କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର, ବରଯାତ୍ରୀ ହୋଇ ନାଚିଲେ ପ୍ରଭାରୀଙ୍କ ସହ ନେତା ଓ କର୍ମୀ

By ETV Bharat Odisha Team

Published : Jan 25, 2024, 8:20 PM IST

thumbnail

Wedding ceremony of bjp and bjd by congress: ଭୁବନେଶ୍ବର: ଅଭିନବ ଉପାୟରେ କଂଗ୍ରେସର ପ୍ରତିବାଦ । ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡି ଏବଂ ବିଜେପିର ବିବାହ କରିଛି କଂଗ୍ରେସ । "ବିଜେପିର ସମସ୍ତ ବିଲକୁ ବିଜେଡି ଆଖିବୁଜି ସମର୍ଥନ ଦେଇଆସୁଛି  । ଏହାର ଅର୍ଥ ସେମାନଙ୍କର ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ରହିଛି। ତେଣୁ ରାଜ୍ୟର ଉନ୍ନତି କେବଳ କଂଗ୍ରେସ ଦଳ ହିଁ କରିପାରିବ" ବୋଲି ଦଳ ପକ୍ଷରୁ କୁହାଯାଇଛି । ବିବାହର ଆୟୋଜନ ସହ ବରଯାତ୍ରୀଙ୍କ ନାଚରେ କମ୍ପିଉଠିଥିଲା ମାଷ୍ଟରକ୍ୟାଣ୍ଟିନ ।

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡିରେ କଂଗ୍ରେସର ରଣହୁଙ୍କାର, ସାମିଲ ହେଲେ ବଳଭଦ୍ର

ପ୍ରଭାରୀ ଡ଼ ଅଜୟ କୁମାର ମଧ୍ୟ ବରଯାତ୍ରୀ ଭାବେ ନାଚୁଥିବା ଦେଖିବାକୁ ମିଳିଥିଲା । ଏହାସହ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ଗୀତର ତାଳେ ତାଳେ ନାଚିଛନ୍ତି । କଂଗ୍ରେସର ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରୁ ବରଯାତ୍ରୀ ଭାବେ ବାହାରି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସର ସଭାପତି ବେଦୀ ଉପରେ ବସି ବାହାଘର କରାଇଲେ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.