ୍ୟମାନଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ବିଚାର ହୋଇପାରେ । ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଦୁଇଟି ରିପୋର୍ଟ ମଧ୍ୟ ଉପସ୍ଥାପିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.