ETV Bharat / bharat

କାଶ୍ମୀରରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ, ସର୍ଚ୍ଚ ଅପରେସନ ଜାରି

author img

By

Published : Jun 22, 2022, 7:43 PM IST

କାଶ୍ମୀରରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ, ସର୍ଚ୍ଚ ଅପରେସନ ଜାରି
କାଶ୍ମୀରରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀରର ପାହାଲଗାମ ଅଞ୍ଚଳରେ 11 ପର୍ଯ୍ୟଟକଙ୍କ ସମେତ 13 ନିଖୋଜ । ପରିଭ୍ରମଣ କରୁଥିବାବେଳେ ପ୍ରବଳ ବର୍ଷା ଫଳରେ ଫସି ରହିଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରର ପାହାଲଗାମ ଅଞ୍ଚଳରେ 11 ଜଣ ପର୍ଯ୍ୟଟକ ଓ 2 ଜଣ ଗାଇଡଙ୍କୁ ମିଶାଇ 13 ଜଣ ନିଖୋଜ ହୋଇଯାଇଛନ୍ତି । ତରସାର ମାରସାର ହ୍ରଦ ନିକଟରେ ପରିଭ୍ରମଣ ବେଳେ ଏମାନେ ନିଖୋଜ ହୋଇଥିବା ସୂଚନା ମିଳିବା ପରେ ଉକ୍ତ ସ୍ଥାନକୁୁ ଉଦ୍ଧାରକାରୀଙ୍କ ଏକ ଟିମ ପଠାଯାଇଛି । ପ୍ରବଳ ବର୍ଷା ଫଳରେ ପର୍ଯ୍ୟଟକମାନେ ନିଖୋଜ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏକ ଉଦ୍ଧାରକାରୀ ଟିମକୁ ଘଟଣାସ୍ଥଳକୁ ପଠାଇଛି । ଫସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବର୍ଷା ଜଳରେ ଭାସି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । କିନ୍ତୁ କୌଣସି ମୃତ୍ୟୁ ନେଇ ସରକାରୀ ଭାବେ ପ୍ରକାଶ କରାଯାଇନାହିଁ । ଏହି ଦୁଇ ହ୍ରଦରେ ପର୍ଯ୍ୟଟକଙ୍କ ଭିଡ ଜମେ । ବେଳେବେଳେ ପ୍ରତିକୂଳ ପାଗ ପର୍ଯ୍ୟଟକଙ୍କ ସମସ୍ୟା ବଢାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.